ଆକର୍ଶିତ ବ୍ୟକ୍ତିତ୍ଵର ହୋଇଥାନ୍ତି ଏମିତି ଆଙ୍ଗୁଠି ବାଲା ଲୋକ, ସମାଜରେ ହୋଇଥାଏ ଏମାନଙ୍କର ସମ୍ନାନ, ଆଙ୍ଗୁଠି ରୁ ଜାଣନ୍ତୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ହସ୍ତରେଖା ବିଜ୍ଞାନ ଆଧାରରେ ମଧ୍ୟ କୈାଣସି ବ୍ୟକ୍ତିଙ୍କର ଭବିଷ୍ୟତ କିମ୍ବା ସ୍ବଭାବ ବିଷୟରେ କୁହାଯାଇ ପାରେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଆଙ୍ଗୁଠିକୁ ଦେଖି ବ୍ୟକ୍ତିଙ୍କ ପ୍ରକୃତି ବିଷୟରେ ଜଣାଇବାକୁ ଯାଉଛୁ। ଆଙ୍ଗୁଠିକୁ ଭଲ ଶକ୍ତିର କେନ୍ଦ୍ର ମନା ଯାଇଥାଏ। ଏଥିରେ ତିନୋଟି ଯୋଡ ଥାଏ। ଏଥିରୁ ଦୁଇଭାଗ ପାପୁଲି ବାହାର ଆଡ଼କୁ ବାହାରି ଆସିଥାଏ ଯେତେବେଳେ କି ତୃତୀୟ ଭାଗରୁ ପାପୁଲିର ଆରମ୍ଭ ହୋଇଥାଏ। ବର୍ତମାନ ଯୋଡକୁ ଦେଖି ଆପଣ କୈାଣସି ବି ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି କରିପାରିବେ।

ପ୍ରଥମ ଯୋଡ

ଆଙ୍ଗୁଠିର ସବୁଠାରୁ ଉପରଭାଗ ପ୍ରଥମ ଯୋଡ ହୋଇଥାଏ। ଯଦି ଏହି ପ୍ରଥମ ଯୋଡ ଦ୍ଵିତୀୟ ଯୋଡ ଠାରୁ ଲମ୍ବା ହୋଇଥାଏ ତାହେଲେ ବ୍ୟକ୍ତି ପ୍ରବଳ ଇଚ୍ଛାଶକ୍ତି ବାଲା ହୋଇଥାଏ। ସେଥିଯୋଗୁଁ ଆପଣଙ୍କର ନିର୍ଣ୍ଣୟ ନେବାର କ୍ଷମତା ନିଜର ଥାଏ। ଏହିପରି ବ୍ୟକ୍ତିମାନେ କାହା ତଳେ ରହି କାର୍ଯ୍ୟ କରିବା ପାଇଁ ପସନ୍ଦ କରନ୍ତି ନାହିଁ। ଧର୍ମରେ ଏମାନଙ୍କର ଗଭିର ରୁଚି ରହିଥାଏ।

ଏମାନେ ଅସାବଧାନତା ବ୍ୟକ୍ତିତ୍ଵର ହୋଇଥାନ୍ତି। ଏମାନଙ୍କ ଭିତରେ ଅନ୍ୟମାନଙ୍କୁ ଆକର୍ଷିତ କରିବାର ଯୋଗ୍ୟତା ରହିଥାଏ।ଯୁବକ ବଦଳରେ ବୁଢ଼ା ଅବସ୍ଥାରେ ଏମାନେ ଅଧିକ ଖୁସି ରହିଥାନ୍ତି। ଯେଉଁ ବ୍ୟକ୍ତିଙ୍କର ପ୍ରଥମ ଏବଂ ଦ୍ବିତୀୟ ଯୋଡ ବରାବର ଏବଂ ଲମ୍ବା ହୋଇଥାଏ ସେମାନେ ସମାଜରେ ସମ୍ମାନ ପ୍ରାପ୍ତି କରିଥାନ୍ତି। ଏହି ପ୍ରକାରର ଲୋକମାନେ ବହୁତ ବିଶ୍ଵସ୍ତ ହୋଇଥାନ୍ତି। ଏମାନେ କେବେ କାହାକୁ ଧୋଖା ଦେଇନଥାନ୍ତି।

ଦ୍ଵିତୀୟ ଯୋଡ

ଆଙ୍ଗୁଠିର ଦ୍ଵିତୀୟ ଯୋଡ ପ୍ରଥମ ଯୋଡ ଠାରୁ ବଡ଼ ହେବ ତାହେଲେ ବ୍ୟକ୍ତିଙ୍କର ତର୍କ କରିବାର ଶକ୍ତି ବହୁତ ଥାଏ। ତାଙ୍କ ସାମ୍ନାରେ କେହି ମଧ୍ୟ ତିଷ୍ଠି ପାରନ୍ତି ନାହିଁ। ଆଶ୍ଚର୍ଯ୍ୟକର ଏହା ଅଟେ କି ଏମାନେ ନିଜ କଥାକୁ ସଠିକ ବୋଲି ପ୍ରମାଣିତ କରିବା ପାଇଁ ଏତେ ତର୍କ କରି ଦେଇଥାନ୍ତି କି ସାମ୍ନା ବାଲା ରା-ଗି ଯାଇଥାଏ। ସେ ଯଦିଓ ଭୁଲ ଅଟନ୍ତି କିନ୍ତୁ ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଏପରି ଝ-ଗ-ଡ଼ା କରିବାରେ ଲାଗିଥାନ୍ତି।ବିନା କାରଣରେ ତର୍କ କରିବାର ଏମାନଙ୍କର ଖରାପ ଅଭ୍ୟାସ ଯୋଗୁଁ ଏମାନଙ୍କୁ ସମାଜରେ ଅଧିକ ଆଦର ମିଳିନଥାଏ।

ତୃତୀୟ ଯୋଡ

ଆଙ୍ଗୁଠିର ତୃତୀୟ ଭାଗକୁ ଶୁକ୍ର ପର୍ବତ କୁହାଯାଇଥାଏ। ପ୍ରଥମ ଦୁଇ ଯୋଡ଼ା ତୁଳନାରେ ଏହା ଅଧିକ ଚଉଡ଼ା, ଉନ୍ନତ ଏବଂ ସୁଦୃଢ ହୋଇଥାଏ। ଯଦି ଏହି ଅଂଶ ସାମାନ୍ୟ ରୂପରେ ଅଧିକ ଉଞ୍ଚା ହୋଇ ଉଠିଥାଏ, ଗୋଲାପି ରଙ୍ଗର ହୋଇଥାଏ ତାହେଲେ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ପ୍ରେମରେ ସଫଳତା ମିଳିଥାଏ। ଏମାନଙ୍କର ଅନେକ ବନ୍ଧୁ ଥାନ୍ତି। ସମାଜରେ ଏମାନଙ୍କର ସମ୍ମାନ ଥାଏ। କଠିନ ସମୟରେ ମଧ୍ୟ ଏମାନେ ଡ-ରି ନଥାନ୍ତି, ବରଂ ସମସ୍ୟାକୁ ସାହାସର ସହିତ ସାମ୍ନା କରିଥାନ୍ତି।

ଯେଉଁମାନଙ୍କର ଶୁକ୍ର ପର୍ବତ ଅଧିକ ଉଠିଥାଏ ସେମାନେ କାମି ଏବଂ ଭୋଗୀ ହୋଇଥାନ୍ତି। ଏମାନଙ୍କ ମନ ସୁନ୍ଦରତା ପଛରେ ବୋଧହୁଏ ଦୌଡ଼ିବାରେ ଲାଗିଥାଏ। ଏଥିପାଇଁ ସେମାନେ ଅନେକ ଥର ଅପମାନଜନକ ସ୍ଥିତିରେ ମଧ୍ୟ ଫ:ଶି ଯାଇଥାନ୍ତି। ଗୋଟିଏ ପାର୍ଶ୍ୱରେ ପ୍ରେମ ଏବଂ ସୌନ୍ଦର୍ଯ୍ୟ ପାଇବା ପାଇଁ ଏମାନେ ସବୁବେଳେ ବ୍ୟାକୁଳତାରେ ରହିଥାନ୍ତି।

Leave a Reply

Your email address will not be published. Required fields are marked *