ମଇ ୫ରୁ ଲଦାଖ ସୀମାରେ ଚୀନ ଏବଂ ଭାରତ ସୈନିକଙ୍କ ମଧ୍ୟରେ ପରିବେଶ ଖରାପ ଥିଲା କିନ୍ତୁ ପରିସ୍ଥିତି ଏତେ ଖରାପ ହେବ ବୋଲି କେହି ଆଶା କରିନଥିଲେ ଯେ ଭାରତର ୨୦ ଜଣ ସୈନିକ ଗୁଳିଚଳାଇ ମରିବେ। ଏହି ହିଂସାରେ ଚୀନ୍ର କ୍ଷତି ଚୀନ ଲୁଚାଇ ରଖିଛି। ଜୁନ ୧୫ ରେ ସବୁ ଠିକ ଥିଲା କିନ୍ତୁ ହଟାତ ଚୀନ ସୈନିକମାନେ ଭାରତୀୟ ଜଣେ ଅଧିକାରୀ ଓ ଦୁଇ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ପ୍ରାୟ ୭୦୦ ସୈନିକ ଏକାଠି ହୋଇଥିଲେ।
ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଯାହା ଘଟିଛି ତାହା କୌଣସି ଯୁଦ୍ଧରୁ ମଧ୍ୟ କମ ନୁହେଁ। ଯଦିଓ ଏହି ଯୁଦ୍ଧରେ କୌଣସି ଗୁଳିବିନିମୟ ହୋଇନଥିଲା କିନ୍ତୁ ଉଭୟ ଦେଶର ସୈନିକ ମରିଥିଲେ। ହାତ ଦ୍ବାରା ପଥର ମାଡ଼ ଏତେ ଜୋରେ ଥିଲା ଯେ ସୈନିକମାନେ ଉପତ୍ୟାକାରୁ ଖସି ପଡ଼ିଥିଲେ। ସନ୍ଧ୍ୟା ଠାରୁ ମଧ୍ୟ ରାତ୍ରିପର୍ଯ୍ୟନ୍ତ କଣ ଘଟିଛି ଜାଣନ୍ତୁ।
ପ୍ରଥମେ ସାକ୍ଷାତ ,ପରେ ପଥର ଓ ବାଡ଼ି ଦ୍ବାରା ଆକ୍ରମଣ:
ସୋମବାର ସକାଳେ ବ୍ରିଗେଡ୍ କମାଣ୍ଡର ସ୍ତର ସହିତ ସ୍ଥାନୀୟ କମାଣ୍ଡର ଭେଟିଥିଲେ। ଦୁଇ ଦେଶର କମାଣ୍ଡର କଥା ହୋଇଥିଲେ । ସନ୍ଧ୍ୟାରେ ଭାରତୀୟ ସେନାର ଅଧିକାରୀମାନେ ଗାଲଭାନ ସୀମାର ଉପତ୍ୟାକାରେ PP-୧୪ ରେ ପହଞ୍ଚିଥିଲେ। ଯେଉଁଠାରେ ଚୀନ ସୈନିକମାନେ ପଛକୁ ଫେରିବାକୁ ଯାଉଥିଲେ।କାଯ୍ୟକଳାପରେ ଏହା ସ୍ଥିର କରାଯାଇଥିଲା । ସେଠାରେ ୧୦-୧୨ ଚୀନ ସୈନିକ ଥିଲେ। ଭାରତୀୟ ଜଣେ ଅଧିକାରୀ ଓ ଦୁଇଟି ସୈନିକଙ୍କ ଉପରେ ପଥର ଓ ଲୁହା ରଡ଼ରେ ଆକ୍ରମଣ କରାଯାଇଥିଲା। ଭାରତୀୟ ସୈନିକ ମାନେ ଆଶ୍ଚର୍ଯ୍ୟ ହୋଇ ଏହାର ଜବାବ ଦେଇଥିଲେ। ଆହୁରି ଅନେକ ସୈନିକ ସେଠାରେ ପହଞ୍ଚିଥିଲେ ଓ ହିଂସାତ୍ମକ ସଂଘର୍ଷ ହୋଇଥିଲା।
୬୦୦-୭୦୦ ସୈନିକ ସଂଘର୍ଷ କରିଥିଲେ:
ସୂତ୍ରରୁ ଜଣା ପଡିଛି ଏହି ସଂଘର୍ଷ ୬୦୦-୭୦୦ ସୈନିକଙ୍କ ମଧ୍ୟରେ ହୋଇଥିଲା। ରାତି ସମୟରେ ଅନେକ ସୈନିକ ନାଳୀରେ ଗଳି ପଡିଥିବା ଜଣା ପଡିଛି ଉଭୟ ପାଶ୍ୱରୁ ଅନେକ ସୈନିକ ଆହତ ହେଇଛନ୍ତି।
ଶହୀଦ କର୍ଣ୍ଣେଲ ସକାଳେ ଚୀନ ସହିତ କଥା ହେବାକୁ ଯାଇଥିଲେ:
ସକାଳେ କର୍ଣ୍ଣେଲ ସନ୍ତୋଷ ବାବୁ ଚୀନର ସ୍ଥାନୀୟ କମାନଣ୍ଡରଙ୍କ ସହିତ କଥା ହେଇଥିଲେ ଏବଂ ସନ୍ଧ୍ୟାରେ ପରିସ୍ଥିତି ଆକଳନ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ସହ ଆଉଦୁଇ ସୈନିକ ମଧ୍ୟ ନିହତ ହୋଇଛନ୍ତି। ତାଙ୍କର ନାମ ହାଭିଲଦାର ପାଲାନି ଏବଂ ନିକ କୁନ୍ଦନ ଓଝା ।
୨୦୧୯ରେ ସମ୍ଭାଳିଥିଲେ କମାଣ୍ଡ ପଦ:
ଏହି ସଂଘର୍ଷରେ ୧୬ ବିହାର ରେଜିମେଣ୍ଟର କମାଣ୍ଡ ସନ୍ତୋଷ ବାବୁ ମରିଛନ୍ତି। ସେ ଆନ୍ଧ୍ରପ୍ରଦେଶର ସୁର୍ଯ୍ୟପେଟୀରୁ ଥିଲେ।ସେ ୨ ଡିସେମ୍ବର ୨୦୧୯ରେ କମାଣ୍ଡ ପଦ ପାଇଥିଲେ।ବର୍ତ୍ତମାନ ତାଙ୍କର ପତ୍ନୀ ,ପୁଅ ଓ ଝିଅ ବଞ୍ଚିଛନ୍ତି। ତାଙ୍କ ବାପା ଜଣେ ଶାରୀରିକ ଶିକ୍ଷା ଶିକ୍ଷକ ଅଟନ୍ତି।
ଚୀନରବି କ୍ଷତି ଖବର:
ଚୀନର ୫ ସୈନିକ ମରିଛନ୍ତି ଓ ୪୩ ଜଣ ସୈନିକ ଆହତ ଅଛନ୍ତି।LAC ଉପରେ ୪୫ ବର୍ଷ ପରେ ଏପରି କାଣ୍ଡ ଘଟିଛି।ଏହା ପୂର୍ବରୁ ୧୯୭୫ ରେ ଅରୁଣାଚଳପ୍ରଦେଶରେ ୫ ଜଣ ସୈନିକ ମରିଥିଲେ।
କଣ ଅଟେ ବର୍ତ୍ତମାନର ସ୍ଥିତି:
ଚୀନ ଅନେକ ଦିନରୁ LAC ଉପରେ ସ୍ଥିତି ମଝବୁତ କରିବାରେ ଲାଗିଛି। ସେଠାରେ ଚୀନ ଅନେକ ଟ୍ୟାଙ୍କ ସହିତ ୬୦୦୦ ସୈନିକ ଉପସ୍ଥିତ ରଖିଛି କିନ୍ତୁ ସେଠାରେ ଯେବେ ଭାରତ ସଡ଼କ କଲା ଚୀନ ରାଗିଯାଇଥିଲା। ଏହା ପରେ ସ୍ଥିତି ଖରାପ ହୋଇଥିଲା।
ଭାରତ କହିଛି ସଂଘର୍ଷ ପାଇଁ ଚୀନ ଦୋଷୀ:
ଭାରତ କହିଛି ଏଥିରେ ଚୀନର ଭୁଲ ଅଛି। କାରଣ ଚୀନ ସୀମା ଉଲଘଂନ କରିଥିଲା ଓ ଆଜି ଆକ୍ରମଣ କରିଥିଲା।ଏହି ସଂଘର୍ଷରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।
ଚୀନ ଭାରତ ଉପରେ ଲଗାଇଛି ଦୋଷ:
ବିବାଦ ପରେ ଚୀନ ଭାରତକୁ ସୀମା ପାର ନ ହେବକୁ ଚେତାବନୀ ଦେଇଥିଲା। ଚୀନ ବୈଦେଶିକ ମନ୍ତ୍ରାଳୟ କହିଛି ସୋମବାର ଦିନ ଭାରତ ଦୁଇଥର ସୀମା ପାର ହେଇଥିଲା ଯାହା କାରଣରୁ ଏହି ସଂଘର୍ଷ ହୋଇଥିଲା ଓ ଏଥିରେ ସବୁ ଦୋଷ ଭାରତର।
ଆମ ଦେଶ ପାଇଁ ଯେଉଁ ବୀର ପୁତ୍ର ମାନେ ସହିଦ ହୋଇଗଲେ ସେମାନଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ କରନ୍ତୁ ଏବଂ କାମେଣ୍ଟରେ “ଜୟ ହିନ୍ଦ ” ନିଶ୍ଚିନ୍ତ ଲେଖନ୍ତୁ ଓ ଶେୟାର କରନ୍ତୁ