ବନ୍ଧୁଗଣ ଶୁଭ ମକର ସଂକ୍ରାନ୍ତି ପର୍ବ ଜାନୁୟାରୀ ମାସ ୧୪ ତାରିଖରେ ପାଳନ କରାଯିବ। ଏହି ଦିନ କିଛି ବିଶେଷ ଉପାୟ ପାଳନ କରାଯାଇଥାଏ। ଯାହା ଦ୍ବାରା ଧନ, ସମ୍ପତି ମାତା ଲକ୍ଷ୍ମୀଙ୍କର କୃପା ଏବଂ ସଫଳତା ମିଳିଥାଏ। ତେବେ ଆସନ୍ତୁ ଯାଣିନେବା କଣ ସେହି ଜିନିଷ ଗୁଡ଼ିକ ଯାହାକୁ ମକର ସଂକ୍ରାନ୍ତିରେ ଘରକୁ ଆଣିବା ଦ୍ବାରା କିମ୍ବା ଘରେ କୌଣସି ଶୁଭ କାର୍ଯ୍ୟ କରିବା ଦ୍ବାରା ଘରେ ଧନ ଧାନ୍ୟାରେ ଅଭାବ ନହେବା ସହିତ ଘରେ ସର୍ବାଦ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।ତା ସହିତ ଘରେ ସର୍ବଦା ଖୁସିର ଲହରୀ ଲାଗି ରହିଥାଏ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ୧୪ଟି ସ୍ୱଛ କଉଡ଼ି ନେଇ ଆସନ୍ତୁ। ଏହା କେଶରର ମିଶ୍ରିତ କ୍ଷୀରରେ ବୁଡା଼ଇ ରଖନ୍ତୁ। ଏହା ପରେ ଏହି କଉଡ଼ିକୁ ଗଙ୍ଗା ଜଳରେ ଶୁଦ୍ଧ କରି ଏକ ସଫା ପାତ୍ରରେ ପୁଜା ସ୍ଥାନରେ ରଖି ଦିଅନ୍ତୁ। ମା ଲକ୍ଷ୍ମୀଙ୍କର ନିକଟରେ ଶୁଦ୍ଧ ଘିଅ ଏବଂ ଆଉ ଏକ ରାଶି ତେଲରେ ଦୀପ ଲଗାନ୍ତୁ। ରାଶିର ତେଲର ଦୀପକୁ ବାମ ପଟେ ରଖନ୍ତୁ ଏବଂ ଘିଅ ଦୀପ ଡାହାଣ ପଟେ ରଖି ଦିଅନ୍ତୁ।

ଏହା ସହିତ ଭଗବାନ ସୂର୍ଯ୍ୟଦେବତାଙ୍କୁ ଯେପରି ନୀତି ନିୟମରେ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ ସେଜିଭଳି କରନ୍ତୁ। ଦାନ ଦେବାକୁ ରହିଥିବା ସାମଗ୍ରୀକୁ ଏକତ୍ରିତ କରି ରଖନ୍ତୁ। ଏହା ପରେ ଦିନ ୧୨ ଟା ସମୟରେ ପୁଜା କରିଥିବା କଉଡ଼ିକୁ ଘରର ଶୁଦ୍ଧ ଏବଂ ଉନ୍ନତିକର ସ୍ଥାନରେ ରଖିଦିଅନ୍ତୁ। ଯେପରିକି ପୋର୍ସ, ଆଲ୍ମିରା, ଠାକରଙ୍କ ନିକଟରେ, ପଲଙ୍କ ତଳେ, କାର୍ଯ୍ୟ କରୁଥିବା ଟେବୁଲ ତଳେ, ଭଣ୍ଡାର ଘରେ ଆଦି ଶୁଭ ସ୍ଥାନରେ ରଖିଦିଅନ୍ତୁ। ତେବେ ଏହି କାର୍ଯ୍ୟ ଆପଣଙ୍କୁ ସୋଂକ୍ରାତି ଦିନ କରିବା ନିହାତି ଆବଶ୍ୟକ।

ଏହା ପରେ ଦୀପର ସ୍ଥାନରେ ପୁଣି ପରିବର୍ତନ କରନ୍ତୁ। ଡାହାଣ ପଟ ଦୀପକୁ ବାମ ପଟରେ ଲଗାଇ ଦିଅନ୍ତୁ ଏବଂ ବାମ ପଟ ଦୀପ ଡାହାଣ ପଟକୁ ଲଗାଇ ରଖି ଦିଅନ୍ତୁ। ତେଲ ଏବଂ ଘିଅ ଶେଷ ହୋଇଥିଲେ ପୁଣି ଦୀପରେ ଢାଳି ଭରି ଦିଅନ୍ତୁ। ରାଶି ତେଲର ଦୀପ ଘରର ଅଗଣାରେ ଅଥବା ଦ୍ୱାର ସାମ୍ନାରେ ଏବଂ ଘିଅର ଦୀପ ମା ତୁଳସୀଙ୍କ ନିକଟରେ ରଖି ଦିଅନ୍ତୁ। ତେବେ ବନ୍ଧୁଗଣ ଏହି ସବୁ ଉପାୟ ମକର ସଂକ୍ରାନ୍ତିର ଶୁଭ ଦିନରେ କରିବା ଦ୍ବାରା ଘରେ ସୁଖ, ସମୃଦ୍ଧି,ଧନ, ଏବଂ ମା ଲକ୍ଷ୍ମୀଙ୍କର କୃପା, ସଫଳତା ନିଶ୍ଚିତ ମିଳିଥାଏ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତା ମତ ଆମକୁ କାମେଣ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ସାଙ୍ଗ ସାଥିଙ୍କ ସହିତ ଶେୟାର କରନ୍ତୁ | ଏମିତି ସବୁ ପ୍ରକାରର ଖବର ପାଇବାକୁ ଆମ ପେଜ କୁ ଲାଇକ କରନ୍ତୁ |