ବର୍ତ୍ତମାନ ସମୟରେ ଲୋକମାନଙ୍କ ମନରେ ପ୍ରତି-ଶୋଧ ବହୁତ ପରିମାଣରେ ଭରି ହୋଇ ରହୁଛି। ପ୍ରତି-ଶୋଧ ନେବା ପାଇଁ ଯେ କୌଣସି ସ୍ଥରକୁ ମଧ୍ୟ ଖସି ଯାଇ ପାରନ୍ତି। ତେବେ ଏହିଭଳି ଏକ ଘ-ଟଣା ଯାଜପୁର ଜିଲ୍ଲାରେ ଘଟିଛି। ପ୍ରତି-ଶୋଧ ପରାୟଣ ହୋଇପଡି ଶେଷରେ ଟ୍ରକ ଡ୍ରାଇଭର ମାଆ ଓ ଝିଅକୁ ହ-ତ୍ୟା କରିଛି। ତେବେ ଏହାକୁ ସିକ୍ୱାର ନିଜେ ଟ୍ରକ ଡ୍ରାଇଭର ହିଁ କରିଛି।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ବାପାଙ୍କ ଶୁଦ୍ଧି-କ୍ରିୟାରେ ଯୋଗଦେଇ ତିନି ତାରିଖ ଦିନ ୫୩ ନମ୍ବର ଜାତୀୟ ରାଜପଥରେ ସ୍କୁଟରରେ ଘରକୁ ଫେରୁଥିଲେ। ତେବେ ସ୍କୁଟିରେ ମାଆ ଶ୍ରୀତିକା ଚକ୍ରବର୍ତ୍ତୀ ଯାହାଙ୍କର ବୟସ ୪୭ ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀ ବୟସ ୨୫ ବର୍ଷ ଅଟେ। ତେବେ ସେମାନେ ବାଟରେ ଆସୁଥିବା ସମୟରେ ଡ୍ରାଇଭର ଅମର ବାରମ୍ବାର ହର୍ଣ୍ଣ ବଜାଇବା ସହ ସାଇଡ୍ ମାରି ଅ-ଶ୍ଳୀଳ ଇ-ଙ୍ଗିତ କରୁଥିଲା
ଏହାପରେ ଉଭୟ ମା ଓ ଝିଅ ବ୍ୟତିବ୍ୟସ୍ତ ହୋଇଯାଇଥିଲେ। ଶେଷରେ ଆରୁହା ନିକଟରେ ଦୁହେଁ ଟ୍ରକଟିକୁ ଅଟକାଇଥିଲେ। ଏହାପରେ ଉଭୟଙ୍କ ଭିତରେ ଯୁ-କ୍ତିତ-ର୍କ ହୋଇଥିଲା। ତେବେ ଏହା ଏତେ ସାଙ୍ଘା-ତିକ ହୋଇଯାଇଥିଲା ଯେ ସୋନାଲି ଡ୍ରାଇଭର ଅମରକୁ ଜୋତାରେ ପିଟି ପକେଇ ଥିଲେ। ଏହାପରେ ଡ୍ରାଇଭର ଜଣକ ପ୍ରତି-ଶୋଧ ପରାୟଣ ହୋଇପଡିଲେ। ହ-ତ୍ୟା କରିବାର ଭୂତ ଡ୍ରାଇଭର ମୁଣ୍ଡରେ ବସିଥିଲା।
ତେବେ ଡ୍ରାଇଭର ଜଣକ ପୁଣି ଉକ୍ତ ମା ଓ ଝିଅଙ୍କୁ ପିଛା କରିବାକୁ ଲାଗିଲା। ଅପ-ମାନିତ ଡ୍ରାଇଭର ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ମା ଓ ଝିଅଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା। ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ଘଟ-ଣାସ୍ଥ-ଳରେ ହିଁ ମା’ଝିଅଙ୍କ ମୃ-ତ୍ୟୁ ହୋଇଥିଲା। ତେବେ ପ୍ରଥମେ ଏହାକୁ ସମସ୍ତେ ଦୁର୍ଘ-ଟଣା ଭାବିଥିଲେ କିନ୍ତୁ ଏହା ଏକ ହ-ତ୍ୟା ବୋଲି ପୋଲିସ ନିଜେ ଏହାର ଖୁଲାସା କରିଛି।
ଅନ୍ୟପଟେ ଶ୍ରୀତିକା ଚକ୍ରବର୍ତ୍ତୀଙ୍କ ଆଉ ଏକ ଝିଅ ଥିବା ଜଣା ପଡ଼ିଛି। ପ୍ରଥମେ ବାପା ମ-ରି ଯାଇଥିଲେ। ବର୍ତ୍ତମାନ ମାଆ ଓ ଭଉଣୀ ତାଙ୍କୁ ଏକୁଟିଆ ଛାଡି ଚାଲି ଯାଇଛନ୍ତି। ତେବେ ତାଙ୍କ ସହ ଯାହା ଘ-ଟିଲା ତାହା ଠିକ କି ଭୁଲ ସେ ଜାଣି ପାରୁ ନାହାଁନ୍ତି। ସେ ମଧ୍ୟ ମା ଓ ଭଉଣୀ ସହ ଯିବା ପାଇଁ ବାହାରି ଥିଲେ। କିନ୍ତୁ ତାଙ୍କୁ ଘରେ ଛାଡ଼ି ଦେଇ ଯାଇଥିଲେ ଯେ ଆଉ ଫେରିଲେ ନାହିଁ। ମା ଓ ଭଉଣୀକୁ ମନେ ପକେଇ ବର୍ତ୍ତମାନ କା-ନ୍ଦୁଛନ୍ତି।