ଦୁନିଆରେ ଏମିତି ବହୁତ ଜାଗା ଅଛି, ଯାହା ସହିତ ଗଭୀର ରହସ୍ୟ ଯୋଡ଼ି ହୋଇ ରହିଥାଏ। ଏହି ରହସ୍ୟମୟ ଜାଗାମାନଙ୍କ ସହିତ କିଛି ନା କିଛି କାହାଣୀ ମଧ୍ୟ ଯୋଡି ହୋଇ ରହିଥାଏ। ଆଜି ଆମେ ଆପଣଙ୍କୁ ଦୁନିଆର ଏକ ସ୍ଵତନ୍ତ୍ର ଗାଁ ବିଷୟରେ ଜଣାଇବୁ। ଯାହାକୁ ‘ମୁର୍ଦୋଁ କା ସହର’ ନାମ ଦିଆଯାଇଛି। ଏହି ଗାଁ ବିଷୟରେ କୁହାଯାଇଥାଏ କି ଗୋଟିଏ ଥର ଯେଉଁ ବ୍ୟକ୍ତି ଏଠାରେ ପାଦ ରଖିଥାଏ ତାର ଜୀବନ କିଛି ଦିନର ଅତିଥି ହୋଇ ଯାଇଥାଏ ଏବଂ ଏହି ଗାଁକୁ ଆସିଥିବା କୈାଣସି ବି ବ୍ୟକ୍ତି ପୁଣିଥରେ ଫେରି ଯାଇପାରେ ନାହିଁ। ଯେଉଁ ଲୋକମାନଙ୍କୁ ଏହି ଗାଁ ବିଷୟରେ ଜଣାଥାଏ। ସେମାନେ ଏହାର ନାମ ଶୁଣିବା ମାତ୍ରେ ହିଁ ଡରି ଯାଇଥାନ୍ତି। ଏହି ଗାଆଁଟି ଋଷ ଦେଶରେ ଅବସ୍ଥିତ।
ଋଷର ଉତରୀ ଓସେଟିୟାର ଦର୍ଗାବ୍ସ ସ୍ଥିତ ଏହି ଗାଁ ଶତାବ୍ଦୀ ଶତାବ୍ଦୀ ଧରି ସୁନସାନ ଅଟେ। ଏହି ଗାଁକୁ ଆସି ବସିବାର ସାହାସ କାହା ପାଖରେ ମଧ୍ୟ ନାହିଁ ଏବଂ ଏଠାରେ ରହୁଥିବା ଲୋକ ବର୍ଷବର୍ଷ ପୂର୍ବରୁ ଏହି ଜାଗାରୁ ପଳେଇ ଯାଇଛନ୍ତି। ଲୋକଙ୍କ ମଧ୍ୟରେ ଏହି ଗାଁକୁ ନେଇ ଏତେ ଡର ରହିଛି କି କେହିବି ଏହି ଗାଁ ବିଷୟରେ କଥା ହେବାପାଇଁ ମଧ୍ୟ ଚାହାନ୍ତି ନାହିଁ। ଭୟ କାରଣରୁ ଏହି ଜାଗାରେ କେହି ବି ଯିବା ଆସିବା କରନ୍ତି ନାହିଁ।
ଏହି ଗାଁକୁ ଉଞ୍ଚାଉଞ୍ଚା ପାହାଡ଼ ଘେରି ରହିଛି। ଏଠାରେ ଧଳା ପଥରରେ ହୋଇଥିବା ପାଖାପାଖି ୯୯ଟି ଭୂମିତଳ ଘର ରହିଛି, ଯେଉଁଥିରେ ସ୍ଥାନୀୟ ଲୋକମାନେ ନିଜ ପରିବାର ଲୋକଙ୍କ ଶବକୁ ସମାଧୀ ଦେଇଛନ୍ତି। ଏହି କବରଗୁଡିକୁ ୧୬ବିଂଶ ଶତାବ୍ଦୀରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହା ଏକ ବିଶାଳ ସମାଧୀକ୍ଷେତ୍ର ଅଟେ। ଏହି ଗାଁରେ ତିଆରି ହୋଇଥିବା ପ୍ରତ୍ୟେକ କଠୋରିରେ କାହାକୁ ନା କାହାକୁ ସମାଧୀ ଦିଆଯାଇଛି। କୁହାଯାଉଛି କି ଏଠାରେ ମହଜୁଦ ପ୍ରତ୍ୟେକଟି ଘରେ ପରିବାରର ସଦସ୍ୟଙ୍କୁ ସମାଧୀ ଦିଆଯାଇଥାଏ।
ଏହି ଜାଗାକୁ ନେଇ ସ୍ଥାନୀୟ ଲୋକମାନେ ମାନିଥାନ୍ତିକି ଏହି ଝୋପଡୀନୁମା ଗୃହକୁ ଯାଇଥବା ବ୍ୟକ୍ତି କେବେବି ଫେରି ଆସନ୍ତି ନାହିଁ।
ଏହି ଜାଗାର ରହସ୍ୟ ବିଷୟରେ ଜାଣିବାପାଇଁ ଚେଷ୍ଟା ବହୁତ ଲୋକ କରିଛନ୍ତି। କିନ୍ତୁ କାହାକୁ ବି ସଫଳତା ମିଳି ପାରିନାହିଁ। ଏହି ଗାଁରେ ପହଁଞ୍ଚିବା ବହୁତ କଷ୍ଟକର ହୋଇଥାଏ ଏବଂ ଏଇ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାହାଡ଼ ମଧ୍ୟରେ ମଜବୁତ ରାସ୍ତା ଦେଇ ଯିବାକୁ ପଡିଥାଏ। ଯେଉଁଥିପାଇଁ ସମୁଦାୟ ତିନି ଘଣ୍ଟାର ସମୟ ଲାଗି ଯାଇଥାଏ। ଏହା ସହିତ ଏହି ଜାଗାର ପାଗ ସବୁବେଳେ ଖରାପ ହୋଇ ରହିଥାଏ। ଯେଉଁ କାରଣରୁ ଏଠାର ପହଁଞ୍ଚିବାକୁ ଆହୁରି କଷ୍ଟସାଧ୍ୟ ହୋଇ ଯାଇଥାଏ।
ଗୋଟିଏଥର ପୂରାତତ୍ବ ବିଭାଗ ଏହି ଗାଁକୁ ଯାଇ ଏଠାର ଘରେ ତିଆରି ହୋଇଥିବା ସମାଧିପୀଠ ମାନଙ୍କ ବିଷୟରେ ଅଧ୍ୟୟନ କରିଥିଲେ। ପୂରାତତ୍ବବିଦମାନଙ୍କ ମୁତାବକ, ଏଠାର ସମାଧୀମାନଙ୍କ ପାଖରୁ ଡଙ୍ଗା ମିଳିଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ଡଙ୍ଗାକୁ ନେଇ ମାନିଥାନ୍ତି କି ଆତ୍ମାକୁ ସ୍ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନଦୀପାର ହେବାକୁ ପଡ଼ିଥାଏ। ଏଥିପାଇଁ ଶବକୁ ଡଙ୍ଗା ଉପରେ ରଖି ସମାଧୀ ଦିଆଯାଉଥିଲା। ଏହା ବ୍ୟତୀତ ପୂରାତତ୍ବ ବିଭାଗକୁ ଏହି ଗାଁରେ ଏକ କୂପ ମଧ୍ୟ ମିଳିଥିଲା।
ଏହି କୂପ ବିଷୟରେ କୁହାଯାଇଥାଏ କି ଯେତେବେଳେ ଏଠାରେ କାହାକୁ ସମାଧୀ ଦିଆଯାଉଥିଲା ତ ତାଙ୍କ ପରିବାର ଲୋକେ ତାଙ୍କୁ ମନେରଖି କୂପ ମଧ୍ୟକୁ ମୁଦ୍ରା ଫୋପାଡୁ ଥିଲେ। ଯଦି ପକା ଯାଇଥିବା ମୁଦ୍ରା ତଳେ ମହଜୁଦ ଥିବା ପଥର ସହିତ ମାଡ଼ ହୋଇ ଯାଉଥିଲା ତାହେଲେ ଏହା ଅର୍ଥ ହେଉଛି କି ଆତ୍ମାକୁ ଶାନ୍ତି ମିଳିଯାଇଛି ଏବଂ ସେ ସ୍ଵର୍ଗରେ ପହଞ୍ଚି ଯାଇଛନ୍ତି। ଏହି ଗାଁରେ ତିଆରି ହୋଇଥିବା କେତେ ଘର ବର୍ତ୍ତମାନ ଭାଙ୍ଗିବାକୁ ଲାଗିଛି। ଏହି ଘରମାନଙ୍କରେ ବର୍ତ୍ତମାନ କେହି ରହୁ ନାହାନ୍ତି ଏବଂ ନା କେହି ଏହି ଘର ଉପରେ ନିଜ ଅଧିକାରକୁ ସାବ୍ୟସ୍ତ କରୁଛନ୍ତି। ଗାଁର ପ୍ରତ୍ୟେକ ଘର ଭିତରେ ସମାଧୀ ହେବା କାରଣରୁ ହିଁ ଏହାକୁ ‘ମୁର୍ଦୋ କା ସହର’ କୁହାଯାଇଥାଏ।