ଦକ୍ଷିଣ ଗୁଜୁରାଟର ସହର ବାରଡୋଲୀରେ ଲିଭ ଇନ ରିଲେଶନଶୀପରେ ରହୁଥିବା ଗର୍ଭବତୀ ଝିଅର ହତ୍ୟା କରିଦିଆ ଯାଇଛି | ଏହାପରେ ମୃତଦେହକୁ ୨୨ କିଲୋମିଟର ଦୂର ତାଙ୍କରି ହିଁ ପିତାଙ୍କର କ୍ଷେତରେ ପୋତି ଦିଆଯାଇଛି | ସେ ୧୪ ନଭେମ୍ବରରୁ ଘରୁ ବାହାରି କେଉଁଆଡେ ଚାଲିଯାଇଥିଲେ | ପରିବାର ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଦେଇଥିଲା | ପୋଲିସ ପଚରାଉଚରା ପାଇଁ ଝିଅଟିର ପାର୍ଟନରଙ୍କୁ ଗିରଫ କରିଥିଲା, ଯାହାପରେ ଝିଅଟିର ମୃତ୍ୟୁର ରହସ୍ୟ ଖୋଲିଥିଲା |
ବାରଡୋଲୀର ବାବେନ କ୍ଷେତ୍ର ସ୍ଥିତ ଲକଝରିୟା ଆପାର୍ଟମେଣ୍ଟରେ ରହୁଥିବା ରଶ୍ମି କଟାରିୟା ଏଠାରେ ନିଜ ବୟଫ୍ରେଣ୍ଡ ଚିରାଗ ପଟେଲ ସହିତ ରହୁଥିଲେ | ସେ ଦୁଇଜଣ ଲିଭ ଇନ ସମ୍ପର୍କରେ ରହୁଥିଲେ | ବିବାହ ହୋଇ ନଥିଲା, କିନ୍ତୁ ରଶ୍ମୀ କଟାରିୟାଙ୍କର ତିନି ବର୍ଷର ଏକ ପିଲା ମଧ୍ୟ ଥିଲା | ୧୪ ନଭେମ୍ବର ଦିନ ରଶ୍ମୀ ନିଜ ପିତାଙ୍କ ଘରକୁ ଆସିଥିଲେ |
ରଶ୍ମୀ କଟାରିୟା ପିଲାକୁ ନିଜ ପିତାଙ୍କ ପାଖରେ ଛାଡିଥିଲେ ଏବଂ କିଛି ନକହି ସେଠାରୁ ଚାଲିଗଲେ | ଏହାପରେ ସେ ଘରକୁ ଫେରି ନଥିଲେ | ଘରଲୋକଙ୍କୁ ଏନେଇ ଚିନ୍ତା ହୋଇଥିଲା ଏବଂ ସେ ପୋଲିସରେ କେସ ଫାଇଲ କରାଇ ଦେଇଥିଲେ | ରଶ୍ମୀ ପାଞ୍ଚ ମାସର ଗର୍ଭବତୀ ଥିଲେ | କୁହାଯାଇଛି ଯେ ଚିରାଗଙ୍କ ପତ୍ନୀଙ୍କ ସହିତ ରଶ୍ମୀଙ୍କର ବିବାଦ ମଧ୍ୟ ହୋଇଯାଇଥିଲା | ଏହାପରେ ପୋଲିସ ଚିରାଗ ପଟେଲଙ୍କୁ ପଚରାଉଚରା ପାଇଁ ଗିରଫ କରି ନେଇଯାଇଥିଲେ |
ପୋଲିସ ପଚରାଉଚରା କରିବାରୁ ଚିରାଗ ପଟେଲ ସ୍ୱୀକାର କରିଥିଲେ ଯେ ସେ ରଶ୍ମୀଙ୍କର ହତ୍ୟା କରିଛନ୍ତି | ଚିରାଗ ପୋଲିସକୁ କହିଥିଲେ ଯେ ତାଙ୍କ ଦୁଇଜଣଙ୍କର ସମ୍ପର୍କ ବିଗିଡିଯାଇ ସାରିଥିଲା, ଯେଉଁ କାରଣରୁ ପ୍ରତ୍ୟେକ ଦିନ ଝଗଡା ହେଉଥିଲା | କୌଣସି କଥା ଉପରେ ଝଗଡା ସମୟରେ ରଶ୍ମୀଙ୍କର ତଣ୍ଟି ଚିପି ଚିରାଗ ତାଙ୍କର ହତ୍ୟା କରିଦେଇଥିଲେ | ଏହାପରେ ମୃତଦେହକୁ ଏକ କପଡ଼ାରେ ଗୁଡ଼ାଇ ନିଜର କାରରେ ରଖି ଦେଇଥିଲେ | କାହାରିକୁ ସନ୍ଦେହ ନହେଉ ଏଥିପାଇଁ ରଶ୍ମୀଙ୍କର ଶବକୁ ତାଙ୍କ ପିତାଙ୍କର କ୍ଷେତରେ ହିଁ ଜେସିବିରେ ଗାତ କରି ପୋତି ଦେଇଥିଲେ |
ସେହିପରି ପୋଲିସ ପଚରାଉଚରା ପରେ ଅଭିଯୁକ୍ତ ରଶ୍ମୀଙ୍କର ହତ୍ୟାର କଥା ସ୍ୱୀକାର କରି ନେଇଥିଲେ କିନ୍ତୁ ଏହି କଥା ଉପରୁ ରହସ୍ୟ ଏବେ ମଧ୍ୟ ରହିଛି ଯେ ଏହି ହତ୍ୟାକାଣ୍ଡରେ ତାଙ୍କ ସାଥିରେ ଆଉ କିଏ ଶାମିଲ ଥିଲେ | ପୋଲିସ ମୁତାବକ ଚିରାଗ ଏକାକୀ ଏହି ଘଟଣାକୁ ଘଟାଇ ପାରିବେ ନାହିଁ | ପୋଲିସ ଅନୁସାରେ ଏହି ହତ୍ୟାକାଣ୍ଡରେ ଆଉ କିଛି ଲୋକ ଶାମିଲ ରହିଛନ୍ତି ଯାହା ବିଷୟରେ ଜାଣିବା ପାଇଁ ପୋଲିସଙ୍କର ଅଭିଯୁକ୍ତ ଚିରାଗକୁ ପଚରାଉଚରା ଜାରି ରହିଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।