ଆଜି ମଧ୍ୟ ଏହି ଆକ୍ଟରଙ୍କ ବାପା ଏବଂ ମା କୋଟି କୋଟି ଟଙ୍କାର ଗାଡି ଛାଡି ଅଟେରେ ଯିବା ଆସିବା କରୁଛନ୍ତି

ମୁମ୍ବାଇ : ବଲିଉଡ ଆକ୍ଟର ଜନ ଆବ୍ରାହମ ୪୮ ବର୍ଷ ବୟସର ହୋଇଗଲେଣି। ତାଙ୍କର ଜନ୍ମ ୧୯୭୨ ଡିସେମ୍ବର ୧୭କୁ କୋଚିରେ ହୋଇଥିଲା। ବତୌର ମଡେଲରୁ ସେ ତାଙ୍କର କାରିଅର ଆରମ୍ଭ କରିଥିବା ଜନଙ୍କ ନାମ ବଲିଉଡରେ ତାଙ୍କର ଏପରି ପରିଚୟ ମିଳେ ଯିଏ କେବଳ ଜଣେ ଆକ୍ଟର ନୁହଁନ୍ତି ସେ ଜଣେ ଭଲ ଫିଲ୍ମ ଡାଇରେକ୍ଟର ନମରେ ପରିଚୟ ବନେଇଛନ୍ତି। ନିଜ କାରିଅରର ଆରମ୍ଭ ସେ ମଡଲିଂଗରୁ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କିଛି ବିଜ୍ଞାପନରେ କମ କରିଥିଲେ। ବତୌର ଆକ୍ଟର ଜନ ୨୦୦୩ରେ ଆସିଥିବା ଫିଲ୍ମ ଜିସ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କର ରୋଲ ଗ୍ରେ ଶୋଡ୍ସ ର ଥିବା ପରେ ମଧ୍ୟ ଲୋକମାନେ ତାଙ୍କୁ ପସନ୍ଦ କରିଥିଲେ। ଜନଙ୍କ ବାପା ମଲୟାଲୀ କ୍ରିଶ୍ଚିୟନ ଏବଂ ମା ଈରାନୀ ଅଟନ୍ତି। ଆଜିକା ସମୟରେ ଜନ ବଲିଉଡର ସଫଳ ଆକ୍ଟର ମାନଙ୍କ ମଧ୍ୟରୁ ଜଣେ। ସେମିତି ଏତେ ବଡ ଆକ୍ଟରଙ୍କ ବାପା ମା ହେବା ପରେ ମଧ୍ୟ ତାଙ୍କ ବାପା ମା ବହୁତ ସିମ୍ପୁଲ। ଜନଙ୍କ ବାପା ଆଜି ମଧ୍ୟ କୁଆଡେ ଯିବା ଆସିବା ପାଇଁ ପବଲିକ ଟ୍ରାନ୍ସପୋର୍ଟର ସାହାର୍ଯ୍ୟ ନିଅନ୍ତି ଏଂବ ତାଙ୍କ ମା ଅଟୋରେ ଯିବା ଆସିବା କରନ୍ତି।

ଏକ ଇନ୍ଟ୍ରବ୍ୟୁରେ ଜନ କହିଥିଲେ କି ମୁଁ ଏକ ସିମ୍ପୁଲ ପରିବାରର ଅଟେ। ମୁଁ ନିଜେ ମଧ୍ୟ ବହୁତ ସିମ୍ପୁଲ ଅଟେ। ମୋର ସାଥି କଳାକାର ମତେ ଅଭିଯୋଗ କରି କୁହନ୍ତି କେତେକ ଥରେ ତୁମେ କୌଣସି ପାର୍ଟି ବା ଫଙ୍ଗସନରେ ସୁଜ କଣ ପାଇଁ ପିନ୍ଧ ନାହିଁ। ମୁଁ ତାଙ୍କୁ କୁହେ କି ମତେ ଚପଲ ପିନ୍ଧିବାକୁ ଭଲ ଲାଗେ। ମୁଁ ମୋର ମିଡିଲ କ୍ଲାସ ଭାଲ୍ୟୁ ଜାଣିଛି ଏବଂ ଏହା ମୋର ପ୍ଲସ ପଏଣ୍ଟ ଅଟେ।

ଜନ ୨୨ବର୍ଷ ବୟସରେ ହଲିଉଡ ସ୍ଟାର ସିଲ୍ବେସ୍ଟାର ସ୍ଟେଲନଙ୍କ ଫିଲ୍ମ ‘ ରକୀ ୪ ‘ ଦେଖିଥିଲେ, ସେ ସେହି ଫିଲ୍ମ ଦେଖି ଏତେ ଇନସ୍ପାୟର ହୋଇ ଯାଇଥିଲେ କି ସେ ନିଜକୁ ଫିଟ ରଖିବାକୁ ନିସ୍ପତି ନେଇଥିଲେ।

ଏହାପରେ ସେ ମଡଲିଂଗ କରିବା ଆରମ୍ଭ କରିଥିଲେ ଏବଂ ୧୯୯୯ ରେ ଗ୍ଲୈଡରେଗ୍ସ ମୈନହଣ୍ଟ କଣ୍ଟେସ୍ଟ ଜିତି ଥିଲେ। ତାପରେ ତାଙ୍କୁ କେତେକ ବିଜ୍ଞାପନ ଏବଂ ମ୍ୟୁଜିକ ଭିଡିଓରେ କାମ କରିବାର ମୌକା ମିଳିଥିଲା। ପରେ ସେ ମୁମ୍ବାଇର କିଶୋର ନାମିତ କପୁର ସ୍କୁଲରୁ ଆକ୍ଟିଙ୍ଗ୍ର ଗୁର ଶିକ୍ଷିଲେ ଏବଂ ୨୦୦୩ରେ ‘ ଜିସ୍ମ ‘ ଫିଲ୍ମରୁ ଡେବ୍ୟୁ କରିଥିଲେ।

୨୦୦୪ରେ ଆସିଥିବା ଫିଲ୍ମ ‘ ଧୁମ ‘ ଜନଙ୍କ କାରିଅରର ମହତ୍ବ ପୂର୍ଣ୍ଣ ମଧ୍ୟରୁ ଗୋଟିଏ। ୟଶ ରାଜ ବ୍ୟାନରରେ ହୋଇଥିବା ଏହି ଫିଲ୍ମରେ ଜନ ନେଗେଟିଭ୍ ରୋଲ କରିଥିଲେ। ଏହି ଫିଲ୍ମରେ ଜନ ବାଇକ ସ୍ଟଣ୍ଡ କରି ଦର୍ଶକ ମାନଙ୍କ ମନ କିଣି ନେଇଥିଲେ।

ଆକ୍ଟିଙ୍ଗ୍ ସହିତ ସେ ଜଣେ ଭଲ ପ୍ରୋଡ୍ୟୁସର ନାମରେ ମଧ୍ୟ ପରିଚିତ। ତାଙ୍କ ପ୍ରଡ୍ୟୁସରେ ପ୍ରଥମ ଫିଲ୍ମ ‘ ବିକ୍କୀ ଡୋନର ‘ ଥିଲା ,ଯାହା ସଫଳ ଥିଲା। କେତେ ବର୍ଷ ପର୍ଯ୍ୟନ୍ତ ବିପାଶା ବସୁଙ୍କୁ ଡେଟ ଏବଂ ପୁଣି ବ୍ରେକପ୍ ପରେ ୨୦୧୪ରେ ନ୍ୟୁ ଇୟର ଈଓ୍ବରେ ସେ ଆମେରିକାରରେ ପ୍ରିୟା ରୂଞ୍ଚଲଙ୍କୁ ବିବାହ କରିଥିଲେ।

ଜନ ଆବ୍ରାହମ ଏ ପର୍ଯ୍ୟନ୍ତ ଜିସ୍ମ , ଧୁମ , ଜିନ୍ଦା , ଓ୍ବାଟର , ଦୋସ୍ତାନା , ଫୋର୍ସ , ସୁଟାଉଟ ଆଟ ଓ୍ବଡାଲା,ମଦ୍ରାସ କୈଫେ , ଓ୍ବେଲକମ ବ୍ୟାକ , ପରମାଣୁ , ସତ୍ୟାମେବ ଜୟ ତେ , ବାଟଲା ହାଉସ , ପରି ଫିଲ୍ମରେ କାମ କରିଛନ୍ତି।

ବାଇକ୍ସ ଏବଂ କାର ର ଶୌକି ଥିବା ଜନ ଆବ୍ରାହମ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ କୋଟି ଟଙ୍କାର ଚାର୍ଜ କରନ୍ତି। ତାଙ୍କର ବାଇକ୍ସ କଲାକ୍ସନରେ ୟାମାହା VMAX ମଧ୍ୟ ସାମିଲ ଅଛି। ଏହି ଗାଡି ୟାମାହା କମ୍ପାନୀର ସବୁଠାରୁ ଭଲ ବାଇକ ଅଟେ। ଜନଙ୍କର ଏହି ବାଇକର ମୂଲ୍ୟ ପାଖାପାଖି ୨୯ ଲକ୍ଷ ଟଙ୍କା ଅଟେ।

ଜନଙ୍କ ବାଇକ କଲେକ୍ସନରେ ୟାମାହା R1(22.66 ଲକ୍ଷ) , କାବାସିକି ନିଞ୍ଜା ( 17.66 ଲକ୍ଷ) ଡୁକାତି ଡିବେଲ(15.95 ଲକ୍ଷ) , ସୁଜୁକି ହାୟାବୁସା (13.86 ଲକ୍ଷ ) , ମହିନ୍ଦ୍ରା ମୋଜୋ 1.83 ଲକ୍ଷ) , ପରି ବହୁତ ଦାମି ଗାଡି ସାମିଲ ଅଛି।

ଜନଙ୍କ ପାଖରେ ଲୈମ୍ବୋର୍ଗିନୀ ଗୌଲାର୍ଡୋ ମୂଲ୍ୟ ପାଖାପାଖି 3.46 କୋଟି ଟଙ୍କା , ନିସାନ ଜିଟି ଆର ର ମୂଲ୍ୟ ପାଖପାଖି ଦୁଇ କୋଟି ଟଙ୍କା ପରି ଲଗଜରି କାର ଅଛି। ଏହା ବ୍ୟତିତ ତାଙ୍କ ପାଖରେ ଅଡି Q7 (81 ଲକ୍ଷ) , ଅଡି Q3 ( 32 ଲକ୍ଷ ) , ମାରୁତି ଜିସ୍ପି ( 7 ଲକ୍ଷ ) ପରି ଗାଡି ଅଛି।

Leave a Reply

Your email address will not be published. Required fields are marked *