୧ ବର୍ଷ ପରେ ସାମ୍ନାକୁ ଆସିଲେ କିମ ଜୋଙ୍ଗଙ୍କ ପତ୍ନୀ। କେଉଁଠି ଥିଲେ? କ’ଣ କରୁଥିଲେ? କାହାକୁ ଜଣା ନାହିଁ

ଅନ୍ତଃରାଷ୍ଟ୍ରୀୟ ମିଡ଼ିଆରେ କିମ ଜୋଙ୍ଗଙ୍କ ପତ୍ନୀ ଅନୁପସ୍ଥିତ ଥିବାର ଖବର ଆସିଥିଲା। ତାଙ୍କ ପତ୍ନୀ ୧ ବର୍ଷ ପରେ ଉତ୍ତର କୋରିଆର ପୂର୍ବ ଶାସକ କିମ ଜୋଙ୍ଗ-୨ଙ୍କ ବାର୍ଥ ଆନିଭର୍ସାରିରେ ହେଉଥିବା ସଙ୍ଗୀତ ସମାରୋହରେ ନିଜ ପତିଙ୍କ ସହ ଲୋକଙ୍କ ସାମ୍ନାକୁ ଆସିଥିଲେ।

ତାଙ୍କର ଏହି ଲମ୍ବା ଅନୁପସ୍ଥିତିରେ ଲୋକମାନେ ଅନେକ ପ୍ରକାରର ଗୁଜବ ସୃଷ୍ଟି କରିଥିଲେ। ପରେ ସେ ପୁର୍ବ ଶାସକଙ୍କର ବାର୍ଥ ଡେ ରେ ହେଉଥିବା, ‘ ଡେ ଅଫ ସାଇନିଂ ଷ୍ଟାର ଇନ ନର୍ଥ କୋରିଆ’ ର ସମ୍ମିଳନୀରେ ସର୍ବସାଧାରଣକୁ ଆସିଥିଲେ।

କିମ ଜୋଙ୍ଗ ଓ ତାଙ୍କ ପତ୍ନୀ ରି ସୋଲ ଜୋଙ୍କର ସ୍ୱାଗତ ହେଲା:

ଉତ୍ତର କୋରିଆର ସମାଚାର ଏଜେନ୍ସି KCNA ନିଜ ରିପୋର୍ଟରେ ଲେଖିଥିଲେ ଯେ, କିମ ଜୋଙ୍ଗ ଓ ତାଙ୍କ ପତ୍ନୀ ଯେତେବେଳେ କିମ ଜୋଙ୍ଗ-୨ଙ୍କ ପାର୍ଟିକୁ ଆସିଥିଲେ, ସେତେବେଳେ ତାଙ୍କର ସ୍ୱାଗତ ଲୋକମାନେ ଘଡ଼ଘଡ଼ି ରୂପର ତାଳି ମାରିବା ସହ ହୁର୍ରେ-ହୁର୍ରେ କହି ଚିଲାଉଥିଲେ। ଏବଂ ତାଙ୍କ ପାଇଁ ଏକ ସୁନ୍ଦର ଗୀତ ” ପିପୁଲ ଆର ଅଫ ଏ ସିଙ୍ଗଲ ମାଇଣ୍ଡ ” ଗାଇ ସ୍ୱାଗତ କରିଥିଲେ।

ରି ସୋଲ ଜୋଙ୍କ ଫୋଟୋ ଖବର କାଗଜରେ:

ଯେତେବେଳେ ରି ସୋଲ ଜୋ ୧ବର୍ଷ ପରେ ସର୍ବସାଧାରଣ ହେଲେ, ସେତେବେଳେ ତାଙ୍କର ଏହି ଖବର ଏକ ବଡ଼ ଖବର କାଗଜ Rodong Sinmun ରେ ଛପାଯାଇଥିଲା। ଏହାସହ ଏକ ବଡ଼ ଫୋଟୋରେ ରି ସୋଲ ଜୋ ଏବଂ ତାଙ୍କ ପତିଙ୍କ ସହ ଥିବାର ଲଗାଯାଇଥିଲା।

ଜାନୁଆରିରେ ରି ସୋଲ ଜୋଙ୍କ ବିଷୟରେ ଗୁଜବ:

ରି ସୋଲ ଜୋ ନାହିଁ କୁଆଡ଼େ ଯାଇଥିଲେ, ନାହିଁ ତାଙ୍କୁ କରୋନା ସଂକ୍ରମଣରେ ଆଇସୋଲେସନ କରାଯାଇଥିଲା, ନାହିଁ ସେ ତାଙ୍କ ପତିଙ୍କ ସହ କୌଣସି କାମରେ ସାମିଲ ଥିଲେ, ନାହିଁ ସେ ବିଦେଶ ଯାତ୍ରା କରିଥିଲେ। କିନ୍ତୁ କୁଆଡ଼େ ଯାଇଥିଲେ କେହି ବି ଜାଣି ନାହାନ୍ତି। ତେଣୁ ଲୋକମାନେ ତାଙ୍କର ଗୁଜବ ଆରମ୍ଭ କରିଦେଇଥିଲେ।

ରି ସୋଲ ଜୋଙ୍କ ପ୍ରଥମ ଖବର:

KCNAଙ୍କ ଦ୍ଵାରା ରି ସୋଲ ଜୋଙ୍କ ପ୍ରଥମ ଖବର ୨୦୧୨ ମସିହାରେ ଆସିଥିଲା। ଏହି ଖବର ତାଙ୍କ ପତି କିମ ଜୋଙ୍ଗ ଶାସକ ହେବାର ୬ମାସ ପରେ ଆସିଥିଲା। ରି ସୋଲ ଜୋଙ୍କ ଖବର ପ୍ରାୟ ୨୦୦ରୁ ଅଧିକ ଥର ଛପା ଯାଇ ସାରିଛି।

ରି ସୋଲ ଜୋଙ୍କ ଗାୟବ କଥା କେହି ଜାଣିନାହାନ୍ତି:

ରି ସୋଲ ଜୋଙ୍କ ପତି ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ୧ବର୍ଷ ଭିତରେ କେବେହେଲେ ନିଜର ପତ୍ନୀ କଥା କହିନଥିଲେ ଯେ, ସେ କୁଆଡ଼େ ଯାଇଛନ୍ତି। KCNA ମଧ୍ୟ ଏହି ବିଷୟରେ କିଛି ଛାପି ନଥିଲେ।

ଜଣେ ରାଜନୀତି ବିଶ୍ଲେଷକଙ୍କ ମତ:

ସ୍ୱତନ୍ତ୍ର ରାଜନୀତିକ ବିଶ୍ଲେଷକ ରୈଶେଲ ମିନିୟଙ୍ଗ ଲି କହିଥିଲେ ଯେ,” ସେ ବୋଧେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ନିଜକୁ ଚିକିତ୍ସା କରୁଥିଲେ। ଏବଂ ସେ ଫେରିବାରୁ ଏହା ଜଣା ଯାଉଛି ଯେ, କିମ ଜୋଙ୍ଗଙ୍କ ଦ୍ୱାରା ଆଦେଶ ଦିଆଯାଇଥିବା କ୍ୱାରେନ୍ଟାଇନକୁ ଉତ୍ତମ ଭାବେ ପାଳନ କରୁଥିଲେ। ଏହି ଶକ୍ତ ଉଦାହରଣ ଲୋକମାନଙ୍କ ପାଇଁ ଉତ୍ତମ ହେବ।

ଫାଇଜରର ଭ୍ୟାକ୍ସିନ ଲୁଚାଇବା:

ଦକ୍ଷିଣ କୋରିଆର ଗୁପ୍ତଚରଙ୍କ ଦ୍ୱାରା ଜଣାପଡ଼ିଛି ଯେ, ରି ସୋଲ ଜୋ ନିଜ ପିଲାଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ଲୁଚିରହିଥିଲେ ନିଜ ଘରେ। ସେ ନିଜର ପିଲାଙ୍କୁ ସମ୍ଭାଳୁଥିବାରୁ ସର୍ବସାଧାରଣ ହୋଇପାରିନଥିଲେ। ଗୁପ୍ତଚର ଆହୁରି ମଧ୍ୟ କହିଥିଲେ ଯେ,” ଫାଇଜର ଭ୍ୟାକ୍ସିନ ବିଷୟରେ ଉତ୍ତର କୋରିଆ ସବୁ ତଥ୍ୟ ଲୁଚାଇ ରଖିଛି। ତେଣୁ ସେଠାରେ କୌଣସି କରୋନା ସଂକ୍ରମଣର ଲୋକ ଦେଖାଯାଉ ନାହାନ୍ତି।

Leave a Reply

Your email address will not be published. Required fields are marked *