ଗୋଆ ବିଚରେ ଜେଲି ଫିସଙ୍କ ଦଳ, ଦୁଇ ଦିନରେ ୯୦ ଲୋକ ହେଲେ ଶିକାର

ଗୋଆ ନିଜର ସୁନ୍ଦର ସମୁଦ୍ର କୂଳ ପାଇଁ ଫେମସ। ଏଠାକୁ ବହୁ ସଂଖ୍ୟାର ଲୋକ ଆସନ୍ତି , କିନ୍ତୁ ଏବେ ଏଠାର ମସ୍ତି ଭାରୀ ପଡିପାରେ। ଗୋଆ ବିଚରେ ବିଷାକ୍ତ ଜେଲଫିସର ଆତଙ୍କ ବଢି ଯାଇଛି। ଗତ କିଛି ଦିନ ହେବ ଜେଲଫିସ ୯୦ ଲୋକଙ୍କୁ ଚୋଟ ମାରିଛି। ଜେଲଫିସ ର ସମ୍ପର୍କରେ ଆସିଥିବା ଲୋକମାନଙ୍କର ଉପଚାରର ଆବଶ୍ୟକତା ପଡିଛି। ଏହି ବିଷାକ୍ତ ମାଛର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

ବାସ୍ତବରେ ଗତ ଦୁଇ ଦିନରେ ଗୋଆର ବାଗା-କୈଲଙ୍ଗୁଟ ବିଚରେ ଜେଲଫିସର ଶିକାର ହେବାର ୫୫ରୁ ଅଧିକ ମାମଲା ସାମ୍ମନାକୁ ଆସିଛି। ଯେତେବେଳେ କୈଣ୍ଡୋଲିମ ବିଚ ରେ ଏହି ବିଷାକ୍ତ ମାଛ ୧୦ ଲୋକଙ୍କୁ ଛୋଟ ମାରିଛି। ସେଇଠି ଦକ୍ଷିଣ ଗୋଆରେ ମଧ୍ୟ ୨୫ରୁ ଅଧିକ ମାମଲା ସାମ୍ମନା କୁ ଆସିଛି। ଯେଉଁଥିରେ ବିଷାକ୍ତ ଜେଲଫିସର ଶିକାର ହୋଇଥିବା ଲୋକଙ୍କୁ ପ୍ରାଥମିକ ଉପଚାରର ଆବଶ୍ୟକତା ପଡିଛି।

ଜେଲଫିସର ସମ୍ପର୍କରେ ଆସିବାରୁ ଶରୀରରେ ଜନ୍ତ୍ରଣା ହୋଇଥାଏ ଏବଂ ଏହା ଯେଉଁ ଶରୀର ପାର୍ଟର ସର୍ମ୍ପସରେ ଆସିଥାଏ ସେ ଶୂନ ହୋଇଯାଏ । ଏହା ବ୍ୟତିତ କେତେକ ଯାଗାରେ ଏହାର ଟଚରେ ଲୋକ ବଧିରତା ହେବାର ଅଭିଯୋଗ ଆସିଛି |

‘ ହିନ୍ଦୁସ୍ତାନ ଟାଇମ୍ସ ‘ ର ଏକ ରିର୍ପୋଟ ଅନୁସାରେ ବାଗା ବିଚରେ ହୋଇଥିବା ଏହି ଘଟଣା ପରରେ ତତ୍କାଳରେ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ଅକ୍ସିଜେନ ଲଗେଇବା ପରେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଁଚାଇ ଦିଆଯାଇଥିଲା। ସେହିଠାରେ ଏକ ଘଟଣାରେ ଜେଲଫିସର ଚୋଟ ଖାଇବାପରେ ବ୍ୟକ୍ତି ଜଣଙ୍କର ଛାତିରେ ଜନ୍ତ୍ରଣା ହୋଇଥିଲା ଏବଂ ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା।

ଜେଲଫିସ ଦୁଇ ପ୍ରକାରର ହୋଇଥାନ୍ତି। ସାମାନ୍ୟ ଏବଂ ବିଷାକ୍ତ। ଅଧିକାଶଂ ଜେଲଫିସ ଲୋକଙ୍କର କ୍ଷତି କରି ନଥାନ୍ତି। ତାଙ୍କର ସମ୍ପର୍କରେ ଆସିଲେ ସାମାନ୍ୟ ଦେହ ପୋଡିଥାଏ କିନ୍ତୁ ବହୁତ କମ ଘଟଣାରେ ଜେଲଫିସର ସମ୍ପର୍କରେ ଆସିବାପରେ କ୍ଷତି ହୋଇଥାଏ।

କୁହାଯାଉଛି କି ଜେଲଫିସ ର ଚୋଟ ମାରିବା ଘଟଣା ବହୁତ କମ ଆସିଥାଏ। କିନ୍ତୁ ବର୍ତ୍ତମାନ ଏହି ଘଟଣା ବହୁତ ବଢି ଚାଲିଛି। ଲକଡାଉନ ପରେ ଗୋଆ ବିଚକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *