ମୁମ୍ବାଇ : କରିଶ୍ମା କପୁର ଚଳିତ ବର୍ଷ ମାର୍ଚ୍ଚ ଓ୍ବେବ ସୀରିଜ ‘ମେଣ୍ଟଲହୁଡ’ ରୁ ଡିଜିଟାଲ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ପ୍ରମୋଶନ ପାଇଁ କରିଶ୍ମା କାପୁର ମୁଭି ସହିତ ନିଜର ର୍ପସନା୍ଲ ଲାଇଫ ବିଷୟରେ କହିଥିଲେ। କରିଶ୍ମା କହିଥିଲେ କି ବିବାହ ପରେ ତାଙ୍କ ଜୀବନ ପୁରା ବରବାଦ ହୋଇ ଯାଇଥିଲା। ଶାଶୁଘର ଲୋକ ତାଙ୍କୁ ବହୁତ ପ୍ରତାରିତ କରିଥିଲେ ଏବଂ ଶେଷରେ କରିଶ୍ମାଙ୍କୁ ସ୍ବାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବାକୁ ପଡିଲା। ସବୁଠାରୁ ବଡ କଥା କି ଶାଶୁଘର ଲୋକମାନଙ୍କ ସହିତ ସ୍ବାମୀ ସଞ୍ଜୟ କାପୁର ମଧ୍ୟ କରିଶ୍ମାଙ୍କୁ ପ୍ରତାରିତ କରୁଥିଲେ।
ଆଇବି ଟାଇମ୍ସକୁ ଦେଇଥିବା ଇନ୍ଟ୍ରବ୍ୟୁ ରେ କରିଶ୍ମା ନିଜର ର୍ପସନା୍ଲ ଲାଇଫ ବିଷୟ ରେ କହିଥିଲେ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ ଆମେ ଆମ ହନିମୁନରେ ଯାଇଥିଲୁ ସେତେବେଳେ ସଞ୍ଜୟ ମୋ ସହ ତାଙ୍କ ସାଙ୍ଗ ମାନଙ୍କର ମୂଲ୍ୟ କରିଥିଲେ। ସେ ତାଙ୍କ ସାଙ୍ଗ ମାନଙ୍କ ସହ ମତେ ରାତି କଟେଇବା ପାଇଁ ବାଧ୍ୟ କରିଥିଲେ। ଯେତେବେଳେ ମୁଁ ଏହା ପାଇଁ ରାଜି ନଥିଲି ସେତେବେଳେ ସଞ୍ଜୟ ମତେ ମାଡ ମାରିଥିଲେ।
ଏତିକି ହିଁ ନୁହେଁ କରିଶ୍ମା କାପୁର ଇନ୍ଟ୍ରବ୍ୟୁ ରେ କହିଥିଲେ କି ମୋ ସହ ବିବାହ ପରେ ବି ସଞ୍ଜୟଙ୍କର ତାଙ୍କ ପ୍ରଥମ ସ୍ତ୍ରୀ ସହ ଫିଜିକାଲ ରିଲେସନଶିପରେ ଥିଲେ ଏବଂ ସେ ତାଙ୍କ ସହ ଲିଭ ଇନ ରିଲେସନଶିପରେ ଥିଲେ। କରିଶ୍ମାଙ୍କ ଅନୁସାରେ ତାଙ୍କୁ ସବୁଠାରୁ ଅଧିକ ଟର୍ଚ୍ଚର ହୋଇଥିଲା ଯେତେବେଳେ ସେ ପ୍ରଥମ ଥର ପ୍ରେଗନେଟ୍ ଥିଲେ।
କରିଶ୍ମା କହିଥିଲେ କି ମୁଁ ପ୍ରେଗନେଟ୍ ଥିବା ସମୟରେ ମୋ ଶାଶୁ ମୋତେ ଏକ ଡ୍ରେସ ଗିଫ୍ଟ କରି କହିଥିଲେ କି ଏହି ଡ୍ରେସ ପିନ୍ଧିବାକୁ। କିନ୍ତୁ ପ୍ରେଗନେଟ୍ ଥିବାରୁ ମୁଁ ସେ ଡ୍ରେସ୍ ପିନ୍ଧି ପାରିଲି ନାହିଁ ସେଥିପାଇଁ ସଞ୍ଜୟ ଏବଂ ତାଙ୍କ ମା ମୋର ଶାରିରୀକ ଶୋଷଣ କରିଥିଲେ ତା ସହିତ ଥାପଡ ମଧ୍ୟ ମାରିଥିଲେ।
ଶାଶୁଘରେ କରିଶ୍ମାଙ୍କର ଶାଶୁଙ୍କ ବ୍ୟବହାର ଭଲ ନ ଥିଲା। କଥା କଥା କେ ସେ କରିଶ୍ମା ଉପର କୁ ହାତ ଉଠାଉ ଥିଲେ ଏବଂ ସଞ୍ଜୟ ତାଙ୍କ ଭାଈଙ୍କୁ ମୋ ଉପରେ ନଜର ରଖିବାକୁ କହୁଥିଲେ। ଇନ୍ଟ୍ରବ୍ୟୁ ରେ କରିଶ୍ମା ମଧ୍ୟ ଏହା କହିଛନ୍ତି କି ସଞ୍ଜୟ ଛୋଟ ଛୋଟ କଥା ରେ ହାଇପର ହୋଇ ମାର ପିଟ କରନ୍ତି।
କରିଶ୍ମା ସଞ୍ଜୟଙ୍କୁ ଲଭ ମ୍ୟାରେଜ କରିଥିଲେ କିନ୍ତୁ ଏହା ସଫଳ ହୋଇପାରି ନଥିଲା। ହନିମୁୁନ ଠାରୁ ହିଁ ସଞ୍ଜୟ ଏବଂ କରିଶ୍ମାଙ୍କ ମଧ୍ୟ ରେ ଝଗଡା ଆରମ୍ଭ ହୋଇଯାଇ ଥିଲା। ହନିମୁନରେ ସଞ୍ଜୟ ନିଜର ସ୍ତ୍ରୀର ସୌଦା ନିଜର ସାଙ୍ଗ ମାନଙ୍କ ସହ କରିଥିଲେ ଏବଂ କରିଶ୍ମାଙ୍କୁ ତାଙ୍କ ସାଙ୍ଗ ମାନଙ୍କ ସହ ଶୋଇବା ପାଇଁ କହିଥିଲେ।
କରିଶ୍ମା ଅଚାନକ ଫିଲ୍ମ ରୁ ଦୂରେଇ ରହି ଦିଲ୍ଲୀର ବୀଜନେଶ ମ୍ୟାନ ସଞ୍ଜୟ କପୁରଙ୍କୁ ୨୦୦୩ ରେ ବିବାହ କରିଥିଲେ। ସେତେବେଳେ କରିଶ୍ମା ନିଜର ଲାଇଫ ନେଇ ବହୁତ ନିଶ୍ଚିନ୍ତ ଥିଲେ ଏବଂ ଆଗକୁ ବଢୁଥିଲେ। କିନ୍ତୁ ବାହାଘର ର ୫ – ୬ ବର୍ଷ ପରେ ଏହି ଦୁଇ ଜଣ ଅଲଗା ହୋଇ ଯାଇଥିଲେ।
ଶେଷରେ କରିଶ୍ମା ୨୦୧୨ ରେ ନିଜର ବିବାହ କୁ ଶେଷ କରିବାର ନିସ୍ପତି ନେଲେ ଏବଂ ନିଜର ଦୁଇ ପିଲା ଝିଅ ସମାୟରା ଏବଂ ପୁଅ କିୟାନ ଙ୍କୁ ନେଇ ସେ ତାଙ୍କ ମା ବବିତାଙ୍କ ପାଖକୁ ଆସି ମୁମ୍ବାଇରେ ରହିଲେ। ୪ ବର୍ଷ ପରେ ଦୁଇ ଜଣଙ୍କର ତଲାଖ ଫାଇନାଲ ହୋଇଥିଲା।
ଖବର ଅନୁସାରେ ଏହି ଦୁଇ ଜଣଙ୍କର ତଲାଖ ପରସ୍ପରଙ୍କ ସହମତିରେ ହୋଇଥିଲା। ସଞ୍ଜୟ ପିଲା ମାନଙ୍କ ପାଇଁ ଦଶ କୋଟିର ଟ୍ରସ୍ଟ କରିଥିଲେ ଏବଂ କରିଶ୍ମାଙ୍କୁ ରହିବା ପାଇଁ ଏକ ବଙ୍ଗଳା ଦେଇଥିଲେ। ସଞ୍ଜୟ ନିଜର ଦୁଇ ପିଲାଙ୍କର ପଢା ଖର୍ଚ୍ଚ ମଧ୍ୟ ବହନ କରନ୍ତି।
କରିଶ୍ମା ନିଜର ଫିଲ୍ମ କାରିଅର ୯୦ ଦଶକର ଫିଲ୍ମ ” ପ୍ରେମ କୈଦୀ” ରୁ ଆରମ୍ଭ କରିଥିଲେ। ଏହା ପରେ କରିଶ୍ମା ଜିତ , ଯାନୁଆର , ହିରୋ ନମ୍ବର ଓ୍ବାନ , ଜୁଡଓ୍ବା , ଦିଲ୍ଲୀ ତୋ ପାଗଲ ହେ , ବିବି ନମ୍ବର ଓ୍ବାନ , ରାଜା ହିନ୍ଦୁସ୍ଥାନୀ , କୁଲି ନମ୍ବର ଓ୍ବାନ , ରାଜା ବାବୁ ପରି ସୁପରହିଟ ଫିଲ୍ମ ରେ କାମ କରିଥିଲେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।