ଇଜରାଇଲ ରେ ଭାରତୀୟ ଦୂତାବାସ ର ଅଧିକାରୀ ପବନ କେ ପାଲ ଏକ ଭିଡ଼ିଓ ନିଜର ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି ଯେଉଁଥିରେ ଇଜରାଇଲ ଲୋକେ ଓଁ ନମଃ ଶିବାୟ ର ଜୟକାର ଲଗାଇ ଭାରତ ର ସୁରକ୍ଷା ପାଇଁ ହୃଦୟରୁ ପ୍ରାର୍ଥନା କରୁଛନ୍ତି ।
କରୋନା ମହାମାରୀ ର ଦ୍ୱିତୀୟ ପର୍ଯ୍ୟାୟ ଭାରତରେ ପ୍ରଳୟ ସୃଷ୍ଟି କରିଛି । ଦେଶରେ ସ୍ଥିତି ଏତେ ଭୟାବହ ହୋଇ ଯାଇଛି ଯେ ଲୋକେ ବିନା ଚିକିତ୍ସା ରେ ହିଁ ସଡ଼କ ରେ ମୃ-ତ୍ୟୁ ବରଣ କରୁଛନ୍ତି । ଏପରି କଠିନ ମୁହୂର୍ତ୍ତରେ କେବଳ ଲୋକଙ୍କ ପାଖରେ ପରସ୍ପରକୁ ସାହାଯ୍ୟ କରିବା ବ୍ୟତୀତ କୌଣସି ଅନ୍ୟ ରାସ୍ତା ନଜର ଆସିନାହିଁ । କିନ୍ତୁ ଏହି କଠିନ ସମୟରେ ଭାରତର ମିତ୍ର ଦେଶ ମଧ୍ୟ ଯଥା ସମ୍ଭବ ସାହାଯ୍ୟ ପଠାଉଛନ୍ତି , କିନ୍ତୁ କରୋନାର ଏହି ସମୟରେ ତାହା ମଧ୍ୟ ଅପର୍ଯ୍ୟାପ୍ତ ପ୍ରମାଣିତ ହେଉଛି ।
ଏବେ ସୋସିଆଲ ମିଡିଆରେ ଏକ ଏପରି ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଇଜରାଇଲ ଲୋକଙ୍କ ପ୍ରଶଂସା ନକରି ରହି ପାରିବେ ନାହିଁ । ଭାରତର ମିତ୍ର ଦେଶ ଇଜରାଇଲ ରେ ଭାରତର ଲୋକଙ୍କ ଭଲ ପାଇଁ ଓଁ ନମଃ ଶିବାୟ ର ଜପ ଚାଲିଛି । ଇଜରାଇଲ ର ଜନତା ଭାରତକୁ ଖୁବଶୀଘ୍ର ଏହି ରୋଗର ଅକ୍ତିଆର ରୁ ବାହାରକୁ ଆସିବା ପାଇଁ ଭଗବାନ ଶିବ ଙ୍କ ଆହ୍ୱାନ କରିଛନ୍ତି ଏବଂ ଏହି ଆହ୍ୱାନ ରେ ଓଁ ନମଃ ଶିବାୟ ର ଜୟକାରା ଲଗାଇଛନ୍ତି ।
ଇଜରାଇଲ ରେ ଭାରତୀୟ ଦୂତାବାସ ର ଅଧିକାରୀ ପବନ ପାଲ ଏକ ଭିଡ଼ିଓ ନିଜର ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି ଯେଉଁଥିରେ ଇଜରାଇଲ ଲୋକେ ଓଁ ନମଃ ଶିବାୟ ର ଜୟକାରା ଲଗାଇ ଭାରତର ସୁରକ୍ଷା ପାଇଁ ହୃଦୟରୁ ପ୍ରାର୍ଥନା କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଇଜରାଇଲ ୟହୁଦୀ ଦେଶ ଅଟେ କିନ୍ତୁ ମିତ୍ର ଦେଶ ଭାରତ ପାଇଁ ସେଠାକାର ଲୋକେ ଭଗବାନ ଶିବ ଙ୍କ ଜପ କରିବାରେ କିଛି ଭାବି ନାହାଁନ୍ତି ।
ପବନ ଏହି ଭିଡ଼ିଓ ର କ୍ୟାପଶନ ରେ ଲେଖିଛନ୍ତି ଯେ ଯେତେବେଳେ ପୁରା ଇଜରାଇଲ ଏକତ୍ର ହୋଇ ଆପଣଙ୍କ ପାଇଁ ଆଶା ର କିରଣ ହୋଇଯିବ । ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏହି ଭିଡ଼ିଓ ରେ ଦେଖା ଯାଇ ପାରିବ ଯେ ଅନେକ ଲୋକ ଗୋଟିଏ ଜାଗାରେ ଆସି ଭଗବାନ ଶିବ ଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ଓଁ ନମଃ ଶିବାୟ ଜପ କରୁଛନ୍ତି । ଭକ୍ତିମୟ ବାତାବରଣ ରେ ଲୋକେ ନାଚି ଉଠୁଛନ୍ତି । ଏହି ଭିଡ଼ିଓ ଯେପରି ହିଁ ସେୟାର ହୋଇଛି ସେହିପରି ହିଁ ଭାରତୀୟ ମାନେ ତାହାକୁ ଖୁବ ପସନ୍ଦ କରିଛନ୍ତି ।