ଜୁନ ୧୪ ଯୋଗିନୀ ଏକାଦଶୀରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ । ଦାରିଦ୍ର୍ୟତା ସବୁ ଦିନ ପାଇଁ ହୋଇଯିବ ଦୂର…

ପୁଣ୍ୟ ପ୍ରାପ୍ତ କରିବାକୁ ଏକାଦଶୀ ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । ଏକାଦଶୀ ବ୍ରତ ରଖିବା ଦ୍ୱାରା ଜନ୍ମ ଜନ୍ମାନ୍ତରର ପାପ ଦୂର ହେବା ସହିତ ବ୍ରତର ଶୁଭ ଫଳ ଏବଂ ପୁଣ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ କହି ରଖିବୁ ଯେ ଏକାଦଶୀ ବ୍ରତ ରଖିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିତ ଭାବରେ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଗାଈର ସେବା ସବୁଠାରୁ ପୁଣ୍ୟ କାମ ହୋଇଥାଏ ।

ହିନ୍ଦୁ ଧର୍ମରେ ଗାଈକୁ ଦେବତା ଆକାରରେ ମାନା ଯାଏ ଏବଂ ଗାଈ ମଧ୍ୟରେ ୩୩ କୋଟି ଦେବଦେବୀଙ୍କ ବାସ ହୋଇଥାଏ ବୋଲି ମଧ୍ୟ କୁହାଯାଏ । ତେବେ ଗାଈର ସେବା କଲେ ଏବଂ ପ୍ରତ୍ୟେକ ଦିନ ରୁଟି ଖୁଆଇଲେ ପୁଣ୍ୟ ପ୍ରାପ୍ତ ହେବା ସହିତ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆଗମନ କରନ୍ତି ଏବଂ ପିତୃପୁରୁଷ ମଧ୍ୟ ପ୍ରସନ୍ନ ହୁଅନ୍ତି । କିନ୍ତୁ ସରାଞ୍ଚଳରେ ଗାଈର ସେବା କରିବା କିମ୍ବା ରଖିବା ସମ୍ଭବପର ହୋଇ ପାରେ ନାହିଁ ।

ତେଣୁ ଏଭଳି ପରିସ୍ଥିତିରେ ଗାଈ ନାମରେ ପ୍ରତ୍ୟେକ ଦିନ ଟଙ୍କା ରଖି ମାସ ଶେଷରେ କୌଣସି ଗରିବ , ଗୋଶାଳା କିମ୍ବା ମନ୍ଦିରରେ ଦାନ କରି ଦିଅନ୍ତୁ କିମ୍ବା କୌଣସିବି ସ୍ଥାନରେ ଗାଈ ଦେଖିଲେ ଘରର ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତୁ । ଗୁରୁବାର ଦିନ ରୋଟିରେ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦେଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ ।

ଏହାବ୍ୟତୀତ କିଛି ଏପରି ଜିନିଷ ରଖିଛି ଯାହାକୁ ଗାଈକୁ ଆଦୋୖ ଖାଇବାକୁ ଦିଆଯିବା ଉଚିତ ନୁହେଁ ନଚେତ ପାପ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । କହି ରଖିବୁ ଯେ ଗାଈକୁ ପଚା ସଢ଼ା, ବଳକା ଏବଂ ଅଶ୍ୱତ୍ଥ ପତ୍ରକୁ ଛିଡ଼ାଇ ଖାଇବାକୁ ଦିଅନ୍ତୁ ନାହିଁ । ଗାଈ ନିଜେ ଛିଡ଼ାଇ ଅଶ୍ୱତ୍ଥ ପତ୍ର ଖାଇବା ଉଚିତ । ଗାଈକୁ କ୍ଷୀର ମଧ୍ୟ ଖାଇବାକୁ ଦେବା ଉଚିତ ନୁହେଁ ।

ଗାଈର ଅତ୍ୟନ୍ତ ପବିତ୍ର ହୋଇଥାଏ । ତେଣୁ କୌଣସି କାମରେ ବାହାରକୁ ଯାଉଥିବା ସମୟରେ ଯଦି ଗାଈ ଆପଣଙ୍କ ବାଟ କାଟିଥାଏ ତେବେ ଆପଣ ଯେଉଁ କାମରେ ବୁ ବାହାରକୁ ଯାଉଥାନ୍ତୁ ନା କାହିଁକି ତାହା ନିଶ୍ଚିତ ପୂରଣ ହେବ । ଯଦି ଆପଣ ଗାଈ ଏବଂ ବାଛୁରୀକୁ ଏକାଠି ଦେଖନ୍ତି ତେବେ ତାହା ଅତ୍ୟନ୍ତ ପବିତ୍ର ଅଟେ ।

ଯଦି ଗାଈ ବିନା କୌଣସି କାରଣରେ ଆପଣଙ୍କ ଘର ଚାରିପାଖରେ ଘୁରି ବୁଲୁଛି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କୁ ଧନ ପ୍ରାପ୍ତ ହେବାକୁ ଯାଉଛି । କୌଣସି ଭୂଭାଗରେ ଘର ବନାଇବାର ଥିଲେ ପନ୍ଦର ଦିନ ପାଇଁ ଗାଈ ଏବଂ ବାଛୁରୀକୁ ଏକାଠି ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନର ନକରାତ୍ମକତା ଦୂର ହେବା ସହିତ ସ୍ଥାନ ପବିତ୍ର ହୋଇଯାଏ ଏବଂ ଘର ବନାଇବା ଯୋଗ୍ୟ ହୋଇଯାଏ । ଘରେ ତିଆରି ହେଉଥିବା ପ୍ରଥମ ରୋଟି ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦେବା ଉଚିତ ।

ଗାଈ ଠାରୁ ମିଳୁଥିବା ପଞ୍ଚଗବ୍ୟ ସବୁ ରୋଗର ନିରାକରଣ ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ । ଏଭଳି କୁହାଯାଏ ଯେ ଗାଈ ଲାଞ୍ଚ ମାରି ଦେଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଗାଈ ପାଖକୁ ଗଲେ ସରଦି କାଶ ଭଳି ସଂକ୍ରମଣ ରୋଗରୁ ମୁକ୍ତି ମିଳିଥାଏ ।

ଗାଈକୁ ସ୍ପର୍ଶ କରି ନିଜର ମନସ୍କାମନା କହିଦେଲେ ସେହି ସମସ୍ୟା ସବୁଦିନ ପାଇଁ ଦୂରେଇ ଯାଏ । ତ୍ରେତୟା ଯୁଗରେ ମାତା ସୀତାଙ୍କ ଠାରୁ ମିଳିଥିବା ଅଭିଶାପ କାରଣରୁ ଗାଈକୁ ଅଇଁଠା ଖାଇବାକୁ ପଡ଼ିଥାଏ । କିନ୍ତୁ ଯେହେତୁ ଗୋମାତା ଆମର ପ୍ରିୟ ତେଣୁ ଗାଈକୁ ଅଇଁଠା ଦେବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *