କେଉଁ ବାରରେ ଜନ୍ମହେଲେ କଣ ସବୁ ଲକ୍ଷଣ ଏବଂ ସ୍ୱଭାବ ଥାଏ? ଜାଣନ୍ତୁ ସମ୍ପୂର୍ଣ ବିଭାବରେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସୁନ୍ଦର ବିଷୟବସ୍ତୁ ନେଇ ଆସିଛୁ। ବିଷୟଟି ହେଉଛି କେଉଁ ବାରରେ ଜନ୍ମହେଲେ କଣ ସବୁ ଲକ୍ଷଣ ଏବଂ ସ୍ୱଭାବ ଥାଏ। ତେବେ ଆସନ୍ତୁ ଜାଣିବା।

ରବିବାର:

ଏହି ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ତେଜବନ୍ତ, ବୁଦ୍ଧିବନ୍ତ, ବିଚକ୍ଷଣ, ଚତୁରବନ୍ତ,ଧାର୍ମିକ, ଅତ୍ୟନ୍ତ ଜିଦଖୋର, ଅଂହଗୁଣ ସୋମ୍ପର୍ଣ, ଅସ୍ଥିର, ଚଞ୍ଚଳମତି, ଯେକୌଣସି କାର୍ଯ୍ୟରେ ଲାଗିଥାନ୍ତି ସେ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ କଦାପି ଛାଡ଼ନ୍ତି ନାହିଁ। ଏହି ପୁରୁଷମାନେ ରାଜସିକ ଗୁଣରେ ପ୍ରବୀଣ ଅଟନ୍ତି। ଏହି ବ୍ୟକ୍ତି ମାନେ ସତ୍ୟ କହିବାକୁ କେବେ ପୋଛାନ୍ତି ନାହିଁ। କିନ୍ତୁ ଭାଙ୍ଗି ପଡିବେ ଅଥଚ ଓହରି ପଡିବେ ନାହିଁ ଓ ସ୍ତ୍ରୀ ମାନେ ଅସ୍ଥିରମତି ଏବଂ ବିଚକ୍ଷଣ ଅଟନ୍ତି।

ସୋମବାର:

ଏହି ବାରରେ ଯେଉଁମାନେ ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ଧର୍ଯ୍ୟବନ୍ତ, ସ୍ଥିରମତା, ବହୁଗୁଣ ବିଶିଷ୍ଟ ବିଚାର ସିଳ, ନ୍ୟାୟ ବନ୍ତ,ବୁଦ୍ଧି ବିଦ୍ୟାରେ ବିଚକ୍ଷଣ, ଶାସ୍ତ୍ର ପ୍ରିୟ, କଳା ବିଦ୍ୟା ପ୍ରେମୀକ, ବହୁମୁଖୀ ପ୍ରତିଭାର ଅଧିକାରୀ, ଚନ୍ଦ୍ରତୁଲ୍ୟ ସୌନ୍ଦର୍ଯ୍ୟ, ସୁନ୍ଦର, ନିୟମର ବସବତୀ, ବହୁ ସୁଖ ଭୋଗକାରୀ, କାହାରି ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ ଏବଂ ତାଙ୍କର ଜୀବନ କାଳରେ ଅନେକ ଦେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସେ। କିନ୍ତୁ ମୁଣ୍ଡ ଘୁରିଥାଏ ଅଥଚ କାର୍ଯ୍ୟ ପୁରଣ ହୋଇଥାଏ।

ମଙ୍ଗଳ ବାର:

ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ଅଧାପାନ୍ତରିଆ ରହିଥାନ୍ତି। କିନ୍ତୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ପୁରଣ ହୋଇଥାଏ। ଶତୃ ବାଦି, ଅତ୍ୟନ୍ତ ଜିଦଖୋର, ଧର୍ମକୁ ବିଶ୍ୱାସ କରନ୍ତି ଅଥଚ ଧାର୍ମିକ ହୋଇ ପାରନ୍ତି ନାହିଁ। କିନ୍ତୁ ବେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସିଥାନ୍ତି। ସେଥିପାଇଁ ବେୟ କରିବାକୁ ରାସ୍ତା ମଧ୍ୟ ଖୋଜୁଥାଏ। ତଥାପି ଗୁଣବାନ, ଲୋକପ୍ରିୟ, କଳା ବିଦ୍ୟା ପ୍ରେମିକ, ଶେଷକୁ ସୁନାମୀ, ଧନ୍ୟ ହୁଅନ୍ତି। ଏହି ପରି ସ୍ତ୍ରୀ ଲୋକ ଅସ୍ଥିରା ଏବଂ କ୍ଳେସୀ ହୋଇଥାନ୍ତି।

ବୁଧବାର:

ଏହି ବାରଟି ଭଗବାନ ବିଷ୍ଣୁଙ୍କର ବାର ଅଟେ। ଯେଉଁ ବ୍ୟକ୍ତି ବୁଧବାର ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ଅତ୍ୟନ୍ତ ବୁଦ୍ଧିମନ୍ତ, କୌଶଳି ଏବଂ କମ୍ପୁଟର ଭୋଳି ଏମାନଙ୍କର ମୁଣ୍ଡ କାମ କରିଥାଏ। ପରହିତକାରୀ, ଶତୃବସକାରୀ, ବହୁମୁଖୀ, ସୁନାମୀ ଏବଂ ଧନ୍ୟ ହୁଅନ୍ତି। ଦାନ ଧର୍ମରେ ଉତ୍ସାହ, ଏବଂ କୌଣସି ବି ପରିସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହିଁ। ଧର୍ମ କାର୍ଯ୍ୟରେ ଉପଯୋଗୀ କୌଣସିବି ବେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଧର୍ଯ୍ୟହରା ହୁଅନ୍ତି ନାହିଁ। ଏହି ଦିବସରେ ଜନ୍ମ ଗ୍ରହଣ କରିଥିବା ସ୍ତ୍ରୀ ମାନେ ବୁଦ୍ଧିମତି, ଧନ ବତୀ ହୋଇଥାନ୍ତି।

ଗୁରୁବାର:

ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ସବୁଠାରେ ଗୁରୁମାନ୍ୟ ସମ୍ମାନ ପାଇଥାନ୍ତି। ତଥା ରାଜ ସମ୍ମାନ ଏବଂ ପ୍ରଶଂସା ଭାଜନ ହୁଅନ୍ତି। ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି। ବୁଦ୍ଧି ଏବଂ ଜ୍ଞାନରେ ଶ୍ରେଷ୍ଠ ହୁଅନ୍ତି। ଗଭୀର ଶାନ୍ତ ସିଳ ଏବଂ ଧାର୍ମିକ ହୋଇଥାନ୍ତି। ଏହି ବ୍ୟକ୍ତି ସର୍ବଦା ଜାଜ୍ଳିକ ପରିସ୍ଥିତିର ସମ୍ମୁଖିନ ହେଲେ ମଧ୍ୟ ଅଳିଆ ମଧ୍ୟରେ ଥାଇ ମଧ୍ଯ ନିଜର ଆତ୍ମାକୁ ନିର୍ମଳ କରି ରଖିଥାନ୍ତି। ବେୟ ଯୁକ୍ତ କାର୍ଯ୍ୟ କରିଥାନ୍ତି। ନିଜର ବୁଦ୍ଧିରେ ପରିଚାଳିତ ହୁଅନ୍ତି। ଏବଂ କାହାରବି ମନ୍ଦରେ ନଥାନ୍ତି। ଏହି ଦିବସରେ ଜାତ ସ୍ତ୍ରୀ ଲୋକମାନେ ଅତ୍ୟନ୍ତ ସୁଖୀନି ଅଟନ୍ତି। ଅର୍ଥାତ ଏହି ଦିନ ଯେଉଁବି ସ୍ତ୍ରୀ ମାନଙ୍କର ଜନ୍ମ ହୋଇଥାଏ ସେମାନେ ତାଙ୍କ ଜୀବନରେ ବହୁତ ହିଁ ସୁଖୀ ରହିଥାନ୍ତି।

ଶୁକ୍ରବାର:

ଏହି ବାରରେ ଯେଉଁବି ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ସୁକ୍ରାଚାର୍ଯ୍ୟ ଭୋଳି କାର୍ଯ୍ୟ କରିଥାନ୍ତି। ବହୁ ଗୁଣରେ ବିଶିଷ୍ଠ ଅଟନ୍ତି। ଜେତେବି ବେୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରୁ ଆସି ଯାଉନା କାହିଁକି ତଥାପି ସେମାନେ ଧର୍ଯ୍ୟର ସହିତ କାର୍ଯ୍ୟକୁ ତୁଲାଇ ନିଅନ୍ତି। କଳା ବିଦ୍ୟାରେ ଅତ୍ୟନ୍ତ ପ୍ରେମିକା ଅଟନ୍ତି। ଏକ ଗୁଣ ବେୟ କଲେ ମଧ୍ୟ ଦଶଗୁଣା କାର୍ଯ୍ୟ ହାସଲ କରିଥାନ୍ତି। ସେଥି ପାଇଁ ଆଧ୍ୟା ଆଧ୍ୟତ୍ମିକ ଶକ୍ତି ବଳରେ ଭାସିଲା ପଥର ଏବଂ ବୁଡିଲା ସୁଲ ଏହିପରି କାର୍ଯ୍ୟକ୍ରମ ଦେଖାନ୍ତି। ଅତ୍ୟନ୍ତ ଚତୁରବନ୍ତ, ବହୁମୁଖୀ ଏବଂ ଲୋକପ୍ରିୟ ଅଟନ୍ତି। ଏହି ବ୍ୟକ୍ତିମାନେ ଭାରିକୁ ଭାରି ଟାଣିଲା ଭୋଳି ଶକ୍ତି ପ୍ରୟୋଗ କରନ୍ତି। କାହାରି ମନରେ ଦୁଃଖ ନଦେଇ ଆପଣା ଦୁଃଖକୁ ସୁଖ ଭୋଳି ମାନନ୍ତି।ଏହି ଦିବସ ଜାତ ସ୍ତ୍ରୀ ମାନେ ବୁଦ୍ଧି ବିଦ୍ୟାର ବିଚକ୍ଷଣ ଅଟନ୍ତି।

ଶନିବାର:

ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଅସ୍ଥିର, କାମଅଭିଳାସି, ଶତୃବାଦି, ଅତ୍ୟନ୍ତ ଜିଦଖୋର ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୁଅନ୍ତି। ଏହି ବ୍ୟକ୍ତିମାନେ ସର୍ବଦା ବିଚଳିତ ଅବସ୍ଥାରେ ଥାନ୍ତି।ଅଂହ ଗୁଣ ବିରୋଧୀ ଏବଂ ନ୍ୟାୟରେ ପଶ୍ଚାତପଦ ହୁଅନ୍ତି ନାହିଁ। ଏହି ଦିବସ ଜାତ ସ୍ତ୍ରୀ ଅତ୍ୟନ୍ତ ଜିଦଖୋର ସ୍ୱଭାବର ହୋଇଥାନ୍ତି। ଉଦାହରଣ ସ୍ୱରୂପ:ଶନିସ୍ଚର ଶନିବାରରେ ଜନ୍ମ ଗ୍ରହଣ କରିଥିଲେ। ଏକତା ବୃ ବହସ୍ପୋତିଙ୍କୁ ପ୍ରାଣ ଦଣ୍ଡରେ ଦଣ୍ଡିତ କରିଥିଲେ।

ଏକତା ଶନି କହିଲେ ମୁଁ ଯେଉଁ କ୍ଷମତାରେ ଅଛି ଗୁରୁ ବ୍ରାହ୍ମଣ ହୋଇଥିଲେ ମଧ୍ୟ ତାଙ୍କୁ ଛାଡ଼ିବି ନାହିଁ। ମୋର ଯିଏକି ପିତା ସୂର୍ଯ୍ୟଦେବ ଏବଂ ମାତା ଛାୟା ଦେବୀ ସେମାନଙ୍କ ଉପରେ ପ୍ରଭାବ ପକାଇଛି। ମୁଁ ଯେତିକି ଭଲ ସେତିକି ମନ୍ଦ ମଧ୍ୟ ହୋଇଥାଏ। ସେହିପରି ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସ୍ୱୟଂ ଶନିଙ୍କ ପରି ଯାହାଙ୍କୁ ଭଲ ପାଉଥିବେ ନିଶ୍ଚୟ ସଫଳ କରିବେ। କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟାୟ କରିଥାନ୍ତି ଶାସ୍ତି ମଧ୍ୟ ଅବଶ୍ୟ ଦିଅନ୍ତି। ସେ କାହାରି ବସରେ ବଶୀଭୂତ ହୁଅନ୍ତି ନାହିଁ। କେବଳ ଶନିଙ୍କର ଇଷ୍ଟଦେବୀ ମହାକାଳୀ ତାଙ୍କୁ ସୁକ୍ତ ମନ୍ତ୍ରରେ ଧ୍ୟାନ କଲେ ତାଙ୍କର ଭାଗ୍ୟ ଉଦୟ ହୋଇଥାଏ।

Leave a Reply

Your email address will not be published. Required fields are marked *