ଦେଖନ୍ତୁ ଭିଡ଼ିଓ:- ଯୁବକ କଲେ ଅଜବ ଡ୍ୟାନ୍ସ, ଲୋକମାନେ କହିଲେ ଦେଶୀ ମଇକେଲ ଜ୍ୟାକସନ୍…

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଆଶ୍ଚର୍ଯ୍ୟ ଜନକ ଓ ମଜାଦାର ଭିଡ଼ିଓ ନେଇ ଆସିଛୁ। ଯାହାକୁ ଦେଖିବା ପରେ ହସି ହସି ତଳେ ଗଡି ଯିବା ସହ ବାଃ ବାଃ କରିବାକୁ ଲାଗିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓର ପ୍ରଥମ ଦୃଶ୍ୟରେ ଆପଣ ଦେଖିବାକୁ ପାଇବେ ମହିଳା ଜଣକ ନିଜ ସ୍ୱାମୀ ସହ ମିଶିକରି ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କ ସହ ଆଦାନ ପ୍ରଦାନ କରୁଛନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କୁକୁରଙ୍କ ପ୍ରକୃତି ହେଉଛି ଟାଙ୍କ ଟେକି ମୁତିବା। ତେବେ ଯେତେବେଳେ ମହିଳା ଜଣକ ତଳେ ବସି ପଡିଲେ ପଛ ପଟୁ ଏକ କୁକୁର ଆସି ମହିଳାଙ୍କ ଶରୀରକୁ ଗାଡିର ଟାୟାର ଭାବି ମୁତି ଦେଇଥିଲେ। ଏହା ଦେଖି ସ୍ଵାମୀଜଣକ ତାକୁ ମାରିବା ପାଇଁ ଗୋଡାଉଛନ୍ତି।

ଦ୍ୱିତୀୟ ଦୃଶ୍ୟରେ ଆପଣ ମଜାଦାର ଯାଦୁ ଦେଖିବାକୁ ପାଇବେ। ଯାହାକୁ ଦେଖିବା ମାତ୍ରେ ହସି ହସି ଗଡ଼ିବେ। ତେବେ ଆପଣମାନେ ଜାଣିଛନ୍ତି ଯାଦୁଗର ମାନେ ଯାଦୁ ଦେଖାଇ ଲୋକମାନଙ୍କୁ ମୋହିତ କରି ଦେଇଥାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଯେଉଁ ଯାଦୁଗରଙ୍କ ଭିଡ଼ିଓ ଭାଇରାଲ ହେଉଛି ତାହାକୁ ଦେଖିବା ପରେ ହସି ହସି ତଳେ ଗଡି ଯିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଜାଦୁଗର ପଲିଥିନ ଜରି ଧରି ଉପରୁ ତଳକୁ ପକେଇବା ଭିତରେ ଅଦୃଶ୍ୟ ହୋଇଯିବେ। ତେବେ ସେ ଯେତେବେଳେ ପଲିଥିନ ଉପରକୁ ପକେଇ ଘର ଭିତରକୁ ପ୍ରବେଶ କରିବାକୁ ଯାଉଥିଲେ ତେବେ ସେଠାରେ ଉପସ୍ଥିତ ବାଳକ କବାଟ ଦେଇ ଦେଇଥିଲା। ଯାହାଫଳରେ ବ୍ୟକ୍ତି ଜଣକ କବାଟରେ ମାଡ଼ ହୋଇ ତଳେ ପଡି ଯାଇଥିଲେ।

ତୃତୀୟ ଦୃଶ୍ୟରେ ଆପଣ ଅଜବ ଡ୍ୟାନ୍ସ ଦେଖିବାକୁ ପାଇବେ। ତେବେ ଆପଣ ସୋସିଆଲ ମିଡିଆରେ ଅନେକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିଥିବେ। ଆଜି ଆମେ ଆପଣଙ୍କ ପାଇଁ ଆଉ ଏକ ଡ୍ୟାନ୍ସ ଭିଡ଼ିଓ ନେଇ ଆସିଛୁ। ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ ଏବଂ ହସି ହସି ନିଶ୍ଚିତ ତଳେ ଗଡି ଯିବେ।

ତେବେ ଭିଡ଼ିଓରେ ଜଣେ ଅଙ୍କଲ ଯୁବତୀ ଡ୍ୟାନ୍ସର ମାନଙ୍କ ସହ ଷ୍ଟେଜ ଉପରେ ନାଚୁ ଥିଲେ। କିନ୍ତୁ ହଠାତ କଣ ହେଲା ଅଙ୍କଲ ଜଣକ ତଳେ ଡେଇଁ ପଡି ମାଛ ଭଳି ପେଟେଇ ନାଚିବାକୁ ଲାଗିଲେ। ତେବେ ନାଚ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ହସିବାକୁ ଲାଗିଲେ।

ସେହିପରି ଆଉ ଜଣେ ଯୁବକ ଏକ ବାହାଘରରେ ଏମିତି ଖୁସିରେ ଡ୍ୟାନ୍ସ କରୁଛନ୍ତି ଯେମିତି ତାଙ୍କ ନିଜ ବାହାଘର ହେଉଛି। ତାଙ୍କ ଡ୍ୟାନ୍ସ ଦେଖି ତାଙ୍କୁ କେହି ପିଞ୍ଜରାରେ ଭର୍ତ୍ତି ନକରି ଦେଉ ବୋଲି ଲୋକେ କହୁଛନ୍ତି।

ତେବେ ଆପଣ ଅନେକ ସ୍ୱାମୀ ସ୍ତ୍ରୀଙ୍କ ସୁନ୍ଦର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିଥିବେ। ତାଙ୍କର ମଜାଦାର କଥା ଓ ବ୍ୟବହାର ହୃଦୟ ଜିତି ଯାଆନ୍ତି। ନୂଆ ନୂଆ ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ବୁଲିବା ପାଇଁ ଭଲ ପାଆନ୍ତି। ଏକାଠି ସମୟ କାଟିବାକୁ ଭଲ ପାଆନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ନବ ବିବାହିତା ଦମ୍ପତ୍ତି ବୁଲିବା ପାଇଁ ଆସିଥିଲେ। ତେବେ ଦୁହେଁ ମେଳାକୁ ବୁଲି ଯାଇଥିଲେ। ସେଠାରେ ସେମାନେ ଏକ ଦୋଳିରେ ବସିଥିଲେ। ସ୍ବାମୀଜଣକ ଭାବିଥିବେ ଦୋଳିରେ ବସି ପ୍ରେମଭରା କଥା ହେବେ ଓ ଉପରୁ ଦୃଶ୍ୟ ଉପଭୋଗ କରିବେ। କିନ୍ତୁ ଦୋଳି ଉପରକୁ ଯିବା ମାତ୍ରେ ସ୍ତ୍ରୀ ଜଣକ ଚିତ୍କାର କରିଥିଲେ। ତେବେ ସ୍ତ୍ରୀର ଭୟ ଦେଖି ସ୍ୱାମୀ ହସକୁ ରୋକି ପାରି ନଥିଲେ ଏବଂ ଜୋରରେ ହସିବାକୁ ଲାଗିଲେ।

Leave a Reply

Your email address will not be published. Required fields are marked *