ନୀତା ଅମ୍ବାନୀଙ୍କ ଡ୍ରାଇଭରଙ୍କ ଦରମା ଏତେ ଯେ , ଗୋଟିଏ ମାସର ଦରମାରେ କିଣି ପାରିବେ ଦାମୀ କାର,ତା ହେଲେ ଜାଣନ୍ତୁ କେତେ ଟଙ୍କା ଦରମା ପାଆନ୍ତି ତାଙ୍କ ଡ୍ରାଇଭର ?

ଭାରତର ସବୁଠାରୁ ବଡ ବିଜନେସ ମ୍ୟାନଙ୍କ ସ୍ତ୍ରୀ ନିତା ଅମ୍ବାନୀ ଏକ ଆଲିସାନ ଜୀବନ ବିତାଉଛନ୍ତି। ଅମ୍ବାନୀ ହୋମକୁ ଜେଡ ସୁରକ୍ଷା ମିଳିଛି। ନୀତା ଅମ୍ବାନୀ ପରିବାର ସହିତ ଦୁନିଆର ସବୁଠାରୁ ମହଙ୍ଗା ରେସିଡେନ୍ସିଆଲ ପ୍ରପୋର୍ଟୀଜ ମଧ୍ୟରୁ ଏକ ବଙ୍ଗଳାରେ ରୁହନ୍ତି। ଏହି ଆଲିସାନ ବଙ୍ଗଳାରେ ଅମ୍ବାନୀ ପରିବାରର ୬୦୦ ଚାକର ଦିନ ରାତି କାମ କରନ୍ତି।

ନୀତା ଅମ୍ବାନୀ ଏକ ଶକ୍ତିଶାଳୀ ବିଜନେସ ଓମେନ ଅଟନ୍ତି। ବେଶି ସମୟରେ ସେ ତାଙ୍କର ମହଙ୍ଗା ପସନ୍ଦ ପାଇଁ ବହୁତ ଚର୍ଚିତ ରହିଥାନ୍ତି। ତାଙ୍କର ଗହଣା, ହ୍ୟାଣ୍ଡବ୍ୟାଗ,ଡ୍ରେସ ଠାରୁ ଆରମ୍ଭ କରି ଚପଲ ପର୍ଯ୍ୟନ୍ତ ସବୁ ଲକ୍ଷ ଲକ୍ଷ ଟଙ୍କାର। ନୀତା ଅମ୍ବନୀଙ୍କ ସ୍ଟାଫ ମାନଙ୍କ ସାଲାରି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା।

ନୀତା ଅମ୍ବାନୀଙ୍କ ଘରର ସ୍ଟାଫ ହୁଅନ୍ତୁ କି କାର ଡ୍ରାଇଭର ସମସ୍ତଙ୍କୁ ବହୁତ ଟେସ୍ଟ ଦେଇ ଯିବାକୁ ପଡିଥାଏ। ଏହି ଟେସ୍ଟରେ ସଫଳ ହୋଇଥିବା ଦେଶ ର ସବୁଠାରୁ ଧନୀ ପରିବାରର ସ୍ଟାଫ ମାନଙ୍କ ମଧ୍ୟରେ ସାମିଲ ହୋଇଥାନ୍ତି।

ଅମ୍ବାନୀ ପରିବାରର ଡ୍ରାଇଭର ହେବାପାଇଁ ଡ୍ରାଇଭରକୁ କେତେକ ଟେସ୍ଟ ପାସ କରିବାକୁ ପଡିଥାଏ। ଏଥିପାଇଁ କମ୍ପାନୀ ଗୁଡିକୁ ଠିକା ଦିଆ ଯାଇଥାଏ। ଏହି କମ୍ପାନୀ ବହୁତ ସମୟ ପରେ ଡ୍ରାଇଭର ବାଛି ଥାନ୍ତି।

ପ୍ରଥମେ ଡ୍ରାଇଭରଙ୍କୁ କମ୍ପାନୀର ଅଣ୍ଡରରେ ରଖି ଟ୍ରେନିଙ୍ଗ ଦିଆ ଯାଇଥାଏ, ତାପରେ ଅମ୍ବାନୀ ପରିବାରର ଗାଡି ଚଲେଇବାକୁ ଦିଆ ଯାଇଥାଏ। ଡ୍ରାଇଭରର ସିଲେକ୍ସନରେ ଏହା ମଧ୍ୟ ଦେଖା ଯାଇଥାଏ କି ରାସ୍ତାରେ ଯାଉଥିବା ସମୟରେ ସମସ୍ୟାକୁ ସେ କିପରି ହ୍ୟାଣ୍ଡେଲ କରୁଛି।

ନୀତା ଅମ୍ବାନୀଙ୍କ ସ୍ଟାଫ ଲକ୍ଷ ଲକ୍ଷ ଟଙ୍କାର ଦରମା ନେଇଥାନ୍ତି। ନୀତା ଅମ୍ବାନୀଙ୍କ ଡ୍ରାଇଭର ୨ ଲକ୍ଷ ଟଙ୍କା ମାସିକ ଦରମା ପାଇଥାନ୍ତି। ଏମିତି ଦେଖିବାକୁ ଗଲେ ନୀତା ଅମ୍ବାନୀଙ୍କ ଡ୍ରାଇଭରଙ୍କ ବାର୍ଷିକ ପ୍ୟାକେଜ ୨୪ ଲକ୍ଷ।

ଦରମା ବ୍ୟତିତ ଡ୍ରାଇଭରଙ୍କୁ ଆଉ ମଧ୍ୟ ବହୁତ ସୁବିଧା ରହିଥାଏ ଯେମିତି ରହିବା ଏବଂ ଖାଇବା।

କେବଳ ଡ୍ରାଇଭର ନୁହଁନ୍ତି ନୀତା ଅମ୍ବାନୀଙ୍କ ଘରେ ଯେତେ ଲୋକ କାମ କରୁଛନ୍ତି ସେମାନଙ୍କ ଦରମା ମଧ୍ୟ ଲକ୍ଷ ଲକ୍ଷ ଟଙ୍କା

Leave a Reply

Your email address will not be published. Required fields are marked *