ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ୫୩ ବର୍ଷର ପଦାର୍ପଣ କରି ସାରିଛନ୍ତି | ନିଜର ଚୁଲବୁଲି ଅନ୍ଦାଜରେ ଜୁହି ଚାୱଲା ପ୍ରଶଂସକଙ୍କୁ ଛାଡିଲେ ସଲମାନ ଖାନଙ୍କ ହୃଦୟରେ ମଧ୍ୟ ସ୍ଥାନ ବନାଇ ନେଇଥିଲେ | ଗୋଟିଏ ସମୟ ଥିଲା ଯେତେବେଳେ ସଲମାନ, ଜୁହି ଚାୱଲାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ | କିନ୍ତୁ ଜୁହିଙ୍କର ପିତା ସଲମାନଙ୍କର ପ୍ରସ୍ତାବକୁ ମନା କରିଦେଇଥିଲେ ତେବେ ଏବିଷୟରେ ସଲମାନ ଖାନ ନିଜର ଏକ ସାକ୍ଷାତକାରରେ ଖୁଲାସା କରିଥିଲେ | ବାସ୍ତବରେ ପାଖାପାଖି ୨୮ ବର୍ଷ ପୁରୁଣା ଏକ ଭିଡିଓରେ ସଲମାନ ଏହି କଥାର ଖୁଲାସା ନିଜେ କରୁଥିବାର ନଜର ଆସିଥିଲେ |ଯାହାକି ବହୁତ ଭାଇରଲ ମଧ୍ୟ ହୋଇଥିଲା |
ଜୁହିଙ୍କ ପିତା ବିବାହ ପ୍ରସ୍ତାବକୁ କରିଥିଲେ ପ୍ରତ୍ୟାଖାନ:
ଭିଡିଓରେ ସଲମାନ ନିଜେ ଜୁହିଙ୍କ ବିଷୟରେ କଥା ହେବାକୁ ଯାଇ କହିଥିଲେ ଯେ, ସେ ବହୁତ ସ୍ବୀଟ ଅଟନ୍ତି | ମୁଁ ତାଙ୍କ ପିତାଙ୍କ ସହିତ ବିବାହ ବିଷୟରେ କଥା ହୋଇଥିଲି | ପୁଣି ସେ ନିଜ ମୁହଁର ଭାବ ବଦଳାଇ କୁହନ୍ତି ଯେ ଜୁହିଙ୍କ ପିତା ତାଙ୍କ ବିବାହର ପ୍ରସ୍ତାବ ସ୍ୱୀକାର କରି ନଥିଲେ | ସଲମାନ ଜୁହିଙ୍କର ପିତାଙ୍କ ବିଷୟରେ କହିଥିଲେ – କେଜାଣି ସେ କଣ ଚାହୁଁଥିଲେ | ସଲମାନ ନିଜ ପିଲା ଦିନର କଥା ମଧ୍ୟ କହିଥିଲେ | ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ପିଲାବେଳେ ବଦମାସୀ କରିବା କାରଣରୁ ତାଙ୍କୁ କେବେହେଲେ ମାଡ଼ ପଡ଼ିନାହିଁ |
ଜୟ ମେହେତାଙ୍କ ସହିତ ହୋଇଥିଲା ଜୁହିଙ୍କ ବିବାହ:
ବର୍ତ୍ତମାନ ସଲମାନ ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ବିବାହ ହୋଇନାହିଁ | ସେହିପରି ଜୁହିଙ୍କର ପ୍ରେମ କାହାଣୀ ମଧ୍ୟ ବହୁତ କୌତୁହଳପ୍ରଦ ଅଟେ | ଜୁହି ଜଣେ ବିବାହିତ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି | ତାଙ୍କ ସ୍ୱାମୀଙ୍କ ନାଁ ଜୟ ମେହେତା ଅଟେ | ତେବେ ଜୟ ଯେତେବେଳେ ଜୁହିଙ୍କୁ ଭେଟିଥିଲେ ସେତେବେଳକୁ ତାଙ୍କ ପତ୍ନୀ ସୁଜାତା ବିଡଲାଙ୍କର ମୃତ୍ୟୁ ହୋଇସାରିଥିଲା | ସୁଜାତାଙ୍କର ମୃତ୍ୟୁ ଏକ ଉଡ଼ାଜାହାଜ ଦୁର୍ଘଟଣାରେ ହୋଇଥିଲା | ଏହି ଦୁର୍ଘଟଣା ପରେ ଜୁହି ଏବଂ ଜୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଏବଂ ଦୁଇଜଣ ପରେ ବିବାହ କରି ନେଇଥିଲେ | ଜୁହିଙ୍କ ସ୍ୱାମୀ ତାଙ୍କ ଠାରୁ ବୟସରେ ୭ ବର୍ଷ ବଡ ଥିଲେ | ଉଭୟଙ୍କର ଗୋଟିଏ ଝିଅ ଜାହ୍ନବୀ ଏବଂ ପୁଅ ଅର୍ଜୁନ ଅଛନ୍ତି |
ଜୁହିଙ୍କ ସ୍ୱାମୀ ଜୟ ମେହେତା ମଲ୍ଟି ନ୍ୟାସନାଲ କମ୍ପାନୀ ମେହେତା ଗ୍ରୁପର ମାଲିକ ଅଟନ୍ତି | ତାଙ୍କର ସିମେଣ୍ଟର ମଧ୍ୟ ଦୁଇଟି କମ୍ପାନୀ ରହିଛି | ଶାହରୁଖ ଖାନଙ୍କ ସହିତ ସେ ଆଇପିଏଲ ଟିମ କୋଲକାତା ନାଇଟ ରାଇଡ଼ର୍ସର ମାଲିକ ମଧ୍ୟ ଅଟନ୍ତି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।