ଯେତେବେଳେ ମଧ୍ୟ ନୂତନ ବିବାହ ହୋଇଥାଏ ସେତେବେଳେ ମୁଣ୍ଡରେ “ହନିମୁନ”ର ଯୋଜନା ପ୍ରଥମେ ଆସିଥାଏ | ଏମିତିକି ପରିଚିତ ଲୋକମାନେ ଏହା ବାରମ୍ବାର ପଚାରିଥାନ୍ତି ଯେ “ହନିମୁନରେ କେଉଁଠିକୁ ଯାଉଛନ୍ତି?” ଅଧିକାଂଶ ଲୋକ ହନିମୁନ ବିତାଇବା ପାଇଁ କୌଣସି ସୁନ୍ଦର ଏବଂ ରୋମାଣ୍ଟିକ ସ୍ଥାନ ଖୋଜିଥାନ୍ତି | କେହି ପାହାଡ ଉପରକୁ ଯାଇଥାନ୍ତି ଆଉ କେହି ବିଦେଶ ବୁଲିବାକୁ ପସନ୍ଦ କରିଥାନ୍ତି | କ୍ୱିନଟ୍ରୁ ଆଜି ଆମେ ଆପଣଙ୍କୁ ଏଅପରି ଏକ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ହନିମୁନ ସମ୍ପୂର୍ଣ୍ଣ ଭିନ୍ନ ଅଟେ |
ଏହି ନବ ବିବାହିତ ଦମ୍ପତି ନିଜ ହନିମୁନରେ ରୋମାନ୍ସ କରିବା ପରିବର୍ତ୍ତେ ସମୁଦ୍ର କୂଳରେ ପଡିଥିବା ଅଳିଆ ସଫା କରିବାକୁ ଚୟନ କରିଥିଲେ | ଏକ ନୂତନ ବିବାହ କରିଥିବା ଦମ୍ପତି ହନିମୁନରେ ସମୁଦ୍ର କୂଳକୁ ସଫା କରିବାକୁ ଲାଗିଥିଲେ | ଏହି ଦମ୍ପତିଙ୍କ ନାମ ଅନୁଦୀପ ହେଗଡ଼େ ଏବଂ ମିନୁଶା କାଞ୍ଚା ଅଟେ | ଏହି ଦୁଇଜଣ ନିଜ ହନିମୁନରେ ଯାହା ମଧ୍ୟ କରିଥିଲେ ତାହା ସମଗ୍ର ଦେଶରେ ପ୍ରଶଂସା କରାଯାଉଛି |
ଅନୁଦୀପ କର୍ଣ୍ଣାଟକର ବାସିନ୍ଦା ଅଟନ୍ତି | ସେ ଏବଂ ତାଙ୍କ ପତ୍ନୀ ବିବାହ ପୂର୍ବରୁ ସୋମେଶ୍ୱର ସମୁଦ୍ର ତଟରେ ପ୍ରାୟତଃ ସମୟରେ ବୁଲୁଥିଲେ | ଏଠାରେ ଲୋକଙ୍କ ଦ୍ୱାରା ଫୋପଡ଼ା ଯାଇଥିବା ଅଳିଆ ତାଙ୍କୁ ବହୁତ ଖରାପ ଲାଗୁଥିଲା | ସେମାନେ ଯେତେବେଳେ ସମୁଦ୍ର ତଟରେ ବୁଲିବାକୁ ଯାଉଥିଲେ ସେତେବେଳେ ତାଙ୍କୁ ସମୁଦ୍ର କୂଳରେ ମଦ ବୋତଲ, ଚପଲ, ଖାଦ୍ୟପେୟର ଜିନିଷ ରାପର ଏବଂ ଆହୁରି ଅନେକ ଅଳିଆ ନଜର ଆସିଥାଏ | ଏମିତିରେ ବିବାହ ପରେ ହନିମୁନର ସମୟ ଆସିବାରୁ ଉଭୟ ନିଜର ସମୟକୁ ସମୁଦ୍ର ତଟକୁ ସଫା କରିବାରେ ନିବେଶ କରିବାକୁ ଭାବିଥିଲେ |
ଅନୁଦୀପ ସମୁଦ୍ର ତଟ ସଫା କରିବାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ | ଏହି ଭିଡିଓରେ ସେ ସମୁଦ୍ର ତଟରେ ପଡିଥିବା ଅଳିଆର ଦୃଶ୍ୟ ଦେଖାଉଥିବାର ନଜର ଆସୁଛନ୍ତି | ଏହି ଭିଡିଓକୁ ସେୟାର କରି ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖନ୍ତି ଯେ – କଣ ଦୁଇଜଣ ବ୍ୟକ୍ତି ଆଣି ପାରିବେ କି ? ମୋ ବିବାହ ଦୁଇ ସପ୍ତାହ ପୂର୍ବରୁ ହୋଇଛି | ମୋ ପତ୍ନୀ ନିଷ୍ପତ୍ତି ନେଇଥିଲେ ଯେ ଆମେ ହନିମୁନ ଯିବା ପୂର୍ବରୁ ସମୁଦ୍ର ତଟର ସଫା କରିବୁ | ୪୦ ପ୍ରତିଶତ ଅଳିଆ ଆମେ ସଫା ମଧ୍ୟ କରି ସାରିଛୁ | ସମ୍ପୂର୍ଣ୍ଣ ସଫା କରିବା ପାଇଁ ଆଉ କିଛି ଦିନ ଲାଗିବ | ଏହା ବହୁତ ସନ୍ତୁଷ୍ଟି ପ୍ରଦାନ କରୁଥିବା ଅନୁଭବ ଥିଲା | ନିଜର ଭବିଷ୍ୟତ ସୁରକ୍ଷିତ କରନ୍ତୁ |
Can two person make a difference? Got married two weeks back & with my wife have decided to clean up this beach before we celebrate honeymoon. 40% have been cleared . Few more days to go. A much satisfying experience so far. #saveourfuture@thebetterindia @timesofindia pic.twitter.com/lo1ZJS3Oin
— Anudeep Hegde (@anu_hegde16) December 1, 2020
ଏହି ଦମ୍ପତି ୨୭ ନଭେମ୍ବର ଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ସମୁଦ୍ର ତଟରେ ପ୍ରାୟ ୬୦୦ କିଲୋ ଅଳିଆ ଉଠାଇଥିଲେ | ତାଙ୍କୁ ଏହି ପ୍ରକାରର ଭଲ କାମ କରୁଥିବାର ଦେଖି ଅନ୍ୟ ଯୁବକ ଯୁବତୀ ମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗକୁ ବଢି ଆସିଛନ୍ତି | ସେମାନେ ଭବିଷ୍ୟତରେ ମଧ୍ୟ ଆଗକୁ ଏପରି କାମ କରିବାକୁ ଚାହୁଁଛନ୍ତି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।