ବଲିଉଡର ନୂଆ କଳାକାର କିୟାରା ଆଡବାଣୀ ହୁଅନ୍ତୁ କିମ୍ବା ନୋରା ଫତେହୀ କିମ୍ବା ହିନ୍ଦୀ ସିନେମାରେ ନିଜର ବଡ଼ ନାମ କରି ସାରିଥିବା ଦୀପିକା ପାଦୁକୋଣ ହୁଅନ୍ତୁ କିମ୍ବା କରୀନା କପୂର ଖାନ। ପ୍ରତ୍ୟେକ ଅଭିନେତ୍ରୀ ନିଜ ଲୁକ ମାଧ୍ୟମରେ ଫ୍ୟାନ୍ସମାନଙ୍କ ହୃଦୟ ଧଡକାଇ ଦେଇଥାନ୍ତି ଏବଂ ଏମାନଙ୍କ ସହିତ ଯୋଡି ହୋଇଥିବା ପ୍ରତ୍ୟେକ ଜିନିଷ ମଧ୍ୟ ବହୁତ ଖାସ ଏବଂ ଆକର୍ଷକ ହୋଇଥାଏ। ଏହି ଅଭିନେତ୍ରୀମାନେ ଯେତେବେଳେ ଘରୁ ବାହାରକୁ ବାହାରିଥାନ୍ତି ତ ବୋଧହୁଏ ତାଙ୍କ ସହିତ ଦାମୀ ବ୍ୟାଗ ନଜର ଆସିଥାଏ। ଆସନ୍ତୁ ଆଜି ଆମେ ଅଭିନେତ୍ରୀ ମାନଙ୍କର ସୁନ୍ଦର ଏବଂ ଦାମୀ ବ୍ୟାଗ ସହିତ ଆପଣଙ୍କୁ ସମ୍ମୁଖୀନ କରାଇବୁ..
ଦୀପିକା ପାଦୁକୋଣ..
ବର୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ଏବଂ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଦୀପିକା ପାଦୁକୋଣ ବହୁତ ଦାମୀ ସଉକ ରଖିଥାନ୍ତି। ଗୋଟିଏ ସିନେମା ପାଇଁ ପାଖାପାଖି ୨୦କୋଟି ଟଙ୍କା ଦରମା ନେଉଥିବା ଦିପୀକା ପାଦୁକୋଣ ଲକ୍ଷଲକ୍ଷ ଟଙ୍କାର ବ୍ୟାଗ ମଧ୍ୟ ରଖିଛନ୍ତି। ବର୍ତମାନ ତାଙ୍କୁ ଏକ ଦାମୀ ଏବଂ ରାଜକୀୟ କଳା ରଙ୍ଗର ବ୍ୟାଗ ସହିତ ଦେଖା ଯାଇଥିଲା। ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇଥିଲା। କିଛିଦିନ ପୂର୍ବରୁ ଦିପୀକା ନିଜ ସ୍ବାମୀ ଅଭିନେତା ରଣବୀର ସିଂହଙ୍କ ସହିତ ମୁମ୍ବାଇ ଏୟାରପୋର୍ଟ ଠାରେ ନଜର ଆସିଥିଲେ ଏବଂ ସେ ଏକ କଳା ରଙ୍ଗର ବ୍ୟାଗ ଧରିଥିଲେ, ଯାହାର ମୂଲ୍ୟ ପାଖାପାଖି ୩,୧୯,୦୫୭ଟଙ୍କା ବୋଲି ଜଣା ଯାଉଛି। ଏହି କ୍ୟାସେଟ ହ୍ୟାଣ୍ଡବ୍ୟାଗ Bottega Venetaର ଅଟେ।
ନୋରା ଫତେହୀ..
ବହୁତ କମ ସମୟରେ ହିଁ ନୋରା ଫତେହୀ ନିଜର ସୁନ୍ଦର ଡ୍ୟାନ୍ସ ଦ୍ଵାରା ଲକ୍ଷଲକ୍ଷ ଲୋକଙ୍କର ହୃଦୟକୁ ଧଡକାଇ ଦେଇଛନ୍ତି। ସେ ଯୁବପିଢୀଙ୍କ ହୃଦୟରେ ଆଜିର ସମୟରେ ରାଜ କରୁଛନ୍ତି। କେବେ ପାଞ୍ଚ ହଜାର ଟଙ୍କା ଧରି ବିଦେଶରୁ ଭାରତକୁ ନିଜର କ୍ୟାରିୟର ଗଢ଼ିବାକୁ ଆସିଥିବା ନୋରା ବର୍ତ୍ତମାନ ବହୁତ ଦାମୀ ସଉକ ରଖୁଛନ୍ତି। ତାଙ୍କର ଏହି ବ୍ୟାଗର ମୂଲ୍ୟ କଥା କୁହାଯିବ ତ ଏଥିପାଇଁ ନୋରା ପାଖାପାଖି ୨,୯୨,୧୦୬ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତମାନ ନୋରା ଫତେହୀଙ୍କୁ Christian Diorର ଦୁଇଖଣ୍ଡ ସେପରେଟ୍ସ ସହିତ ଚ୍ୟାନେଲ ବ୍ରାଣ୍ଡରୁ ଏକ କଳା ଛୋଟ ଫ୍ଳୈପ ବ୍ୟାଗ ସହିତ ପ୍ରଦର୍ଶିତ କରା ଯାଇଥିଲା।
ଆଲିଆ ଭଟ୍ଟ..
ଆଲିଆ ଭଟ୍ଟ ହିନ୍ଦୀ ସିନେମାରୁ ବହୁତ ଜୋରରେ ଫୁଟି ଉଠୁଥିବା ନାମ ଅଟେ। ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଏବଂ ଅଭିନେତା ରଣବୀର କପୂରଙ୍କ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ମଧ୍ୟ ନିଜର ଷ୍ଟାଇଲିଷ୍ଟ ରୂପ ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି। କିଛି ଦିନ ପୂର୍ବରୁ ଅଭିନେତ୍ରୀଙ୍କୁ ନିଜ ରନବେ ଅଟାୟର ସହିତ ଫ୍ରେଞ୍ଚ ଫେସନ ହାଉସ Chanelରେ ଦୁଇଟି ସିଲିଂ ବ୍ୟାଗ ଧରି ଥିବାର ଦେଖା ଯାଇଥିଲେ। ଏହା ବହୁତ ଆକର୍ଷିତ ଲାଗୁଥିଲା। ଖବର ମୁତାବକ, ଅଭିନେତ୍ରୀଙ୍କ ଏହି ଦୁଇ ସାଇଡ ସିଲିଂ ପ୍ୟାକ ଚ୍ୟାନେଲ ବ୍ୟାଗ ବର୍ଷ ୨୦୧୯ର ସ୍ପ୍ରିଙ୍ଗ କଲେକ୍ସନର ଅଟେ। ଯାହାର ମୂଲ୍ୟ ପାଖାପାଖି ୪,୮୨,୫୩୪ ବୋଲି କୁହାଯାଉଛି।
କରୀନା କପୂର ଖାନ..
ବର୍ତମାନ ନିଜର ଦ୍ଵିତୀୟ ଗର୍ଭର ନଅମାସରେ ପ୍ରବେଶ କରି ସାରିଥିବା ନାମିଦାମୀ ଏବଂ ବହୁତ ସୁନ୍ଦର କଳାକାର କରୀନା କପୂର ଖାନଙ୍କର ମଧ୍ୟ ଯେ କେହି ଦିୱାନା ଅଟେ। କପୂର ଖାନଦାନର ଝିଅ ଏବଂ ଖାନ ପରିବାରର ବୋହୂ କରୀନାଙ୍କ ସ୍ଟୈଣ୍ଡଆଉଟ ବ୍ୟାଗର କଲେକ୍ସନ ବହୁତ ସୁନ୍ଦର ଅଟେ। କରୀନାଙ୍କ ପାଖରେ ଏକ ବହୁତ ଦାମୀ 35 Rouge Casaque Epsom ବ୍ୟାଗ ଅଛି, ଯାହାର ମୂଲ୍ୟ ୧୦ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଏହା ସହିତ ଆପଣଙ୍କୁ ଜଣାଇ ଦେଉଛୁ କି, ତାଙ୍କ ଆଲମାରୀରେ Hermes ବିର୍କିନ ବ୍ୟାଗ ମଧ୍ୟ ରହିଛି। ତାଙ୍କ ପାଖରେ ଏହି ବ୍ରାଣ୍ଡର ଦୁଇଟି ଶେଡ ଅଛି, ଯାହା ମଧ୍ୟରୁ ଗୋଟିଏ ବ୍ଲାକ ଏବଂ ଅନ୍ୟଟି ଟ୍ୟାନ। ସେ ବୋଧହୁଏ ଏହା ସହିତ ପ୍ରଦର୍ଶିତ ହୋଇଛନ୍ତି।
କିୟାରା ଆଡବାଣୀ..
ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେଉଥିବା ଅଭିନେତ୍ରୀ କିୟାରା ଆଡବାଣୀଙ୍କ ନାମ ମଧ୍ୟ ଏହି ତାଲିକାରେ ଆମେ ସାମିଲ କରିଛୁ। ବହୁତ କମ ସମୟରେ ବଲିଉଡରେ ନିଜର ବହୁତ ଭଲ ସ୍ଥାନ କରି ସାରିଥିବା ଅଭିନେତ୍ରୀ କିୟାରା ଆଡବାଣୀଙ୍କ ପାଖରେ ମଧ୍ୟ ବ୍ୟାଗର ଏକ ସୁନ୍ଦର କଲେକ୍ସନ ରହିଛି। ତାଙ୍କର ଏହି ବ୍ୟାଗ କଥା କହିବା ତ ଏହା Christian Dior ଦ୍ଵାରା ଡିଜାଇନ କରା ଯାଇଥିବା ଟୋଟ ବ୍ୟାଗ ଅଟେ। ଦାମ ମାମଲାରେ ମଧ୍ୟ ଏହି ବ୍ୟାଗ ଆଗରେ ରହିଛି। ଏହା ୨,୩୬,୫୬୧ଟଙ୍କାର ଅଟେ। ଗୌରବର କଥା ହେଉଛି କି, ଅନୁଷ୍କା ଶର୍ମା, ଦିପୀକା ପାଦୁକୋଣ ଏବଂ କଙ୍ଗନା ରନୋଟ ମଧ୍ୟ ଏହି ବ୍ରାଣ୍ଡର ବ୍ୟାଗର ମାଲିକାଣୀ ଅଟନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।