ବହୁତ ଲୋକମାନେ କହନ୍ତି ଯୋଡି ଉପରବାଲା ବନେଇଥାଏ। ଏହା ସବୁ ଭାଗ୍ୟ ଏବଂ ଭବିଷ୍ୟତ କଥା। ଏମିତି ଏକ ଘଟଣା ଗୁଜୁରାଟର ଭଡୋଦରାରୁ ସାମ୍ମନାକୁ ଆସିଛି। ଯେଉଁଠି ଜଣେ ଯୁବକର ଭାଗ୍ୟ ଉପରେ ବହୁତ ଚର୍ଚ୍ଚା ହେଉଛି। ନିଜର ସମାଜର ଝିଅକୁ ବିବାହ କରିବା ପାଇଁ ଯୁବକଙ୍କୁ ଚାରି ଦଶକ ଲାଗିଗଲା। ଏବେ ତାଙ୍କୁ ୬୩ ବର୍ଷ ବୟସ ଏବଂ ସେ ଯାହାଙ୍କୁ ବିବାହ କରିଛନ୍ତି ସେହି ଯୁବତୀଙ୍କୁ ୪୦ ବର୍ଷ ବୟସ। କିନ୍ତୁ ଏହି ଖୁସି ତାଙ୍କର ୨୪ ଘଣ୍ଟାରୁ ଅଧିକ ରହି ନଥିଲା କାରଣ ଶାଶୁଘରେ ପଦ ରଖିଲା ମାତ୍ରେ ନବ ବଧୂର ମୃ-ତ୍ୟୁ ହୋଇଗଲା।
ବାସ୍ତବରେ ବଡୋଦରା ଜିଲ୍ଲାର ପିପଲଛଟ ଗାଁରେ ରହୁଥିବା ୬୩ ବର୍ଷିୟ କଲ୍ୟାଣଭାଈ ରବାରୀ ଏବଂ ୪୦ ବର୍ଷିୟ ଲୀଲାବେନଙ୍କ ସୋମବାରକୁ ବହୁତ ଧୁମଧାମରେ ବିବାହ ହୋଇଥିଲା। ଏହି ବିବାହରେ ଦୁଇ ଜଣ ବହୁତ ଖୁସି ଥିଲେ, ଖାସ କରି ଯୁବକ ଜଣଙ୍କ ଶେଷରେ ହେଉପଛେ କିନ୍ତୁ ତାଙ୍କ ସାଥି ପାଇଥିଲେ। ତାଙ୍କୁ କ’ଣ ଜଣାଥିଲା କି ତାଙ୍କ ଭାଗ୍ୟରେ ସ୍ତ୍ରୀର ସୁଖ ଲେଖା ନାହିଁ ବୋଲି। ବିବାହ ପରେ ଲୀଲାବେନ ଯେତେବେଳେ ଶାଶୁଘରେ ରସମ କରୁଥିଲେ ସେତେବେଳେ ତାଙ୍କ ମୁଣ୍ଡ ବୁଲାଇ ଥିଲା ଏବଂ ସେ ତଳେ ପଡି ଯାଇଥିଲେ। ସେହି ସମୟରେ କଲ୍ୟାଣ ତାଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ଏବଂ ଡକ୍ଟର ସେଠି ତାଙ୍କୁ ମୃ-ତ ଘୋଷିତ କରିଥିଲେ।
କଲ୍ୟାଣଭାଈ ତାଙ୍କ ବିବାହକୁ ନେଇ ବହୁତ ଖୁସି ଥିଲେ କାରଣ ତାଙ୍କର ୩୦-୩୫ ବର୍ଷର ସ୍ବପ୍ନ ପୁରା ହେଉଥିଲା। ଏଥିପାଇଁ ସେ ଆଖପାଖ ଗାଁର ଲୋକମାନଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ। ଏହାର ପୂର୍ବ ଦିନ ୨୪ ତାରିଖକୁ ନିଜର ବରଯାତ୍ରୀ ନେଇ କଲ୍ୟାଣଭାଈ ବରସଡା ପହଁଚି ଲୀଲାବେନଙ୍କୁ ବିବାହ କରିଥିଲେ।
ଅର ଘର ବସିଲା। କିନ୍ତୁ ସେମାନେ କ’ଣ ଯାଣିଥିଲେ କି ଝିଅର ଏଇଟା ଶେଷ ବିଦାୟ , ଝିଅ ଏପରି ବେଶରେ ଦୁନିଆ ଛାଡିବ ବୋଲି।
କଲ୍ୟାଣଭାଈଙ୍କ ଜଣେ ପରିଚିତ ଲୋକ ୧/୨ ମାସ ପୂର୍ବେ କହିଥିଲେ କି ଗୋଟେ ଝିଅ ଅଛି ଯାହାକୁ ତୁମେ ବିବାହ କରିପାରିବ। ତାଙ୍କୁ ୪୦ ବର୍ଷ ବୟସ ଯାହାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ। ଯଦି ତୁମେ କହିବ ତାହେଲେ ମୁଁ ତାଙ୍କ ବାପା, ମାଙ୍କ ସହ କଥା ହେବି ବିବାହ ପାଇଁ। ତାପରେ କଲ୍ୟାଣଭାଈ ବିବାହ ପାଇଁ ରାଜି ହୋଇଥିଲେ ଏବଂ ଦୁଇ ପରିବାର ମିଳାମିଶା କରି ବିବାହ ସ୍ତିର କରିଥିଲେ।
କଲ୍ୟାଣ ଜଣେ ପଶୁପାଳକ ଅଟନ୍ତି ସେ ଗାଈର କ୍ଷୀର ବିକ୍ରି କରି ନିଜର ଗୁଜୁରାଣ କରନ୍ତି। ତାଙ୍କର ଜଣେ ପାଗଳ ଅଟନ୍ତି। ଏହା ବ୍ୟତିତ ତାଙ୍କର ଜଣେ ଭଉଣି ଅଛନ୍ତି ଯିଏ ବିଧବା ଅଟନ୍ତି। ସେ ଗତ ୩୦/୩୫ ବର୍ଷ ହେବ ସମାଜର ଝିଅ ଖୋଜୁଥିଲେ। ସେ କହୁଥିଲେ ଯଦି ସେ ବିବାହ କରିବେ ସମାଜର ଝିଅଙ୍କୁ ନ ହେଲେ ସେ ବିବାହ କରିବେ ନାହିଁ।