ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟାରେ କଷ୍ଟ ଯୋଗୁଁ ଯେଉଁ ଲୋକ ଚାଲିବୁଲି ପାରୁନାହାନ୍ତି ସେମାନେ ଦୌଡ଼ିବେ।

ଆଜିକାଲି ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅନିମିୟତିତତା କାରଣରୁ ଆମକୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ସେଥିମଧ୍ୟରୁ ଅନ୍ୟତମ ହେଉଛି ଆଣ୍ଠୁ ଗଣ୍ଠି ଏବଂ କମର ଯନ୍ତ୍ରଣା। ଏହା ଏକ ଏପରି ସମସ୍ୟା ଯାହା ହେବା ଦ୍ୱାରା ବ୍ୟକ୍ତିକୁ ଚଲବୁଲା କରିବାରେ ଅତ୍ୟଧିକ କଷ୍ଟ ଅନୁଭୂତ ହୋଇଥାଏ। ତେବେ ଜାଣନ୍ତୁ ଏପରି ଏକ ଘରୋଇ ଉପଚାର ବିଷୟରେ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ।

ପ୍ରସ୍ତୁତି ପ୍ରକ୍ରିୟା:

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ କପ ପାଣି ନେଇ ଯାଆନ୍ତୁ। ଏହାପରେ ଆବଶ୍ୟକ ହୋଇଥାଏ ଅଧା ଚାମଚ ସୁଣ୍ଠି ଗୁଣ୍ଡ। ସୁଣ୍ଠି ଗୁଣ୍ଡ ଆପଣଙ୍କ ନିକଟବର୍ତ୍ତୀ ବଜାରରୁ ସହଜାରରେ ମିଳିଯିବ। ଯଦି ନମିଳୁଛି ଆପଣ ଏହାକୁ ଅନଲାଇନ ଅର୍ଡର କରି ମଗାଇ ପାରିବେ। ସୁଣ୍ଠି ଗୁଣ୍ଡ ଆମ ଆଣ୍ଠୁ ଗଣ୍ଠିର ଯନ୍ତ୍ରଣାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ତେବେ ପୂର୍ବରୁ ନେଇଥିବା ଦୁଇକପ ପାଣି ସହିତ ଏହି ଅଧା ଚାମଚ ସୁଣ୍ଠି ଗୁଣ୍ଡ ମିଶାଇ ଦିଅନ୍ତୁ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ଦ୍ଵିତୀୟ ସାମଗ୍ରୀ ହେଉଛି ଜୁଆଣି। ଜୁଆଣି ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ସହଜରେ ପ୍ରାପ୍ତ ହୋଇଯିବ। ଜୁଆଣି ମଧ୍ୟ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ ଦୂରେଇ ଦେବା ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ଏକ ଚାମଚ ଜୁଆଣି ଆପଣ ଏହି ଉପଚାରରେ ପ୍ରୟୋଗ କରନ୍ତୁ।

ଏଥିରେ ଆବଶ୍ୟକ ତୃତୀୟ ସାମଗ୍ରୀ ହେଉଛି ତେଜପତ୍ର। ତେଜପତ୍ର ମଧ୍ୟ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ। ଆପଣ ଏଥିରେ ଗୋଟିଏ ତେଜପତ୍ରର ପ୍ରୟୋଗ କରନ୍ତୁ।

ଏହି ଉପଚାର ବନାଇବା ପାଇଁ ଆପଣଙ୍କୁ ଚତୁର୍ଥ ତଥା ଆବଶ୍ୟକ ଶେଷ ସାମଗ୍ରୀ ହେଉଛି ଅଧା ଚାମଚ ଗୁଡ଼। ଗୁଡ଼ ମଧ୍ୟ ଆପଣଙ୍କର ଆଣ୍ଠୁ ଗଣ୍ଠି କଷ୍ଟ ଦୂର କରିବାରେ ଅତ୍ୟଧିକ ସହାୟକ ହୋଇଥାଏ। ଏଥିସହିତ ଗୁଡ଼ ଆପଣ ପ୍ରସ୍ତୁତ କରୁଥିବା କାଢାର ସ୍ଵାଦକୁ ଦ୍ବିଗୁଣିତ କରିଥାଏ। ଏସମସ୍ତ ସାମଗ୍ରୀକୁ ମିଶାଇ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଫୁଟି ଫୁଟି ଏକ କପ ପାଣି ହୋଇ ନଯାଉଛି। ତେବେ ୧୦ ରୁ ୧୫ ମିନିଟ ଫୁଟାଇବା ପରେ ଏହା ଫୁଟି ଫୁଟି ମାତ୍ର ଏକ କପ ପାଣି ରହିଯିବ। ବର୍ତ୍ତମାନ ଆପଣ ଏହାକୁ ହାଲକା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ହାଲକା ଥଣ୍ଡା ହେବା ପରେ ଏହାକୁ ଏକ କପକୁ ଛାଣି ନିଅନ୍ତୁ।

ସେବନ ବିଧି:

ଆପଣ ଏହାକୁ ଖାଲି ପେଟରେ ସେବନ କରି ପାରିବେ। ଆପଣ ଚାହିଁଲେ ଏହାକୁ ସନ୍ଧ୍ୟା ସମୟରେ ମଧ୍ୟ ସେବନ କରି ପାରିବେ। ଏହାର କେବଳ ୧୫ ଦିନ ପ୍ରୟୋଗ କରିବା ପରେ ଆପଣ ଲକ୍ଷ୍ୟ କରିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଧୀରେ ଧୀରେ ଭଲ ହୋଇଯିବ। ଏହାର କିଛି ଦିନ ପ୍ରୟୋଗ ପରେ ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *