ଭଗବାନ ଶ୍ରୀ କୃଷ୍ଣ ମହାଭାରତ କାଳରୁ ହିଁ କଳିଯୁଗର ବିସ୍ତାର ପୂର୍ବକ ବର୍ଣ୍ଣନା କରିଯାଇଛନ୍ତି। କଳିଯୁଗରେ ଲୋକମାନେ କିପରି ହେବେ ଜୀବନ କିପରି ବ୍ୟତିତ ହେବ ଲୋକମାନଙ୍କର ବ୍ୟବହାର ଅନ୍ୟ ମାନଙ୍କ ପ୍ରତି କିପରି ହେବ ଏହା ସବୁ ସେହି କାଳରୁ ହିଁ କୁହାଯାଇ ସାରିଛି।ଆଜିର ଏହି ପୋଷ୍ଟରେ ଆମେ ଜାଣିବା କି ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ବାରା କୁହାଯାଇଥିବା ୫ ଟି କଟୁ ସତ୍ୟ। ଯାହାକି ଆଜି ମଧ୍ୟ ଶତ ପ୍ରତିଶତ ସତ ହେଉଅଛି।
ମହାଭାରତ କାଳରେ ପାଣ୍ଡବ ମାନଙ୍କ ମନରେ କଳିଯୁଗ ବିଷୟରେ ଜାଣିବାର ଜିଜ୍ଞସା ଆସିଲା। ତ ସେମାନେ ଥରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କି କଳିଯୁଗରେ ମଣିଷ ମାନେ କିପରି ହେବେ। ଲୋକମାନଙ୍କର ବିଚାର କିପରି ହେବ। ଏବଂ ମୋକ୍ଷ ପ୍ରାପ୍ତି କିପରି ହେବ। ଏହି ପ୍ରଶ୍ନ ଶୁଣି କରି ଭଗବାନ ଶ୍ରୀକୃଷ୍ଣ ପାଞ୍ଚପାଣ୍ଡବଙ୍କୁ ବଣକୁ ଯିବା ପାଇଁ କହିଲେ। ଏବଂ ଏହାବି କହିଲେ କି ତୁମେ ସେଠାରେ ଦେଖିବ ଏବଂ ଯାହାବି ଦେଖିକରି ଆସିବ ତାହାକୁ ବିସ୍ତାର ଭାବରେ ମୋ ଆଗରେ କହିବ। ତ ପାଞ୍ଚ ଭାଇ ବଣକୁ ଯାଇ ଫେରି ଆସିଲେ।
ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ କଣ କହିଲେ ଆସନ୍ତୁ ଜାଣିବା। ପ୍ରଥମେ ଯୁଧିଷ୍ଠିର ମହାରାଜ ଦେଖିଥିବା କଥାଟିକୁ କହିବାକୁ ଲାଗିଲେ କି ସେ ଗୋଟିଏ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଥିଲେ ଏବଂ ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ। ଯେବେ ସେ ଏହି ବିଷୟଟିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଗରେ କହିବାକୁ ଲାଗିଲେ ତ ଭଗବାନ ଉତ୍ତର ଦେଲେ କି କଳିଯୁଗରେ ଏପରି ଲୋକମାନେ ଶାସନ କରିବେ ଯିଏକି କହିବେ ଗୋଟେ କଥା ଏବଂ କରିବେ ଆଉ ଗୋଟେ କଥା।
ଏପରି ଲୋକମାନେ ଦୁଇ ଦିଗରୁ ଶୋଷଣ କରିବେ। ବର୍ତମାନ ଭୀମ କହିବାକୁ ଲାଗିଲେ। ଭୀମ ଦେଖିଥିଲେ କି ଗୋଟେ ଏପରି ଗାଈ ଯିଏକି ନିଜର ବାଛୁରୀକୁ ସ୍ନେହରେ କେତେ ଅଧିକ ଚାଟୁ ଥିଲା କି ସେହି ଛୋଟ ବାଛୁରୀର ଦେହରୁ ରକ୍ତ ଝରୁଥିଲା। ତଥାପି ମଧ୍ୟ ସେହି ଗାଈଟି ତାର ଛୁଆକୁ ଚାଟିବା ବନ୍ଦ କରୁନଥିଲା। ଭୀମ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହାର ଅର୍ଥ ପଚାରିଲେ। ତ ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗର ମଣିଷ ମାନେ ନିଜର ପିଲା ମାନଙ୍କ ପ୍ରତି ଏତେ ଆସକ୍ତ ହେବେ ଯାହାକି ଏପରି ମମତା କାରଣରୁ ପିଲା ମାନଙ୍କର ବିକାଶରେ ଅଟକି ଯିବ।
ଯଦି ଅନ୍ୟ କାହାର ପୁତ୍ର ସାଧୁ ହେଲା ତ ସମସ୍ତେ ତାଙ୍କର ଦର୍ଶନ କରିବେ କିନ୍ତୁ ନିଜର ପୁତ୍ର ସାଧୁ ହେଲେ ତାହାକୁ ସହ୍ୟ କରିପାରିବେ ନାହିଁ। ଏବଂ ଭାବିବେ କି ପୁଅଟି ଭୁଲ ରାସ୍ତାରେ ଯାଉଛି। ଏହାର ଜୀବନ ନଷ୍ଟ ହୋଇଗଲା। କଳିଯୁଗରେ ପିତା ମାତା ନିଜର ପିଲା ମାନଙ୍କୁ ଧର୍ମ ଜ୍ଞାନ ଛାଡ଼ି ମୋହ ମାୟାରେ ଅଧିକ ଆସକ୍ତି କରାଇବେ।ଏପରି ଭାବରେ ହିଁ ପିଲା ମାନଙ୍କର ଜୀବନ କଟିଯିବ। ସଂସାର ପ୍ରତି ଆସକ୍ତିରେ ହିଁ ଏମାନଙ୍କର ଜୀବନ ନଷ୍ଟ ହୋଇଯିବ। ପୁଣି ଭଗବାନ କହିଲେ କି ଦେଖ ତୁମର ପୁତ୍ର ତୁମର ନୁହେଁ ସେ ତାଙ୍କ ସ୍ତ୍ରୀଙ୍କର ଅମାନତ ଅଟନ୍ତି। ଯାହାକି ତୁମ ପାଖରେ ଅଛନ୍ତି। ଏବଂ ଝିଅଟି ସ୍ୱାମୀର ଅମାନତ ଅଟେ। ଏବଂ ଏହି ଶରୀର ମୃତ୍ୟୁର ଅମାନତ ଅଟେ।
ଏବଂ ଆତ୍ମା ପରମାଆତ୍ମାଙ୍କର ଅମାନତ ଅଟେ। ତ ଏବେ ବାରି ଆସିଲା ଅର୍ଜୁନଙ୍କର। ଅର୍ଜୁନ ଦେଖିଥିଲେ କି ଗୋଟିଏ ପକ୍ଷୀ ଯାହାର ପରରେ ବେଦର ଶ୍ଳୋକ ଲେଖା ଯାଇଥିଲା। କିନ୍ତୁ ସେ ଗୋଟିଏ ମନୁଷ୍ୟର ମାଂସ ଖାଉଥିଲା। ଏହା ଦେଖି ଅର୍ଜୁନ ବହୁତ ଆଶ୍ଚର୍ଯ୍ୟରେ ହିଁ ପଡ଼ି ଯାଇଥିଲେ ଏହାର ଅର୍ଥ ଭଗବାନ କହିଲେ କି କଳିଯୁଗରେ ଏପରି ଲୋକ ହୋଇଯିବେ। ଯାହାଙ୍କୁ ବିଦ୍ୱାନ କୁହାଯିବ। କିନ୍ତୁ ଏହାହିଁ ମନସା ଅଭିଳାଷ ସର୍ବଦା ଅନ୍ୟର ସମ୍ପତି ଏବଂ ଧନ ଲୁଟିବାରେ ରହିବ।
ବ୍ୟକ୍ତି ଯେତେ ବଡ଼ ହୋଇଥାନ୍ତୁ ନାଁ କାହିଁକି କିନ୍ତୁ ତାଙ୍କର ଦୃଷ୍ଟି ସର୍ବଦା ପରର ସମ୍ପତି ଉପରେ ହିଁ ରହିବ। ଏପରି ଲୋକବି ବହୁତ ହୋଇଯିବେ ଯିଏକି ଅନ୍ୟ ମାନଙ୍କର ଧନକୁ ନେବା ପାଇଁ ଆତୁର ରହିବେ। ବାସ୍ତବିକ ସାଧୁ ଅଳ୍ପ ହିଁ ରହିଯିବେ। ତ ଏବେ ନକୁଳଙ୍କ ବାରି ଆସିଲା। ନକୁଳ ଦେଖିଥିଲେ କି ଗୋଟିଏ ବହୁତ ବଡ଼ ପଥର ଯାହାକି ପର୍ବତର ଶିଖରରୁ ପଡ଼ିଲା। ଏବଂ ବଡ଼ ରୁ ବଡ଼ ବୃକ୍ଷବି ଯାହାକୁ ଅଟକାଇ ପାରିଲା ନାହିଁ। କିନ୍ତୁ ତାହା ଅତି ଦୃତ ବେଗରେ ଆସିଲେ ମଧ୍ୟ ଗୋଟିଏ ଛୋଟ ଗଛରେ ବାଜି ତାହା ଅଟକି ଗୋଲା। ଯାହାକି ତାଙ୍କୁ ଅସମ୍ଭବ ପରି ଲାଗିଲା।
ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ। ତ ଏହାର ଅର୍ଥ କହିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ମନୁଷ୍ୟ ମାନଙ୍କର ବୁଦ୍ଧି କ୍ଷୀଣ ହୋଇଯିବ। ତାଙ୍କର ଜୀବନ ପତନ ଆଡକୁ ଅଗ୍ରସର ହେବ। ପ୍ରାୟତଃ ଅଧିକାଂଶ ବ୍ୟକ୍ତି ପାପାଚାରରେ ଚାଲିବେ। ଏବଂ ଏହିସବୁକୁ ରୋକିବାରେ କୌଣସି ବି ଶିକ୍ଷା ବୁଦ୍ଧି ବଳ କିଛିବି କାମ କରିପାରିବ ନାହିଁ। କିନ୍ତୁ ସାଧାରଣ ହରେକୃଷ୍ଣ ହରି ନାମ ହିଁ ସମସ୍ତ ପାପରୁ ରକ୍ଷା କରିବ। ହରି କୀର୍ତ୍ତନ ଦ୍ବାରା ମନୁଷ୍ୟ ମାନଙ୍କର ବୁଦ୍ଧି ପ୍ରବଳ ହେବ। ଶହେଦେବ ବଣରୁ ଯିବା ସମୟରେ ଅନେକ କୂଅ ଦେଖିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ମଝି ଭାଗରେ ଥିବା କୂଅଟି ଖାଲି ରହିଥିଲା।
ଯିଏକି ସବୁଠାରୁ ଗଭୀର ଥିଲା। ତ ଏହା ଦେଖି ନକୁଳ ଆଶ୍ଚର୍ଯ୍ୟ ହୋଇଗଲେ। ତ ଭଗବାନ ଏହାର ଅର୍ଥ ବୁଝାଇବାକୁ ଯାଇ କହିଲେକି କଳିଯୁଗରେ ଧନୀ ବ୍ୟକ୍ତି ନିଜର ପୁଅ ଏବଂ ଝିଅ ମାନଙ୍କର ବିବାହରେ ପ୍ରଚୁର ଧନ ଖର୍ଚ୍ଚ କରିବେ।ବହୁତ ଅନାବଶ୍ୟକ ଖର୍ଚ୍ଚ କରିବେ।ମଦ୍ୟପାନ, ମାଂସ ଭକ୍ଷଣ ଏବଂ ବ୍ୟଶନରେ ଧନ ଖର୍ଚ୍ଚ କରିବେ। କିନ୍ତୁ କୌଣସି ଦୁଃଖୀକୁ ଦେଖିଲେ ଦୂରକୁ ଭାଗିବେ। କୌଣସିବି ଦୁଃଖୀକୁ ସାହାର୍ଯ୍ୟ କରିବେ ନାହିଁ।
ଏହାସବୁ କହିଲା ପରେ ଭଗବାନ କହିଲେ କି ଯେଉଁମାନେ ବି ଏହିସବୁ ଦୁର୍ଗୁଣଠାରୁ ଦୂରେଇ ରହିବେ ଏବଂ ହରି ନାମର ଆଶ୍ରୟ ନେବେ ତାଙ୍କ ଉପରେ କଳିଯୁଗର ପ୍ରଭାବ ନୁହେଁ ବରଂ ଭଗବାନଙ୍କର ଆଶୀର୍ବାଦ ରହିବ।ତ ଏହା ଥିଲା କଳିଯୁଗର ସେହି ୫ଟି କଟୁ ସତ୍ୟ। ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା କୁହାଯାଇଅଛି। ଏବଂ ଏହା ମଧ୍ୟ ଆଜି ଶତ ପ୍ରତିଶତ ସତ ହେଉଅଛି।