ଆଜିକା ଦୁନିଆରେ ମଣିଷ ମଣିଷ ଉପରେ ଯେତିକି ଭରସା କରି ପାରୁ ନାହାଁନ୍ତି ପଶୁ ସେତିକି ଭରସା ଯୋଗ୍ୟ ପାଲଟି ଯାଉଛି । ଆଜିକା ସମୟରେ ମଣିଷ ମଣିଷ ଉପରେ ଭରସା କରି ପାରୁ ନାହାଁନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି ଯେଉଁ ଘଟଣା ଅନୁଯାୟୀ ଜଣେ ଅଭିନେତ୍ରୀ ନିଜ ପୋଷା କୁକୁର କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏହି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
ତେବେ ବାସ୍ତବରେ ଘଟଣା ଟି ହେଉଛି ବ୍ରିଟେନ ର । ବ୍ରିଟେନ ର ବର୍କ୍ସ ରେ ରହୁଥିବା ମଡେଲ ଏଲିଜାବେଥ ହୋଡ଼ ନିଜ କୁକୁର ଲୋଗାନ କୁ ବିବାହ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଏପରି ନିଷ୍ପତ୍ତି ନେବା କାରଣରୁ ଲୋକେ ତାଙ୍କୁ ଖରାପ ଭାବିବେ ବୋଲି କହିଛନ୍ତି । ତଥାପି ତାଙ୍କ କହିବା କଥା ଯେ ଲୋଗାନ ତାଙ୍କ ସହିତ ସବୁଦିନ ରହିବ ଏବଂ ସେମାନେ ପରସ୍ପରକୁ ମଧ୍ୟ ଭଲ ପାଆନ୍ତି । ସେ ନିଜ କୁକୁର ଉପରେ ବିଶ୍ୱାସ ମଧ୍ୟ କରନ୍ତି । ଏଲିଜାବେଥ ନିଜ ବିବାହ ପାଇଁ ସବୁ ପ୍ରକାରର ଆୟୋଜନ ମଧ୍ୟ ଠିକ କରି ସାରିଛନ୍ତି ଯେ ବିବାହରେ କେଉଁ ପ୍ରକାରର ଡ୍ରେସ ପିନ୍ଧିବେ ।
ଏଲିଜବେଥ ବ୍ରିଟେନ ର ବର୍କ୍ସ ର ଜଣେ ଲୋକପ୍ରିୟ ମୋଡେଲ ଅଟନ୍ତି । ତେବେ ସେ ଗତ ଆଠ ବର୍ଷ ମଧ୍ୟରେ ୬ ଟି ଡେଟିଂ ସାଇଟ ମାଧ୍ୟମରେ ୨୨୦ ଜଣ ପୁରୁଷଙ୍କୁ ଡେଟ କରିଥିଲେ । କିନ୍ତୁ କେହିବି ତାଙ୍କୁ ପସନ୍ଦ ଆସିନଥିଲେ । ତେବେ ଏଲିଜାବେଥଙ୍କ କହିବା ଅନୁଯାୟୀ ତାଙ୍କ ବିବାହରେ ୨୦ ଜଣଙ୍କୁ ନିମନ୍ତ୍ରଣ କରାଯିବ । ବିବାହରେ ସେ ବିବାହ ବସ୍ତ୍ର ପିନ୍ଧିବେ ଏବଂ ଲୋଗାନ ମଧ୍ୟ ଏକ ଡ୍ରେସ ପିନ୍ଧିବେ ତାସହିତ ହନିମୋନ ରେ ଫ୍ରେଣ୍ଡଲି ହୋଟେଲ କୁ ଯିବେ ।
ଏଲିଜାବେଥଙ୍କ ବ୍ୟକ୍ତିଗତ କଥା କହିଲେ ସେ ନିଜର କୌଣସି ସମସ୍ୟା କାରଣରୁ ନିଜର ବିବାହ ବନ୍ଧନକୁ ପୂର୍ବରୁ ଭାଙ୍ଗି ଦେଇଥିଲେ । ପୂର୍ବରୁ ସେ ଦୁଇ ଦୁଇଥର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ପୁରୁଷ ମାନଙ୍କ ଉପରେ ଆଦୌ ଭରସା ନାହିଁ । ତେଣୁ ସେ ଜୀବନରେ ଆଉ କାହାକୁ ବି ବିବାହ କରିବାକୁ ଚାହୁଁ ନାହାଁନ୍ତି । ତେଣୁ ସେ ନିଜର ବିଶ୍ୱାସନୀୟ କୁକୁର କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।