ତାରକ ମେହେତା କା ଉଲଟା ଚଷମାର ଫାନ୍ସ ଫଲୋଇଙ୍ଗ ରେ ସମସ୍ତେ ଅଛନ୍ତି। ସୋ ର କ୍ୟାରେକ୍ଟର୍ସ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଜେଠାଲାଲଙ୍କ ଚରିତ୍ରରେ ଅଭିନୟ କରୁଥିବା ଦିଲୀପ ଜୋଶି ଙ୍କୁ ଫାନ୍ସଙ୍କର ବହୁତ ଭଲ ପାଇବା ମିଳିଥାଏ। ଦିଲୀପ ଜୋସି ସୋ ର ଆରମ୍ଭ ରୁ ଅଛନ୍ତି। ଦିଲୀପ ଜୋଶି ସଲମାନ ଖାନଙ୍କ ସହ ମଧ୍ୟ କାମ କରିଛନ୍ତି। କିନ୍ତୁ ତାଙ୍କର ପରିଚୟ ତାରକ ମେହେତା ରୁ ମିଳିଛି। ଆଜି ଦିଲୀପଙ୍କର ବହୁତ ବଡ ନାଁ ହୋଇଛି। କିନ୍ତୁ କିଛି ସମୟ ଏମିତି ଥିଲା କି ତାଙ୍କ ପାଖରେ କୌଣସି କାମ ନଥିଲା।
ଦିଲୀ ଏକ ଇନ୍ଟ୍ରବ୍ୟୁରେ ନିଜର ଷ୍ଟ୍ରଗଲ ବିଷୟରେ କହିଛନ୍ତି। ସେ କହିଛନ୍ତି ସେ ପ୍ରଥମେ ଜଣେ ବ୍ୟାକ ଷ୍ଟେଜ ଆକ୍ଟର ଭାବେ କାମ କରୁଥିଲେ। କିଏ ବି ମତେ କାମ ଦେବାକୁ ରାଜି ନଥିଲେ। ମତେ ଗୋଟିଏ ଭୂମିକା ରେ ୫୦ ଟଙ୍କା ମିଳୁଥିଲା। କିନ୍ତୁ ଆଗକୁ ବଢିବାର ଆଶା ରହିଥିଲା।
ଯଦି ସେ ବ୍ୟାକ ଷ୍ଟେଜ ରୋଲ ଥିଲା ତେବେେ ମୁଁ କେବେ ଚିନ୍ତା କରିନାହିଁ କି ମୁଁ ଥିଏଟର ସହ ରହିବାକୁ ଚାହୁଁଛି।ଜନତା ଙ୍କର ଲାଇଭ ରିଆକ୍ସନ ଅମୁଲ୍ୟ ଅଟେ। ଆପଣଙ୍କ ଜୋକ୍ସ ଉପରେ ୮୦୦ ରୁ ୧୦୦୦ ଲୋକମାନଙ୍କର ତାଳି ଏବଂ ହସ ଅମୁଲ୍ୟ ଅଟେ।
୧୯୮୯ ମସିହାରେ ଆସିଥିବା ସଲମାନ ଙ୍କ ଫିଲ୍ମ ମେଁନେ ପ୍ୟାର କିଆ ର ଡିଓ୍ବି ରୁ ନିଜର ଆକ୍ଟିଙ୍ଗ୍ କାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମ ରେ ସେ ଏକ ଚାକର ର ଭୂମିକା କରିଥିଲେ। ଯାହାର ନାମ ଥିଲା ରାମୁ।
ଦିଲୀପ ଜୋଶି କିଛି ବର୍ଷ ପରେ ଦ୍ବିତୀୟ ଥର ସଲମାନ ଖାନ ଙ୍କ ଫିଲ୍ମ ରେ କାମ କରିଥିଲେ। ଏହି ଫିଲ୍ମ ଅନ୍ୟ କାହାର ନୁହେଁ ବଂର ରାଜଶ୍ରୀ ପ୍ରଡକ୍ସନ ର ସୁପର ହିଟ ଫିଲ୍ମ ହମ ଆପକେ ହେ କନ। ୧୯୯୪ ମସିହା ରେ ଆସିଥିବା ଫିଲ୍ମ ହମ ଆପକେ ହେ କନ ଫିଲ୍ମ ରେ ଦିଲୀପ ଜୋଶି ଭୋଲା ପ୍ରଶାଦ ର ରୋଲ କରିଥିଲେ।
ଏହା ବ୍ୟତିତ ସେ ଦିଲ ହେ ହିନ୍ଦୁସ୍ତାନୀ, ଖିଲାଡି ୪୨୦ , ହମରାଜ, ଏବଂ ପ୍ରିୟଙ୍କା ଚୋପରା ଙ୍କର ହ୍ବାଟସ ଇୟୋର ରାଶି ରେ କାମ କରିଛନ୍ତି।
ବର୍ତ୍ତମାନ କମେଡି ସିରିଏଲ ତାରକ ମେହେତା କା ଉଲଟା ଚଷମା ରେ ତାଙ୍କୁ ଜେଠାଲାଲ ରୋଲ ରେ ଘରେ ଘରେ ପରିଚୟ ମିଳିଲା। ଏହି ସୋ ତାଙ୍କୁ ଭଲ ସୁନାମ ଦେଇଥିଲା।
ଫଟୋ ଇନଷ୍ଟାଗ୍ରାମ୍ ର ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।