ଯେଉଁ ରୋଗ ପ୍ରତିବର୍ଷ ୧୦ ଲକ୍ଷ ପିଲାଙ୍କର ଜୀବନ ନିଏ, ସେହି ଭ୍ୟାକ୍ସିନର ପ୍ରଥମ ଥର ସଫଳତା ୨୦୨୧ରେ ମିଳିଛି

ମ୍ୟାଲେରିଆର ଭ୍ୟାକ୍ସିନ ଉପରେ ପୂର୍ବ ଏକ ଦଶକରୁ ଚାଲିଆସୁଥିବା ପରୀକ୍ଷଣରେ ଏବେ ସଫଳତା ହାସଲ ହୋଇଛି। ଏହା ମନେ କରାଯାଉଛି ଯେ, ଅତିଶୀଘ୍ର ଚିକିତ୍ସା ବିଜ୍ଞାନ ମ୍ୟାଲେରିଆର ଭ୍ୟାକ୍ସିନ ତିଆରି ଏବଂ ଏହି ରୋଗକୁ ମୂଳରୁ ସମାପ୍ତ କରିବା ପାଇଁ ସଫଳ ହୋଇପାରିଛି।

ମ୍ୟାଲେରିଆ ଏକ ଏଭଳି ରୋଗ ଯାହାକୁ ସମ୍ପୂର୍ଣ୍ଣ ମାନବ ଜାତି ପୂର୍ବ ୫୦ ହଜାର ବର୍ଷରୁ ପି-ଡ଼ି-ତ ହେଉଛନ୍ତି। କିନ୍ତୁ ଯାହାପାଇଁ ଆଜି ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିଂ ଖୋଜାଯାଇ ପାରିନାହିଁ। ଯେତିକି ମୃ-ତ୍ୟୁ ପୂର୍ବ ଏକ ବର୍ଷରେ ସମ୍ପୂର୍ଣ୍ଣ ଦୁନିଆରେ କୋଭିଡ ଦ୍ୱାରା ହୋଇଛି, ସେତିକି ମୃ-ତ୍ୟୁ ଆଫ୍ରିକାରେ ପ୍ରତି ବର୍ଷରେ ମ୍ୟାଲେରିଆ ଦ୍ୱାରା ହେଉଛି। ପ୍ରତିବର୍ଷ ୫୦ କୋଟି ଲୋକ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ଏବଂ ପ୍ରାୟ ୧୦ ଲକ୍ଷ ଲୋକଙ୍କର ମୃ-ତ୍ୟୁ ହେଉଛି। ମ୍ୟାଲେରିଆରେ ଅଧିକାଂଶ ମୃ-ତ୍ୟୁ ଉପ ସହାରା ଆଫ୍ରିକାର ପିଲା ଓ ଯୁବକ ମାନେ ଅଟନ୍ତି। ଏହା ଅଧିକତର ଏସିଆ ଓ ଆଫ୍ରିକାରେ ଦେଖା ଯାଏ। ଅନେକ ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଅନୁମତି ମିଳିଲେ ମଧ୍ୟ ଏହି ମ୍ୟାଲେରିଆର କୌଣସି ସଠିକ ଟିକ କିମ୍ବା ଭ୍ୟାକ୍ସିଂ ଆଜି ଯାଏଁ ବାହାରି ନାହିଁ। ଯାହା ସାହାଯ୍ୟରେ ମ୍ୟାଲେରିଆକୁ ଅଟକ କରାଯାଇ ପାରିବ ତାହାର କୌଣସି ସଠିକ ସଫଳ ମିଳିନାହିଁ।

କିନ୍ତୁ ଏବେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣି ଡାକ୍ତର ଏବଂ ବୈଜ୍ଞାନିକ ମାନେ ବହୁତ ଉତ୍ସାହିତ ଅଛନ୍ତି। ବୁରକିନା ଫାସୋରେ ଅନେକ ବର୍ଷ ଧରି ଏହି ମ୍ୟାଲେରିଆ ଉପରେ ଗବେଷଣା ହୋଇ ଆସୁଛି। ଏବେ ସେମାନଙ୍କୁ ପ୍ରାଥମିକ ସଫଳତା ମିଳିସାରିଛି। ଏହି ପ୍ରାଥମିକ ସଫଳତାକୁ ଲକ୍ଷ୍ୟ କରି ଏହା ଆଶା କରାଯାଉଛି କି, ଅତି ଶୀଘ୍ର ଚିକିତ୍ସା ବିଜ୍ଞାନ ମ୍ୟାଲେରିଆର ଟୀକା ବାହାର କରିବାରେ ସଫଳତା ପାଇବେ। ଯାହା ମୟଲେରିଆକୁ ସମ୍ପୂର୍ଣ୍ଣ ମୂଳରୁ ସମାପ୍ତ କରିଦେବ।

ଦ ଲ୍ୟାସେଣ୍ଟ ଜେନେରାଲ ରି-ପୋ-ର୍ଟ:-

ଦ ଲ୍ୟାସେଣ୍ଟ ଜେନେରାଲ ରେ ଏହି ପରୀ-କ୍ଷଣ ବିଷୟରେ ଲେଖା ଯାଇଛି। ଏଥିରେ ବିସ୍ତାର ରୂପେ ଲେଖା ଯାଇଛି ଯେ, ମ୍ୟାଲେରିଆର ଏହି ଭ୍ୟାକ୍ସିନ ପରି-କ୍ଷଣର ପ୍ରକ୍ରିୟା କଣ ଥିଲା ଏବଂ ପରି-କ୍ଷଣରୁ କଣ ଫଳାଫଳ ମିଳିଲା। ପୂର୍ବ ୧୨ ମାସରେ ବାରମ୍ବାର ଭ୍ୟାକ୍ସିନର ପରିଣାମକୁ ପାଖାପାଖି ମନିଟର କରାଯାଇଛି ଓ ଡାକ୍ତରମାନେ ପାଇଛନ୍ତି ଏଥିରେ ପ୍ରାୟ ୭୭ ପ୍ରତିଶତ ପର୍ଯ୍ୟନ୍ତ ସଫଳତା ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ଭ୍ୟାକ୍ସିନର ସଫଳତା ପାଇଁ ମିନିମମ ୭୫ ପ୍ରତିଶତ ସକ୍ସେସର ମାପଦଣ୍ଡ ରଖିଛି। ଏହି ମାପଦଣ୍ଡ ହିସାବରେ ଦେଖା ଯାଉଛି କି, ଏହି ଭ୍ୟାକ୍ସିନର ସଫଳତା ମିନିମମ ଠାରୁ କିଛି ଅଧିକ ରହିଛି। ମ୍ୟାଲେରିଆର ଏହା ହେଉଛି ଖୋଜାଯାଇଥିବା ପ୍ରଥମ ଭ୍ୟାକ୍ସିନ ଯାହା ଥରକରେ ଅଧିକ ସଫଳତା ହାସଲ କରିଛି।

ପରି-କ୍ଷଣର ପ୍ରକ୍ରିୟା:-

ଏକ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏହି ଭ୍ୟାକ୍ସିନର ପରୀ-କ୍ଷଣ ପ୍ରକ୍ରିୟା ମୋଟ ୪୫୦ ପିଲା ସମ୍ପୃକ୍ତ ଥିଲେ। ଏହି ପିଲା ୫ ବର୍ଷଠୁ ଆରମ୍ଭ କରି ୧୭ ମାସ ପର୍ଯ୍ୟନ୍ତ ବୟସର ଅଟନ୍ତି। ସମୃକ୍ତ ଥିବା ପିଲାମାନଙ୍କୁ ତିନୋଟି ଅଲଗା ଅଲଗା ଗ୍ରୁପ କରି ସେମାନଙ୍କ ଉପରେ ଏହି ଭ୍ୟାକ୍ସିନର ପରୀକ୍ଷଣ କରାଯାଇ ଏହାର ଫଳାଫଳ ଯାଞ୍ଚ କରାଯାଉଥିଲା। ପ୍ରଥମ ଗ୍ରୁପକୁ R21/ମାଟ୍ରିକ୍ସ-M ଭ୍ୟାକ୍ସିନ କମ ମାତ୍ରାରେ ଦିଆଗଲା। ଦ୍ୱିତୀୟ ଗ୍ରୁପକୁ R21/ମାଟ୍ରିକ୍ସ-M ଭ୍ୟାକ୍ସିନ ଅଳ୍ପ ଅଧିକ ମାତ୍ରାରେ ଦିଆଗଲା। ତୃତୀୟ ଗ୍ରୁପକୁ R21/ମାଟ୍ରିକ୍ସ-M ଭ୍ୟାକ୍ସିନ ଦିଆଗଲା ନାହିଁ ବରଂ ସେମାନଙ୍କୁ ରେବୀଜର ଭ୍ୟାକ୍ସିନ ଦିଆଗଲା। ଯେଉଁ ଗ୍ରୁପକୁ ଅଳ୍ପ ଅଧିକ ମାତ୍ରାରେ ଭ୍ୟାକ୍ସିନ ଦିଆଯାଇଥିଲା ସେମାନଙ୍କୁ ୭୭ ପ୍ରତିଶତ ସଫଳତା ପାଇଛନ୍ତି। ଯେଉଁ ଗ୍ରୁପକୁ କମ ମାତ୍ରାରେ ଭ୍ୟାକ୍ସିଂ ଦିଆଯାଇଥିଲା ସେମାନଙ୍କୁ ୭୧ ପ୍ରତିଶତ ସଫଳତା ପାଇଛନ୍ତି। ବାକି ଗ୍ରୁପତି ଅନ୍ୟ ଗ୍ରୁପଠାରୁ ଅଧିକ ପ୍ରଭାବିତ ହେଲା।

ଏବେ ଡାକ୍ତର ଏବଂ ବୈଜ୍ଞାନିକମାନେ ଏକ ବଡ଼ ଗ୍ରୁପକୁ ନେଇ ପରୀ-କ୍ଷଣ କରିବାକୁ ଚାହୁଁଛନ୍ତି। ଯଦି ସେଥିରେ ସଫଳତା ହାସଲ ହୁଏ, ତେବେ ଯେଉଁ ୫୦ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିବା ଏହି ମ୍ୟାଲେରିଆକୁ ଦୁନିଆରୁ ବିଦାୟ ନେଇଯିବ।

ମ୍ୟାଲେରିଆ ବିରୋ-ଧରେ ଚିକିତ୍ସା ବିଜ୍ଞାନର ଲମ୍ବା ଲ-ଢେ-ଇ:-

ଗୋଟିଏ ମଶା କାଟିବା କାରଣରୁ ପୂର୍ବ ଏକ ଦଶକରୁ ଦୁନିର ସମସ୍ତ ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ଚିନ୍ତାରେ ପକାଇଦେଇଛି। ଭିନ୍ନ ଭିନ୍ନ ପ୍ରକାରର ଔଷଧ ବାହାରିଲା କିନ୍ତୁ କୌଣସି ଔଷଧ ମ୍ୟାଲେରିଆକୁ ମୂଳରୁ ସମାପ୍ତ କରିଦେବା ପାଇଁ ବାହାରି ପାରି ନଥିଲା।

୧୨ ବର୍ଷ ପୂର୍ବରୁ ଅଷ୍ଟ୍ରେଲିଆର କିଛି ବୈଜ୍ଞାନିକ ଓ ଡାକ୍ତର ମ୍ୟାଲେରିଆର ଚିକିତ୍ସା ପାଇଁ ଏକ ଔଷଧ ଖୋଜିଛନ୍ତି ଯାହା କାର୍ଯ୍ୟକାରୀ ହେଲା। ଯଦିଓ ତାଙ୍କର ଏହା ବୁଝିବାର ଥିଲା ଯେ ମ୍ୟାଲେରିଆର ବିଷାକ୍ତ ମଶା ଦ୍ୱାରା ଆମ ଶରୀରରେ କିଭଳି କାମ କରୁଛି। ଏହା କୌଣସି ଭାବେ ଆମ ରକ୍ତ ଭିତରେ ପଶି ରକ୍ତକୋଶିକା ଗୁଡିକୁ ନିଜ ଅଧୀନକୁ ନେଇ ତାର ପ୍ରତିରୋଧକ କ୍ଷମ-ତା କମାଇ ନିଜର ପ୍ରୋଟିନ ତିଆରି କରେ ଏବଂ ପୁଣି ସେହି ରକ୍ତ ମାଧ୍ୟମରେ ସମ୍ପୂର୍ଣ ଶରୀରରେ ପ୍ରସାରିତ କରିଥାଏ।

ବୈଜ୍ଞାନିକ ପାଇଲେ ଯେତେବେଳେ ବିଷାକ୍ତ ଅଣୁ ନିଜ ବିଷାକ୍ତ ପ୍ରୋଟିନର ରେ-ଞ୍ଜ ଶରୀର ଭିତରେ ତିଆରି କରୁଛି, ଯଦି ସେହି ସମୟରେ କୌଣସି ବାହାର ପ୍ରୋଟିନ ସାହାଯ୍ୟରେ ତାକୁ ଭାଙ୍ଗିଦିଆଯାଏ ତେବେ ତାର ଚେନ ପ୍ରୋସେସ ସେଇଠି ଭାଙ୍ଗିଯାଏ ଏବଂ ମ୍ୟାଲେରିଆର ପ୍ରଭାବ ଶରୀର ଉପରେ କମ ପଡିଥାଏ। ଏହି ଭଳି ଚିକିତ୍ସା ସମ୍ପୂର୍ଣ୍ଣ ଦୁନିଆରେ ମ୍ୟାଲେରିଆକୁ ପ୍ରତିରୋଧ କରିବା ପାଇଁ ପ୍ରୟୋଗ କରାଯାଇପାରିବ।

କିନ୍ତୁ ଏଠାରେ ପ୍ରକୃତ ସତ୍ୟ ରୋଗର ଔଷଧ ଖୋଜିବା ନୁହେଁ, ବରଂ ରୋଗକୁ ସମ୍ପୂର୍ଣ୍ଣ ସମାପ୍ତ କରିବାର ଅଛି। ଯେଉଁଭଳି ପୋଲିଓକୁ ମୂଳରୁ ସମାପ୍ତ କରାଗଲା, ସେହିପରି ଆମକୁ ଏକ ଏଭଳି ଭ୍ୟାକ୍ସିନର ଆବଶ୍ୟକ ଅଛି, ଯାହାକୁ ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ଦୁନିଆରୁ ସମାପ୍ତ କରିବା ଦରକାର। ଆରମ୍ଭର ଫଳାଫଳ ଉତ୍ସାହ ଜନକ ହୋଇଛି। ଆଶା କରାଯାଉଛି ଏହାର ଶୀଘ୍ର ଖୁସି ଖବର ମିଳିବ।

Leave a Reply

Your email address will not be published. Required fields are marked *