୯ ମହଲା ବିଶିଷ୍ଟ ଏହି ସୁନ୍ଦର ମହଲ ପରି ଘରେ ରହୁଛନ୍ତି ଜୁହୀ ଚାୱଲା, ଦେଖନ୍ତୁ ପ୍ରାସାଦର INSIDE PHOTOS

୯୦ଦଶକରେ ଜୁହୀ ବଲିଉଡରେ ଚାହିଦା ଜନକ ଅଭିନେତ୍ରୀ ଥିଲେ।ଜୁହୀ ସେହି ସମୟରେ ଗୋଟିଏ ପରେ ଗୋଟିଏ ହିଟ ସିନେମାରେ କାମ କରିଛନ୍ତି।ଏହା କହିବା ଭୁଲ ହେବନାହିଁ କି ଜୁହୀ ଇଣ୍ଡଷ୍ଟ୍ରିର ସମସ୍ତ ଚୁଲବୁଲି ହିରୋଇନ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି।

ହୀ ଶାସ୍ତ୍ରୀୟ ସଙ୍ଗୀତରେ ବି ଶିକ୍ଷା ଗ୍ରହଣ କରିଛନ୍ତି। ଜଣା ଯାଉଛି, ନିଜ ସିନେମା କ୍ୟାରିୟରରେ ଆଜି ପର୍ଯ୍ୟନ୍ତ ଜୁହୀ ପାଖାପାଖି ୮୪ଟି ସିନେମାରେ କାମ କରି ସାରିଛନ୍ତି।

ଜୁହୀ ଚାୱଲା ବର୍ଷ ୧୯୯୫ରେ ବିଜିନେସମ୍ଯାନ ଜୟ ମେହେତାଙ୍କୁ ବାହା ହୋଇଥିଲେ। ବାହାଘର ପରେ ଜୁହୀ ବହୁତ କମ ସିନେମାରେ କାମ କରିଛନ୍ତି।

ଜୁହୀ ଚାୱଲାଙ୍କ ସହିତ ଲୋକମାନେ ଅମୀର ଖାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ।ଜୁହୀ ଏବଂ ଅମୀର ସାଥି ହୋଇ ସିନେମା ‘କୟାମତ ସେ କୟାମତ ତକ’, ‘ଇଶ୍କ’, ‘ହମ ହୈ ରାହୀ ପ୍ୟାର କେ’, ‘ଦୌଲତ କି ଜଙ୍ଗ’, ‘ତୁମ ମେରେ ହୋ’ ସମେତ କେତେ ଗୁଡିଏ ଅନ୍ୟ ସିନେମାରେ ମଧ୍ୟ ନଜର ଆସିଛନ୍ତି।

ନିଜ ସମୟରେ ଜୁହୀ ବଲିଉଡର ସବୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଥିଲେ। ସେହି ସମୟରେ ଲକ୍ଷ ଲକ୍ଷ ପୁଅ ତାଙ୍କ ଉପରେ ମରୁଥିଲେ ଏବଂ ତାଙ୍କ ସହ ବାହା ହେବା ପାଇଁ ଚାହୁଁଥିଲେ।

ଜୁହୀ ଚାୱଲା ଏବଂ ତାଙ୍କ ସ୍ବାମୀ ଜୟ ମେହେତାଙ୍କର ମୁମ୍ବାଇ ବ୍ୟତୀତ ଲଣ୍ଡନରେ ବି ଏକ ସୁନ୍ଦର ବଙ୍ଗଳା ଅଛି। ବାସ୍ତବରେ,ଜୁହୀଙ୍କର ଦୁଇ ଛୁଆ ଲଣ୍ଡନରେ ହିଁ ରହି ନିଜର ପାଠ ପଢା ସଂପୂର୍ଣ୍ଣ କରୁଛନ୍ତି। ଏହି କାରଣରୁ ଜୁହୀଙ୍କର ବୋଧହୁଏ ଲଣ୍ଡନକୁ ଯିବା ଆସିବା ଲାଗି ରହୁଛି।

ହେଲେ,ଜୁହୀଙ୍କର ମୁମ୍ବାଇରେ ଥିବା ଘର ମଧ୍ୟ କୈାଣସି ମହଲା ଠାରୁ କମ ନୁହେଁ।ସେ ୯ମହଲା ବିଶିଷ୍ଟ ବଙ୍ଗଳାରେ ନିଜ ସ୍ବାମୀ ଏବଂ ପରିବାର ଲୋକଙ୍କ ସହିତ ରହୁଛନ୍ତି।ଜୁହୀ ବୋଧହୁଏ ଶୋଶିଆଲ ମିଡ଼ିଆରେ ନିଜ ଫଟୋ ପୋଷ୍ଟ କରୁଛନ୍ତି, ଯେଉଁଥିରେ ତାଙ୍କ ରାଜକୀୟ ବଙ୍ଗଳାର ଝଲକ ଦେଖିବାକୁ ମିଳୁଛି।

ଷ୍ଟେଟମେଣ୍ଟ ଆର୍ଟକାମ ଏବଂ ଟ୍ରେଡିଶନଲ ଇଣ୍ଡିୟନ ଇଣ୍ଟିରୀୟର କାମର ଜୁହୀଙ୍କ ଘରେ ବହୁତ ଭଲ ସଙ୍ଗମ ଦେଖିବାକୁ ମିଳିଥାଏ। ଏହି ବଙ୍ଗଳାର ଦୁଇଟି ଫ୍ଳୋର ଜୁହୀଙ୍କର ଅଟେ ଏବଂ ଅନ୍ୟ ଗୁଡ଼ିକରେ ମେହେତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରହୁଛନ୍ତି। ସେହି,ଘରର କିଛି ଫ୍ଲୋର ଖାଲି ବି ରହୁଛି।

ଧଳା ମାର୍ବଲ ପଥରରେ ପ୍ରସ୍ତୁତ ଏହି ଜଳକୁଣ୍ଡ ଜୁହୀଙ୍କ ସୁନ୍ଦର ଘରର ଆକର୍ଷଣ ଅଟେ।ଜୁହୀଙ୍କ ଘରର ଏହି ସୁନ୍ଦରତା ଦେଖିବାକୁ କୈାଣସି ମହଲା ଠାରୁ କମ ଲାଗେନାହିଁ। ପାଣିକୁଣ୍ଡ ପଛରେ ଯେଉଁ କାନ୍ଥ ରହିଛି ତା ଉପରେ ବହୁତ ସୁନ୍ଦର ଚିତ୍ର ମଧ୍ୟ କରାଯାଇଛି। ଏହା ସହିତ ସେଠାରେ କୁଣ୍ଡ ମଧ୍ୟ ରଖା ଯାଇଛି, ଯେଉଁଥିରେ ତାଳଗଛ ଲଗା ଯାଇଛି।

ଜୁହୀଙ୍କ ଘରର କବାଟ ମଧ୍ୟ ବହୁତ ସୁନ୍ଦର ଅଟେ।କବାଟ ଗୁଡିକ ସୁନ୍ଦର ଦେଖାଯିବା ପାଇଁ ଏହା ଉପରେ ବ୍ରାସ କାମ ସହିତ ସାଇଟରେ ଥିବା ଖୁଣ୍ଟି ମାନଙ୍କରେ ଚିତ୍ର ମଧ୍ୟ କରାଯାଇଛି।

ପୂରା ଘରେ ଧଳା ମାର୍ବଲ ପଡ଼ିବା ଜୁହୀଙ୍କ ଘରକୁ ଆହୁରି ଆକର୍ଷଣୀୟ କରି ଦେଉଛି। କୋଠରୀର ଛାତ, କାନ୍ଥ ଏବଂ ଘରେ ସୁନ୍ଦର କାଠକାମ ବି ଦେଖିବାକୁ ମିଳିଛି। କାନ୍ଥରେ ଟଙ୍ଗା ହୋଇଥିବା ବଡ଼ ରଙ୍ଗିନ ପେଣ୍ଟିଂ ଘରକୁ ଆହୁରି ସୁନ୍ଦର କରି ଦେଉଛି।

ଘର ଭିତରେ ବଡ଼ ବଡ଼ ସ୍ଲାଇଡିଙ୍ଗ ଡୋର୍ସ ଏବଂ ଲକଡିର ଖମ୍ବ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ। ପ୍ରକୃତିର ଆନନ୍ଦ ଉଠାଇବା ପାଇଁ ସେଠାରେ ବହୁତ ଭଲ ସେଟିଂର ଆୟୋଜନ ମଧ୍ୟ କରାଯାଇଛି।

ଜୁହୀଙ୍କ ଘରର ଏହି ସ୍ଥାନ କୈାଣସି ରାଜାରାଜୁଡ଼ା ମହଲର ଆଭାଷ ଦେଇଥାଏ।

ନିଜ କାର୍ଯ୍ୟ କ୍ଷେତ୍ରକୁ ଜୁହୀ ବହୁତ ଷ୍ଟାଇଲ ଲୁକ ଦେଇଛନ୍ତି, ଯେଉଁଠାରେ ବୋଧହୁଏ ସେ ବସି କାମ କରିଥାନ୍ତି।

ଜୁହୀ ବଗିଚା ଏବଂ ବାଡ଼ିରେ ବି ବହୁତ ଆନନ୍ଦରେ କାମ କରନ୍ତି।ଜୁହୀଙ୍କର ମାଣ୍ଡବାରେ ଏକ ଫାର୍ମ ହାଉସ ମଧ୍ୟ ଅଛି, ଯେଉଁଠାରେ ଆର୍ଗେନିକ ଚାଷ କରାଯାଇ ଥାଏ। ଏହା ମଧ୍ୟରେ ଜୁହୀଙ୍କ ଘରେ ବି ଏକ ଛୋଟ ବଗିଚା ଦେଖିବାକୁ ମିଳିଥାଏ।

ଜୁହୀ ନିଜ ବଗିଚାରେ କେତେ ପ୍ରକାରର ସୁନ୍ଦର ସୁନ୍ଦର ରଙ୍ଗ-ବେରଙ୍ଗ ଫୁଲଗଛ ବି ଲଗାଇଛନ୍ତି।

ଜୁହୀଙ୍କ ଅଗଣା ଦେଖିବାକୁ ବହୁତ ସୁନ୍ଦର ଅଟେ। ଏହା ୧୦ନମ୍ବର ଫ୍ଲୋରରେ ରହିଛି।

ଶ୍ରୀଲଙ୍କନ ଇଣ୍ଟୀରିୟର ଡିଜାଇନର ଚତ୍ରା ଦଶବତେ ଟେରେସଙ୍କୁ ଡିଜାଇନ କରିଛନ୍ତି।ରାତି ସମୟରେ ବାହାରର ଦୃଶ୍ୟ ଦେଖିବାକୁ ସୁନ୍ଦର ହୋଇଥାଏ।

ଏହି ବ୍ଲୁ ରଙ୍ଗର ଲେହଙ୍ଗା ଫଟୋରେ ଆପଣ ଜୁହୀଙ୍କ ପଛରେ ଯେଉଁ କବାଟ ରହିଛି,ତାର ସୁନ୍ଦରତା ଦେଖି ପାରୁଥିବେ।

ଏହା କହିବା ବିଲକୁଲ ଭୁଲ ହେବନାହିଁ କି ଜୁହୀ ଯେଉଁ ପ୍ରକାରରେ ନିଜ ଘରକୁ ସଜାଇଛନ୍ତି ଏବଂ ଯେମିତି ତାର ଭିତର ଭାଗ କରିଛନ୍ତି, ତାହା କୈାଣସି ରାଜମହଲ ଠାରୁ କମ ନୁହେଁ।

Leave a Reply

Your email address will not be published. Required fields are marked *