ଫେଙ୍ଗଶୁଇ ଚୀନର ବାସ୍ତୁଶାସ୍ତ୍ର ଅଟେ | ଏହି ବିଦ୍ୟା ଭାରତରେ ମଧ୍ୟ ପ୍ରଚଳିତ ରହିଛି | ଏଥିରେ ପକ୍ଷୀ ଗୁଡିକୁ ମଧ୍ୟ ଶୁଭ ବୋଲି କୁହାଯାଇଛି | ଫେଙ୍ଗଶୁଇ ଗାଜେଟ ଘରେ ରଖିବା ଦ୍ୱାରା ଅନେକ ଦୋଷ ଦୂର ହୋଇ ପାରିବ ଏବଂ ଏହାର ଶୁଭ ପ୍ରଭାବ ଆମର ଆତ୍ମବିଶ୍ୱାସ ଉପରେ ମଧ୍ୟ ପଡିଥାଏ | ଫେଙ୍ଗଶୁଇ କୁକୁଡ଼ାକୁ ବହୁତ ଶୁଭ ବୋଲି କୁହାଯାଇଥାଏ | ଏହାର ମୂର୍ତ୍ତି ଘରେ କିମ୍ବା ଅଫିସରେ ରଖାଯାଇ ପାରିବ | ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
୧. ଘର କିମ୍ବା କାର୍ଯ୍ୟସ୍ଥଳରେ ଫେଙ୍ଗଶୁଇ କୁକୁଡ଼ା ରଖିବା ଦ୍ୱାରା ନକାରାତ୍ମକ ଉର୍ଜାର ପ୍ରଭାବ କମ ହୋଇଥାଏ | ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ | ଫେଙ୍ଗଶୁଇରେ ଏହାକୁ ସାହସ, ଆତ୍ମନିର୍ଭରତା, ଆତ୍ମ ନିର୍ଣ୍ଣୟ ଏବଂ ଦୃଢତାର ପ୍ରତୀକ କୁହାଯାଇଥାଏ | ଏହା ସଫଳତା ଦେବା ପାଇଁ ସାହାଯ୍ୟକାରୀ ହୋଇଥାଏ |
୨. କୁକୁଡ଼ାକୁ ବହୁତ ବିଶ୍ୱାସୀ କୁହାଯାଇଥାଏ | କୁକୁଡ଼ା ଆମର ସ୍ୱାସ୍ଥ୍ୟ, କାମ ଏବଂ ସମ୍ପର୍କରେ ଆସୁଥିବା ସମସ୍ୟା ଉପରେ ନଜର ରଖିଥାଏ ଏବଂ ତାହାକୁ ଅଟକାଇ ଆପଣଙ୍କ ପାଖକୁ ପହଞ୍ଚିବାକୁ ଦେଇ ନଥାଏ |
୩. ଅଫିସରେ ଏହାକୁ ନିଜ ଟେବୁଲ ଉପରେ ରଖିବା ଉଚିତ | ଏହା ଆପଣଙ୍କୁ ଅନ୍ୟ ଲୋକଙ୍କ ଠାରୁ ଅଧିକ ଲାଭ ଦେଇ ପାରିବ | ବ୍ୟାପାରରେ ଆସୁଥିବା ବିଘ୍ନ ଦୂର ହୋଇପାରିବ |
୪. ଘରେ ଏହାକୁ ପଲଙ୍କ ପାଖରେ ରଖିବା ଉଚିତ | ଏହାର ଶୁଭ ପ୍ରଭାବ ଦ୍ୱାରା ପରିବାରରେ ତାଳମେଳ ରହିଥାଏ |
୫. ଯେଉଁ ଲୋକମାନେ ନିଜ ଶତ୍ରୁଙ୍କୁ ନେଇ ଚିନ୍ତିତ ଅଛନ୍ତି, ତାଙ୍କୁ ନିଶ୍ଚିତ ଭାବରେ ଘରେ ଫେଙ୍ଗଶୁଇ କୁକୁଡ଼ା ରଖିବା ଆବଶ୍ୟକ | ଏହାଦ୍ୱାରା ସାହସ ବଢିଥାଏ | ଅଜଣା ଭୟ ଶେଷ ହୋଇଥାଏ | ଶତ୍ରୁଙ୍କର ଯୋଜନାକୁ ବିଫଳ କରିବାର ଶକ୍ତି ମିଳିଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।