ଓଜନ କମାଇବା ପାଇଁ ଭାତ ଖାଇବା ଛାଡ଼ିଦେବା ଠିକ ନା ଭୁଲ ? ୯୯ ପ୍ରତିଶତ ଭାରତୀୟ ଡାଏଟିଙ୍ଗ ସମୟରେ କରିଥାନ୍ତି ଏହି ଭୁଲ

ତାଲାବନ୍ଦ ସମୟରେ ଅନେକ ଲୋକଙ୍କର ଗୋଟିଏ ମାତ୍ର ସମସ୍ୟା ରହିଛି | ତାହା ହେଉଛି ମୋଟା ହୋଇଯିବାର ଚିନ୍ତା | ଅନେକ ମାସ ପର୍ଯ୍ୟନ୍ତ ଘରେ ବସି ଅନେକ ଲୋକ ନିଜର ଓଜନ ବଢ଼ାଇ ନେଇଛନ୍ତି | ଏହାପରେ ଆରମ୍ଭ ହେଲା ଡାଏଟିଙ୍ଗର ଟ୍ରେଣ୍ଡ | ଭାରତରେ ଅଧିକାଂଶ ଲୋକ ଯେତେବେଳେ ଡାଏଟିଙ୍ଗ ଆରମ୍ଭ କରିଥାନ୍ତି ସେତେବେଳେ ସର୍ବପ୍ରଥମେ ଭାତ ଖାଇବା ଛାଡି ଦେଇଥାନ୍ତି | କିନ୍ତୁ ବୋଧହୁଏ ତାଙ୍କୁ ଏହା ଜଣା ନାହିଁ ଯେ ଭାତ ଏବଂ ମେଦବହୁଳତା ମଧ୍ୟରେ ସମ୍ପର୍କ ଯାହା ଲୋକଙ୍କୁ ଜଣା ଅଛି ତାହା ବାସ୍ତବରେ ସମ୍ପୂର୍ଣ୍ଣ ଓଲଟା ଅଟେ |

ଯଦି ଆପଣ ମଧ୍ୟ ସେହି ଲୋକ ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ମେଦବହୁଳତା କମାଇବା ପାଇଁ ଭାତ ଖାଇବା ଛାଡି ଦେଇଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ହିଁ ରହିଛି | କେବଳ ଆପଣ ହିଁ ନୁହନ୍ତି ଭାରତର ଅଧିକାଂଶ ଲୋକ ଭୁଲ ଧାରଣାରେ ରହିଛନ୍ତି ଯେ ଭାତ ଖାଇଲେ ମୋଟା ହୋଇଯାଇଥାନ୍ତି | ଆଜି ଆମେ ଆପଣଙ୍କୁ ଭାତ ସହ ଜଡିତ ଅନେକ ଭ୍ରାନ୍ତ ଧାରଣା ବିଷୟରେ କହିବାକୁ ଯାଉଛୁ |

ଭାରତରେ ଯେତେବେଳେ ମଧ୍ୟ ଆପଣ ଏପରି କୌଣସି ବ୍ୟକ୍ତିଙ୍କୁ ଭେଟୁଛନ୍ତି ଯିଏ ଡାଏଟିଙ୍ଗ କରୁଛନ୍ତି, ସେ ଆପଣଙ୍କୁ ଗୋଟିଏ ଜିନିଷ ନିହାତି କହିବେ | ବହୁତ ଗର୍ବର ସହିତ କୁହନ୍ତି ଯେ ପତଳା ହେବା ପାଇଁ ଭାତ ଖାଇବା ଛାଡି ଦେଇଛନ୍ତି | କିନ୍ତୁ ବାସ୍ତବତା ଠିକ ଏହାର ବିପରୀତ ଅଟେ | ଭାତକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ଭ୍ରାନ୍ତ ଧାରଣା ରହିଛି |

ବର୍ତ୍ତମାନ ସମୟରେ ଗ୍ଲୁଟନ ମୁକ୍ତ ଖାଦ୍ୟର ଟ୍ରେଣ୍ଡ ଚାଲୁଛି | କିନ୍ତୁ ବିଶେଷଜ୍ଞଙ୍କ ମୁତାବକ ଗ୍ଲୁଟନର ଓଜନ ହ୍ରାସ କରିବା ସହିତ ବିଶେଷ ସମ୍ବନ୍ଧ ରହିଛି | ଗ୍ଲୁଟନ ସେହି ମାନଙ୍କ ପାଇଁ ହାନିକାରକ ହୋଇଥାଏ ଯେଉଁମାନେ ସୀଲିଏକ ରୋଗରେ ପୀଡିତ ରହିଛନ୍ତି | ଏମାନଙ୍କର ସଂଖ୍ୟା ଦୁନିଆରେ ଏକ ପ୍ରତିଶତ ହିଁ ରହିଥାଏ | ଏଥିପାଇଁ ଭାତ ଖାଇବା ସମ୍ପୂର୍ଣ୍ଣ ନିରାପଦ ଅଟେ |

ଭାତ ଖାଇବା ଦ୍ୱାରା ଶରୀରର ମୋଟାପଣ ବଢି ନଥାଏ | ଯେଉଁ ଲୋକମାନେ ଓଜନ କମାଇବାକୁ ଚାହୁଁଛନ୍ତି ତାଙ୍କୁ ଭାତ ଠାରୁ ଦୂରେଇ ରଖିବା ଉଚିତ ନୁହେଁ | ରୁଟି ତୁଳନାରେ ତୁଳନାରେ ଭାତ ଓଜନ କମାଇବାରେ ଅଧିକ ସହାୟକ ହୋଇଥାଏ |

ଚାଉଳରେ ଗହମ ଠାରୁ କମ କ୍ୟାଲୋରୀ ରହିଥାଏ | ଏଥିସହିତ ଏହା ହଜମ କରିବାରେ ସହଜ ହୋଇଥାଏ | ଏଥିରେ କଲେଷ୍ଟ୍ରୋଲ ନଥାଏ | ଏଥିରେ ଥିବା କାର୍ବ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ |

କାର୍ବରୁ ହିଁ ମଣିଷକୁ ଶକ୍ତି ମିଳିଥାଏ | ଏମିତିରେ ଯଦି ସୀମିତ ମାତ୍ରାରେ ଏହାର ସେବନ କରାଯାଏ ତେବେ ଓଜନ ହ୍ରାସ କରିବା କ୍ଷେତ୍ରରେ ଏହା ବହୁତ ଲାଭଦାୟକ ହୋଇଥାଏ |

ଡାଏଟିଙ୍ଗ କରୁଥିବା ଲୋକ ଭାତ ଖାଇ ନଥାନ୍ତି | ଏହା ସମ୍ପୂର୍ଣ୍ଣ ଭୁଲ ଅଟେ | ଯେଉଁଠାରେ ପତଳା ଲୋକମାନେ ରାତିରେ ମଧ୍ୟ ଭାତ ଖାଇପାରିବେ, ସେହିପରି ଯଦି ଆପଣଙ୍କର ଓଜନ ଅଧିକ ରହିଛି ତେବେ ଆପଣ ଦ୍ଵିପ୍ରହରକୁ ଭାତ ଖାଆନ୍ତୁ | ଏଥିରୁ ମିଳୁଥିବା କାର୍ବ ଆପଣଙ୍କୁ ଦିନ ସାରା ଶକ୍ତି ପ୍ରଦାନ କରିବ |

ମଧୁମେହ ଥିବା ଲୋକମାନେ ମଧ୍ୟ ଭାତ ଖାଇ ନଥାନ୍ତି | ଏହା ଠିକ ଯେ ଭାତରେ ଷ୍ଟାର୍ଚ୍ଚ ରହିଥାଏ ଯେଉଁଥିରେ ଗ୍ଲାଇସେମିକ ଇଂଡେକ୍ସ ଅଧିକ ରହିଥାଏ | ଏହା ଶରୀରରେ ତୀବ୍ରତାର ସହିତ ସୁଗାର ପ୍ରସ୍ତୁତ କରିଥାଏ | କିନ୍ତୁ ଯଦି ଭାତ, ଦହି, ତରକାରୀ କିମ୍ବା ଡାଲି ଏକାସାଙ୍ଗରେ ଖାଉଛନ୍ତି ତେବେ ଏହା କୌଣସି କ୍ଷତି କରି ନଥାଏ |

ଦହି, ଡାଲି ଏବଂ ତରକାରୀ ଇତ୍ୟାଦି ଭାତର ଗ୍ଲାଇସେମିକ ଇଂଡେକ୍ସ କମାଇ ଦେଇଥାଏ | ଏହାଦ୍ୱାରା ଶରୀରରେ ସୁଗାର କମ ପ୍ରସ୍ତୁତ ହୋଇଥାଏ | ମଧୁମେହ ରୋଗୀ କମ ମାତ୍ରାରେ ଭାତ ଖାଇ ପାରିବେ | ଏଥିରେ କୌଣସି କ୍ଷତି ହେବ ନାହିଁ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *