ଜାଣନ୍ତୁ ସ୍ୱପ୍ନରେ କିନ୍ନରଙ୍କୁ ଦେଖିଲେ ଭବିଷ୍ୟତରେ କଣ ହୋଇଥାଏ?

ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ମୁତାବକ କିନ୍ନରଙ୍କୁ ସ୍ୱପ୍ନରେ ଦେଖିବା ଅଶୁଭ ହୋଇଥାଏ। କୁହାଯାଏ ଯେ ଦୁର୍ଯ୍ୟଧନଙ୍କ ଜନ୍ମ ପୂର୍ବରୁ ମାତା ଗାନ୍ଧାରୀ ମଧ୍ୟ ନିଜ ସ୍ୱପ୍ନରେ କିନ୍ନରଙ୍କୁ ନୃତ୍ୟ ଗୀତ କରୁଥିବାର ଦେଖିଥିଲେ। ଭାରତ ଏପରି ଏକ ଦେଶ ଯେଉଁଠାରେ କିନ୍ନର ମାନଙ୍କୁ ସମାଜରୁ ଅଲଗା ରଖାଯାଇଥାଏ। ଯଦି ସ୍ୱୟଂ ଭଗବାନ ତାଙ୍କୁ ଏମିତି ବନାଇଛନ୍ତି ତେବେ ତାଙ୍କର ଏଥିରେ କୌଣସି ଭୁଲ ନାହିଁ। ଆଜିର ଶିକ୍ଷିତ ସମାଜରେ ସେମାନଙ୍କୁ ଉଚିତ ସମ୍ମାନ ମିଳିବା ଆବଶ୍ୟକ।

କିନ୍ନରଙ୍କୁ ସ୍ୱପ୍ନରେ ଦେଖିଥିବା ଅବସ୍ଥା ହିସାବରେ ଏହାର ଫଳରେ ପରିବର୍ତ୍ତନ ଆସିଥାଏ। ଯେମିତିକି ଯଦି ଆମେ କିନ୍ନରଙ୍କୁ ସ୍ୱପ୍ନରେ ନୃତ୍ୟ ଗୀତ କାରବାର ଦେଖିଥାଉ ତେବେ ଏହା ଏକ ଅଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ନିକଟ ଭବିଷ୍ୟତରେ ନିହାତି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ଯଦି ସ୍ୱପ୍ନରେ ଜଣେ କିମ୍ବା ଅନେକ କିନ୍ନର କିଛି ଦେଉଥିବାର ଦେଖନ୍ତି। ବିଶେଷ କରି ଯଦି ପଇସା ଦେଉଥାନ୍ତି ତେବେ ଏହା ଏକ ଶୁଭ ସଂକେତ। ଏହା ଆମର ବୁଧକୁ ଶକ୍ତିଶାଳୀ କରିଥାଏ। ଧନ ପ୍ରାପ୍ତି ହେବାର ଯୋଗ ରହିଥାଏ। ଏହି ସ୍ୱପ୍ନ କହିଥାଏ ଯେ ଆମେ କୌଣସି ସମସ୍ୟାରୁ ବାହାରି ଆସିବେ। ନିକଟ ଭବିଷ୍ୟତରେ କୌଣସି ସମସ୍ୟାର ସମାଧାନ ହୋଇଯିବ।

ଜ୍ୟୋତିଷ ଶାସ୍ତ୍ରରେ ବୁଧର ସମସ୍ୟା ସମାଧାନ ପାଇଁ କିନ୍ନରଙ୍କୁ ଦାନ କରିବା ପାଇଁ କୁହାଯାଇଥାଏ। କାରଣ କିନ୍ନର ମନେ ବୁଧଙ୍କ ପ୍ରତୀକ ହୋଇଥାନ୍ତି। ବୁଧଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ନପୁଂସକ ଗ୍ରହର ଆଖ୍ୟା ଦିଆଯାଇଛି। ବୁଧ କୌଣସି ଗ୍ରହର ମିତ୍ର କିମ୍ବା ଶତ୍ରୁ ହୋଇନଥାନ୍ତି। ଉଗ୍ର ଗ୍ରହ ହେଉ କି ଶାନ୍ତ ଗ୍ରହ ବୁଧ ଯେଉଁ ଗ୍ରହ ସହିତ ଅବସ୍ଥାନ କରିଥାନ୍ତି ସେହି ଗ୍ରହର ସ୍ୱରୂପ ଧାରଣ କରିନେଇଥାନ୍ତି। ଏହି କାରଣରୁ ବୁଧଙ୍କୁ ନପୁଂସକ ଗ୍ରହ କୁହାଯାଇଥାଏ। ଯେଉଁଥିପାଇଁ ବୁଧଙ୍କୁ ଦାନ କରିବା ଉଦ୍ଦେଶ୍ୟରେ କିନ୍ନରଙ୍କୁ ଦାନ କରାଯାଇଥାଏ।

ଯଦି ଏପରି କୌଣସି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ବୁଧ ଦୁର୍ବଳ ରହିଛି ତେବେ କିନ୍ନରଙ୍କୁ କିଛି ନୋଟ ଟଙ୍କା ଦାନରେ ଦିଅନ୍ତୁ ଖୁଚରା ମୁଦ୍ରା ଦିଅନ୍ତୁ ନାହିଁ। ଏହା ବଦଳରେ ତାଙ୍କ ଠାରୁ ଆଶିର୍ବାଦ ରୂପରେ ଗୋଟିଏ ମୁଦ୍ରା ନେଇ ନିଅନ୍ତୁ। ଯଦି କୌଣସି କିନ୍ନର ଖୁସିର ସହିତ ଆପଣଙ୍କୁ ଏକ ମୁଦ୍ରା ପ୍ରଦାନ କରୁଛନ୍ତି ତେବେ ସେହି ମୁଦ୍ରାଟି ଅପଣଙ୍କ ଜୀବନରେ ସୁଖ ଶାନ୍ତି ଭରି ଦେଇଥାଏ।

Leave a Reply

Your email address will not be published. Required fields are marked *