କର୍ଣ୍ଣାଟକରେ ଜଣେ ୨୧ ବର୍ଷୀୟ ବ୍ୟକ୍ତି ନିଜ ମା’ଙ୍କୁ ବଳା-ତ୍କାର ଓ ହତ୍ୟା କରିବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ବନାହଲ୍ଲୀ ନିବାସୀ ଶିବପ୍ପା ଅପରାଧ ସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
କାହିଁକି କରାଯାଇଥିଲା ହତ୍ୟା ଉଦ୍ୟମ:
ମିଡ଼ିଆ ରିପୋର୍ଟ ଅନୁସାରେ ୨ ବର୍ଷ ପୂର୍ବେ ଶିବପ୍ପାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ସେ ଚାହୁଁ ନଥିଲେ କି ତାଙ୍କ ମାଆ ଆଉ କେଉଁ ପୁରୁଷ ସହ ସମ୍ପର୍କରେ ଆସନ୍ତୁ। ଏହାକୁ ସେ ବାରମ୍ବାର ବିରୋଧ ମଧ୍ୟ କରିଥିଲେ।
ବହୁବାର ମାଙ୍କୁ ଦେଇଥିଲେ ଚେତାବନୀ:
ମିଡ଼ିଆ ରିପୋର୍ଟ ଅନୁଯାୟୀ , ଶିବପ୍ପା ଅନେକ ଥର ତାଙ୍କ ମା’ଙ୍କୁ ଚେତାବନୀ ଦେଇଥିଲେ। ୧୩ ନଭେମ୍ବର ରେ ଶିବପ୍ପା ନିଶାଗ୍ରସ୍ତ ଥିଲେ ଏବଂ ଜୋରଜବରଦସ୍ତି ତାଙ୍କ ମାଙ୍କୁ ବି ମଦ୍ୟପାନ କରାଇଥିଲେ। ମା’ଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେବା ପରେ ତାଙ୍କୁ ବାହାରକୁ ନିଆଯାଇଥିଲା।
ରାସ୍ତାରେ ବଳା-ତ୍କାର, ପରେ ହତ୍ୟା:
ସମ୍ପର୍କୀୟଙ୍କ ସହ ଭେଟିବା ବାହାନାରେ ଶିବପ୍ପା ମାଙ୍କୁ ବାହାରକୁ ନେଇଯାଇଥିଲା। ଏହାପରେ ରାସ୍ତାରେ ବଳା-ତ୍କାର କରିଥିଲା ଓ ପରେ ହତ୍ୟା ବି କରିଥିଲା। ଶିବପ୍ପା ଉପରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୩୭୬ ଜରିଆରେ ମାମଲା ରୁଜୁ କରାଯାଇଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।