ଶୁସାନ୍ତ ସିଂହ ରାଜପୁତ ୧୪ ଜୁନ ରବିବାର ଦିନ ତାଙ୍କର ମୁମ୍ବାଇ ସ୍ଥିତ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ୩୪ ବର୍ଷୀୟ ସୁଶାନ୍ତଙ୍କ ଆତ୍ମହତ୍ୟା ବିଷୟରେ ଏବେ କୌଣସି ସତ୍ୟତା ସ୍ପଷ୍ଟ ହୋଇନାହିଁ । ଜୁନ ୮ ରେ ମଧ୍ୟ ତାଙ୍କର ମ୍ୟାନେଜର ଦିଶା ସେଲିୟନ ମଧ୍ୟ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତ ସିଂହ ରାଜପୁତ ମହେନ୍ଦ୍ର ସିଂହ ଧୋନି ଙ୍କର ବାୟୋପିକ ” ଦ ଅନଟୋଲଡ ଷ୍ଟୋରି ” ସମେତ ବହୁତ ଫିଲ୍ମରେ କାମ କରିଛନ୍ତି । କରୋନା ଲକଡାଉନ ମଧରେ ବହୁତ ବଲିଉଡ ତାରକା ଦୁନିଆ ଛାଡିଗଲେ । ଏଥିରେ ଋଷି କାପୁରଙ୍କ ଠାରୁ ଆରମ୍ଭ କରି ଇରଫାନ ଖାନ ପର୍ଯ୍ୟନ୍ତ ତାରକା ସାମିଲ ଅଛନ୍ତି । ଆଜିର ଲେଖାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହିପରି କେତେ ଜଣ ତାରକା ଙ୍କ ବିଷୟରେ ।
ସୁଶାନ୍ତ ନିଜର ଶେଷ ସୋସିଆଲ ମିଡିଆ ପୋଷ୍ଟ ରେ ତାଙ୍କ ମା’ ଙ୍କୁ ସ୍ମରଣ କରି ଜୀବନକୁ କ୍ଷଣଭଙ୍ଗୁର କହିଥିଲେ ।
ଏହି ଲକଡାଉନ ମଧ୍ୟରେ ଋଷି କପୁର ଙ୍କର ଏପ୍ରିଲ ୩୦ ରେ ମୃତ୍ୟୁ ହୋଇଯାଇଥିଲା । ସେ ୬୭ ବର୍ଷର ଥିଲେ । ଋଷି ଲ୍ୟୁକେମିଆ ସହିତ ଲଢୁଥିଲେ । ତାଙ୍କର ଅନ୍ତିମ ସଂସ୍କାରରେ ଲକଡାଉନ ପାଇଁ ମାତ୍ର ୨୦ ଜଣ ସାମିଲ ହୋଇଥଲେ ।
ଏପ୍ରିଲ ୨୯ ରେ ଇରଫାନ ଖାନଙ୍କର ମୃତ୍ୟୁ ହୋଇଯାଇଥିଲା । ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ । ତାଙ୍କୁ ପାଖାପାଖି ଗୋଟିଏ ସପ୍ତାହ ପୂର୍ବରୁ କୋଲନ ଇନଫେକ୍ସନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଇରଫାନଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ କ୍ୟାନ୍ସର ଥିଲା । ଏବଂ ସେ ଲଣ୍ଡନରେ ଏହାର ଚିକିତ୍ସା ମଧ୍ୟ କରାଇ ଥିଲେ ।
ବୋଲିଉଡ଼ ର ଲୋକପ୍ରିୟ ସଙ୍ଗୀତକାର ଯୋଡି ସାଜିଦ – ବାଜିଦ ଙ୍କ ମଧରୁ ବାଜିଦ ଖାନଙ୍କର ୪୨ବର୍ଷ ବୟସରେ ଜୁନ ୧ ତାରିଖରେ ମୃତ୍ୟୁ ଘଟିଥିଲା । ସେ ବହୁତ ସମୟରୁ କିଡନୀର ସମସ୍ୟା ସହିତ ଲଢୁଥିଲେ ଏବଂ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିଲେ । ରବିବାର ରାତିରେ ତାଙ୍କର ଅବସ୍ଥା ହଠାତ ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟର ସାହାରା ରେ ରଖାଯାଇଥିଲା କିନ୍ତୁ ସେ ବଞ୍ଚି ପାରିନଥିଲେ ।
ଋଷି ଓ ଇରଫାନ ଙ୍କ ପରେ ‘ପିକେ’ ଓ ‘ରକଅନ’ ରେ ବୋଲିଉଡ଼ ଦୁନିଆରେ ପରିଚିତ ହୋଇଥିବା ସାଇ ଗୁଣ୍ଡେବର ଙ୍କର ୪୨ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ସାଇ ବହୁତ ଦିନରୁ ମସ୍ତିଷ୍କର କର୍କଟ ରେ ପୀଡିତ ଥିଲେ ଏବଂ ସେ ୧୦ ମଇ ରେ ପ୍ରାଣ ତ୍ୟାଗ କରିଥିଲେ । ସାଇ ଗୁଣ୍ଡେବର ଏମଟିବି ସ୍ପିଟ୍ସଭିଲ୍ଲା ରୁ ଖୁବ ନାମ କମାଇଥିଲେ ।
୨୩ ମାର୍ଚ୍ଚ ରେ ସଲମାନ ଖାନଙ୍କ ଫିଲ୍ମ ରେଡ୍ଡି ରେ କାମ କରିଥିବା ଅଭିନେତା ମୋହିତ ବର୍ଘଲ ମହଜ ୨୭ ବର୍ଷ ବୟସରେ ଦୁନିଆ ଛାଡି ଚାଲିଯାଇଥିଲେ । ଏତେ କମ ବୟସରୁ ମୋହିତ କର୍କଟ ଭଳି ରୋଗ ସାହିତ ଲଢ଼ୁଥିଲେ । ମୋହିତ ଙ୍କ ମୃତ୍ୟୁ ରେ ଉଭୟ ବୋଲିଉଡ଼ ଏବଂ ଟିଭି ଇଣ୍ଡଷ୍ଟ୍ରିର ଲୋକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ରାମାନନ୍ଦ ସାଗରଙ୍କର ରାମାୟଣରେ ସୁଗ୍ରୀବଙ୍କ ଅଭିନୟ କରୁଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନି ଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଏପ୍ରିଲ ୬ ରେ ପଞ୍ଚକୁଳ ପାଖରେ କାଲକା ଠାରେ ହୋଇଥିଲା । ପରିବାରଵର୍ଗଙ୍କ କହିବା ଅନୁସାରେ ସେ ବହୁତ ସମୟରୁ କର୍କଟ ରୋଗ ସହିତ ଲଢୁଥିଲେ । ଅରୁଣ ଗୋଭିଲ ତାଙ୍କ ମୃତ୍ୟୁ ପରେ ଟ୍ୱିଟର ରେ ଲେଖିଲେ ଶ୍ୟାମ ସୁନ୍ଦରଙ୍କ ମୃତ୍ୟୁକୁ ନେଇ ମୁଁ ଖୁବ ଦୁଃଖିତ । ସେ ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ।

ରାଜ କପୁରଙ୍କ ଫିଲ୍ମ ‘ବର୍ଷାତ’ ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ନିମ୍ମିଙ୍କର ୨୬ ମାର୍ଚ୍ଚ ମୁମ୍ବାଇ ରେ ମୃତ୍ୟୁ ହୋଇଥିଲା । ସେ ଗତ କେତେ ମାସ ହେବ ଅସୁସ୍ଥ ଥିଲେ । ସେ ୮୮ ବର୍ଷ ବୟସରେ ମୃତ୍ୟୁ ବରଣ କଲେ । ନିମ୍ମି ପାଖାପାଖି ୧୬ ବର୍ଷ ପର୍ଯ୍ୟନ୍ତ ଫିଲ୍ମରେ କାମ କରିଛନ୍ତି । ସେ ୧୯୪୯ ରୁ ୧୯୬୫ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରି ରେ ଏକ୍ଟିଭ ଥିଲେ । ତାଙ୍କର ଅସଲ ନାମ ‘ ନବାଵ ବାନ୍ନ’ ଥିଲା ।
ରେଖା ଏବଂ ରାକେଶ ରୋସନ ଙ୍କ ସହିତ ଫିଲ୍ମ ‘ଖୁବସୁରତ’ ରେ କାମ କରିଥିବା ଅଭିନେତା ରଞ୍ଜିତ ଚୌଧୁରୀ ଙ୍କର ୬୫ବର୍ଷ ବୟସରେ ଏପ୍ରିଲ ୧୫ ରେ ମୃତ୍ୟୁ ହୋଇଥିଲା । ସେ ଜଣେ ଭଲ ଅଭିନେତା ହେବା ସହିତ ଜଣେ ଭଲ ଲେଖକ ଓ ନିର୍ଦେଶକ ମଧ୍ୟ ଥିଲେ । ଋଷିକେଶ ମୁଖାର୍ଜୀ ଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମରେ ସେ ରେଖାଙ୍କ ସହିତ କାମ କରିଥିଲେ । ଏହି ଫିଲ୍ମରେ ସେ ଜଗନ ର ଭୂମିକାରେ ଅଭିନୟ କରିଥିଲେ ।
୨୯ ମଇ ରେ ବିଖ୍ୟାତ ଜ୍ୟୋତିଷ ବେଯାନ ଦାରୁବାଲା ଙ୍କର ମୃତ୍ୟୁ ହୋଇଥିଲା । ସେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କଲେ । କରୋନା ଯୋଗୁଁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଅହଂମ୍ମଦାବାଦ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇଥିଲା । ବେଜାନ ଦାରୁବାଲା ଙ୍କର ବହୁତ ଭବିଷ୍ୟ ବାଣୀ ସତ ହୋଇଛି ।
୨୯ ମଇ ରେ ଅମିତାଭ ଓ ରାଜେଶ ଖାନ୍ନାଙ୍କ ଲୋକପ୍ରିୟ ଫିଲ୍ମ ‘ଆନନ୍ଦ’ ର ସଙ୍ଗୀତ ‘ କହିଁ ଦୂର ଜବ ଦିନ ଢଲଯାଏ ‘ ଗୀତ ର ଗାୟକ ଯୋଗେଶ ଙ୍କର ଶୁକ୍ରବାର ଦିନ ମୃତ୍ୟୁ ହୋଇଗଲା । ସେ ୭୭ ବର୍ଷର ଥିଲେ। ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେସ୍କର ତାଙ୍କ ମୃତ୍ୟୁର ଖବର ସୋସିଆଲ ମିଡିଆରେ ଦେଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଯୋଗେଶ ଗୌର ଙ୍କୁ ଗୀତିକାର ରୂପରେ ପ୍ରଥମ ବ୍ରେକ ଫିଲ୍ମ ସଖୀ ରବିନ ରେ ମଲିଥିଲା ସେ ସେହି ଫିଲ୍ମର ୬ ଟି ଗୀତ ଲେଖିଥିଲେ । ଯୋଗେଶ ଛୋଟିସି ବାତ (୧୯୭୬),ବାତୋ ବାତୋ ମେ ( ୧୯୭୬) ,ମଞ୍ଜିଲ ( ୧୯୭୯) ,ପ୍ରିୟତମା (୧୯୭୭) ଭଳି ଫିଲ୍ମ ପାଇଁ ସଙ୍ଗୀତ ଲେଖିଥିଲେ।
ସଙ୍ଗୀତ ନିର୍ଦେଶକ ପ୍ରୀତମଙ୍କ ପିତାଙ୍କର ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଗଲା । ଏହା ସଙ୍ଗୀତକାର କୈଳାଶ ଖେର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ପ୍ରୀତମଙ୍କ ସହିତ ଏକ ଫଟୋ ଏୟାର କରି ସେହି ଫଟୋ ସମ୍ବନ୍ଧରେ ଲେଖିଥିଲେ । ମୋର ବନ୍ଧୁ ପ୍ରୀତମଙ୍କର ପିତା ତିରୋଧାନ ତ୍ୟାଗ କରିଛନ୍ତି ଭଗବାନ ତାଙ୍କୁ ସଦଗତି ଦିଅନ୍ତୁ ।
୨୫ ଏପ୍ରିଲରେ ମାଲୟଲୀ ଅଭିନେତା ରବି ବାଳଠାକରେ ୬୭ ବର୍ଷରେ ଦୁନିଆ ଛାଡି ଚାଲିଯାଇଛନ୍ତି । କୁହାଯାଉଛି ଯେ ତାଙ୍କୁ ସ୍ମରଣ ଶକ୍ତି ସମ୍ବନ୍ଧୀୟ ସମସ୍ୟା ଥିଲା ଏବଂ ଦୀର୍ଘସମୟ ଧରି ସେ ଏହି ରୋଗ କାରଣରୁ ଥିରୁଅନନ୍ତପୁରମ ର ଏକ ପ୍ରାଇଭେଟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଅଭିନେତା ଜଣକ ଶନିବାର ଅପ୍ରେଲ ୨୫ , ୨୦୨୦ ରେ ନିଜର ବାଜୂଠାକାଡୁ ସ୍ଥିତ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ମଇ ୧୫ ରେ କୋୟଂବଟୁର ପାଖରେ ମେଟ୍ଟୁଲାୟମ ରେ ହୋଇଥିବା ଏକ ସଡ଼କ ଦୁର୍ଘଟଣା ରେ ଡେବ୍ୟୁ ନିର୍ଦେଶକ ଅରୁଣ ଙ୍କ ନିଧନ ହୋଇଯାଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ରେ ତାଙ୍କୁ ବେଙ୍କଟ ପ୍ରକ୍କଟ ନାମରେ ସମସ୍ତେ ଜାଣିଥିଲେ । ଅରୁଣ ପ୍ରସିଦ୍ଧ ନିର୍ଦେଶକ ଶଙ୍କର ଙ୍କ ସହିତ ଫିଲ୍ମ ମାନଙ୍କରେ ସହଚର ଭାବରେ କାମ କରିଛନ୍ତି । ଅରୁଣ ଙ୍କର ଅସାମୟିକ ନିଧନ ଦ୍ଵାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦୁଃଖ ର ଲହରୀ ଖେଳି ଯାଇଛି ।
ବନ୍ଧୁଗଣ ଏମିତି ନୂଆ ନୂଆ ପୋଷ୍ଟ ପଢିବାକୁ ଆମ ସହ ଯୋଡି ହେଇ ରହିବାକୁ ତଳେ ଗୋଟେ ଲାଇକ କରିଦିଅନ୍ତୁ ଏବଂ ପ୍ରିୟଜନଙ୍କ ସହିତ ଶେୟାର କରିବାକୁ ଭୁଲିବେନି ।