ମାମୁଁ ଗୋବିନ୍ଦାଙ୍କ ସହ ଦେଖା କରିବାକୁ ଚାହିଁଲେ କୃଷ୍ଣା, କହିଲେ ଏବେ କେବଳ କପିଲ ହିଁ ବିବାଦର କରିପାରିବେ ସମାଧାନ

କମେଡିୟନ କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ପୂର୍ବରୁ ୧ବର୍ଷ ହେଲା ଲାଗି ରହିଛି ବିବାଦ ଲାଗୁଛି ଏ ପର୍ଯ୍ୟନ୍ତ ସରିନାହିଁ। ଦୁଇ ଜଣଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ମଧୁରତା ଆସିନାହିଁ। କିଛି ଦିନପୂର୍ବରୁ ଗୋବିନ୍ଦା କପିଳ ଶର୍ମା ଶୋ ରେ ଅତିଥି ଭାବରେ ଯୋଗଦେଇ ଥିଲେ। ସେହି ସମୟରେ କୃଷ୍ଣା ଶୋ ରେ ଦେଖା ଯାଉନଥିଲେ। ଏବେ ଏହି କଥାରେ କୃଷ୍ଣା ପ୍ରତିକ୍ରିୟା କରିଛନ୍ତି।

ବମ୍ବେ ଟାଇମ୍ସରେ କଥାବାର୍ତ୍ତାରେ କୃଷ୍ଣା କହିଥିଲେ ଯେ-ଚିଚି ମାମୁଁ ଶୋ କୁ ଆସିବା କଥା ମୋତେ ୧୦ ଦିନ ପୂର୍ବରୁ ଜଣାଥିଲା। କାହିଁକିନା ସୁନିତା ମାଇଁ ତାଙ୍କ ସହିତ ଆସିନଥିଲେ ତ ଟିମ୍ କୁ ଲାଗିଲା କି ମୋତେ ପର୍ଫମ୍ କରିବାରେ କୈାଣସି ଅସୁବିଧା ହେବ ନାହିଁ। ପୂର୍ବବର୍ଷ ସୁନିତା ମାଇଁ ଚାହୁଁ ନ ଥିଲେ କି ମୁଁ ତାଙ୍କ ସାମ୍ନାରେ ପର୍ଫମ କରେ। କିନ୍ତୁ ଏହି ବର୍ଷ ଏହା ମୋର ନିଷ୍ପତ୍ତି ଥିଲା।

ସେ କହିଥିଲେ, ମୁଁ ଗୋବିନ୍ଦା ମାମୁଁଙ୍କ ସହ ଦୃଢ଼ ସଂପର୍କ ରଖିଥାଏ। ଏହି ବକ୍ତବ୍ୟରେ ମୁଁ ବହୁତ ପ୍ରଭାବିତ ହୋଇଛି। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଯାଏ ସେତେବେଳେ କମେଡି କରିବା କଷ୍ଟକର ହୋଇଗଲା।

ଏହା ବ୍ୟତୀତ ମାମୁଁ ମୋ ଥଟ୍ଟାମଜା କୁ ଖରାପ ବି ଭାବି ପାରନ୍ତି। ଏହାଛଡା ଭଲ କମେଡି କରିବା ପାଇଁ ଭଲ ସେଟ୍ ର ମାହୋଲ୍ ବି ଆବଶ୍ୟକ ହୋଇଥାଏ। ମୁଁ ଗ୍ୟାରେଣ୍ଟି ସହ କହିପାରେ କି ମୋତେ ଯଦି ବାଧ୍ୟ କରାଯାଇଥାନ୍ତା ଏବଂ ମୁଁ ମାମୁଁଙ୍କ ସହ ସପନା ହୋଇକି ନୁହେଁ କୃଷ୍ଣା ହୋଇକି ପର୍ଫମ କରିଥାନ୍ତି। ତାହେଲେ ଶୋ ରେ ମୁଁ ତାଙ୍କୁ ସମ୍ମାନ ଦେଇଥାନ୍ତି।”

କୃଷ୍ଣା କହିଥିଲେ କି ଲକ ଡାଉନ୍ ସମୟରେ ସେ ମାମୁଁ ଗୋବିନ୍ଦାଙ୍କ ସହ କେତେଥର ସଂପର୍କ କରିବା ପାଇଁ ଚେଷ୍ଟା କରିଥିଲେ। କମେଡିୟନ୍ କହିଲେ ସେ ମୋ ଛୁଆକୁ ଦେଖିବାପାଇଁ ଚିକିତ୍ସାଳୟକୁ ବି ଆସିନଥିଲେ। ସେତେବେଳେ ବି ଆସିନଥିଲେ ଯେତେବେଳେ କି ଜଣେ ଜନ୍ମ ମୃତ୍ୟୁ ସହ ଲଢେଇ କରୁଥିଲା। ମୁଁ ମାମୁଁଙ୍କୁ ଫୋନ୍ କରିଥିଲି। କିନ୍ତୁ କୋୖଣସି ପ୍ରକାର ପ୍ରତିକ୍ରିୟା ମିଳି ନ ଥିଲା।

ଶେଷରେ କେତେଦିନ ଯାଏଁ ମୁଁ ବିବାଦକୁ ସମାଧାନ କରିବା ଚେଷ୍ଟାରେ ଲାଗି ରହିବି। ଯାହାକି ଗୋଟିଏ ଭୁଲ ବୁଝାମଣା ଅଟେ। ଦୁଃଖ ଲାଗୁଛି, କିନ୍ତୁ ସେ ଯଦି ମୋ ସହ ମିଶିବା ପାଇଁ ଚାହୁଁନାହାଁନ୍ତି ତାହେଲେ ମୁଁ ବି ତାଙ୍କ ସହ ମିଶିବା ପାଇଁ ଚାହୁଁନି।

ଏବେ ତ କେବଳ କପିଲ ହିଁ ଆମ ମଧ୍ୟର ବିବାଦକୁ ସମାଧାନ କରିପାରିବେ। ଯେତେବେଳେ ମାମୁଁ ଆଗକୁ ଆଉଥରେ ଶୋକୁ ଆସିବେ ସେତେବେଳେ ମୋତେ ଷ୍ଟେଜ୍ କୁ ଡାକିଦେବ ସମସ୍ତଙ୍କ ସାମ୍ନାରେ ଦେଖା ହୋଇଯିବ। ହେଲେ ଆମେ ପୂର୍ବ ଅତିଥିଙ୍କୁ ଶୋ ରେ ଏତେ ଶୀଘ୍ର ରିପିଟ୍ କରୁନାହୁଁ। କିନ୍ତୁ ମୋତେ ଲାଗୁଛି ଏହା ୨୦୨୧ ରେ ହୋଇପାରେ।”

ଜାଣିଛନ୍ତି ଯେ, ଦୁଇ ଜଣଙ୍କ ମଧ୍ୟରେ କେବେ ବିବାଦ ହୋଇଥିଲା ଯେତେବେଳେ ଗୋବିନ୍ଦାଙ୍କ ସ୍ତ୍ରୀ ସୁନିତା କଶ୍ମୀରା ଶାହଙ୍କ ଏକ କମେଟ୍ କୁ ଅପମାନ ଦୃଷ୍ଟିରେ ଦେଖିଥିଲେ। କଶ୍ମୀରା ଟୁଇଟ୍ କରି ଲେ଼ଖୀଥିଲେ କି ଲୋକମାନେ ପଇସା ପାଇଁ ହିଁ ନୃତ୍ୟ କରନ୍ତି। ସୁନିତା ଆରୋପ କରି କହିଥିଲେ କି କଶ୍ମୀରା ତାଙ୍କ ଟୁଇଟ୍ ରେ ଗୋବିନ୍ଦାଙ୍କ ଉପରେ ତାଙ୍କ ରାଗକୁ ସାଧୀ ଥିଲେ। ଏହା ପରଠାରୁ ସେହି ଦୁଇ ପରିବାର ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିଲା।

ପୂର୍ବବର୍ଷ ଗୋବିନ୍ଦା ତାଙ୍କ ପରିବାର ସହ କପିଳଙ୍କ ଶୋ ରେ ପହଞ୍ଚି ଥିଲେ। ସେତେବେଳେ କୃଷ୍ଣା ସେଠାରେ ନଥିଲେ। କାହିଁକିନା ସୁନିତା ଚାହୁଁନଥିଲେ କି ତାଙ୍କ ସାମ୍ନାରେ ସେଟ୍ ଉପରେ କୃଷ୍ଣା ଅଭିଷେକ ମହଜୁଦ ରୁହନ୍ତୁ। ଏବେ ଏହି ଥର କୃଷ୍ଣା ନିଜେ ଗୋବିନ୍ଦାଙ୍କ ସ୍ପେଶିଆଲ୍ ଏପିଶୋଡ୍ ରୁ ନିଜକୁ ଅଲଗା ରଖିବା ବେହେତର୍ ହେବ ବୋଲି ବୁଝି ପାରିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *