ଲଦାଖରେ ଉତ୍ତେଜନା କାରଣରୁ ମୋଦି ସରକାର ଚୀନ କମ୍ପାନୀଗୁଡିକୁ ଦେଇଥିବା ପ୍ରକଳ୍ପଗୁଡିକୁ ବାତିଲ କରିପାରନ୍ତି…

ଲଦାଖର ଗଲବାନ ବେଲିରେ ଚୀନ ସୈନିକଙ୍କ ଧୋକାକୁ ନେଇ ଦେଶସାରା ଲୋକ ଉତ୍ତପ୍ତ ଅଛନ୍ତି। ଏବେ ସରକାରଙ୍କୁ ଠୁ କୌଣସି ପଦକ୍ଷେପର ଦାବି କରାଯାଉଛି। ଏହି ମଧ୍ୟରେ ସଂକେତ ମିଳୁଛି ଏହି ଘଟଣାର ପ୍ରଭାବ ଭାରତ ଓ ଚୀନ କମ୍ପାନୀ ମାନଙ୍କ ପ୍ରୋଜେକ୍ଟ ଉପରେ ପଡିବ । ଭାରତ କଡା ଆର୍ଥିକ ଫଇସଲା ନେଇ ଚୀନ କମ୍ପାନୀକୁ ଦେଇଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିପାରେ।

ଭାରତରେ ଚୀନ କମ୍ପାନୀମାନେ ଅନେକ ବଡ ପ୍ରକଳ୍ପ ହାସଲ କରିଛନ୍ତି,ସେମାନଙ୍କ ମଧ୍ୟରୁ ମେରଠ ରେପିଡି ରେଳ ପ୍ରକଳ୍ପ ବି ଅଛି। ଭାରତୀୟ କମ୍ପାନୀକୁ ପଛରେ ପକାଇ ଏହାକୁ ଚୀନ କମ୍ପାନୀ ହାସଲ କରିଛି। ଚୀନକୁ ପ୍ରକଳ୍ପ ଦେବା ଉପରେ କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି।

ଆଲୋଚନା କରୁଛନ୍ତି ମୋଦି ସରକାର:

କିଛି ରିପୋର୍ଟରଙ୍କ ଅନୁସାରେ ମୋଦୀ ସରକାର ବର୍ତ୍ତମାନର ସୀମା ଅବସ୍ଥାକୁ ଦେଖି ଏହି ପ୍ରକଳ୍ପ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ଦିଲ୍ଲୀ – ମେରଠ ଆରଆରଟିଏମର ପ୍ରକଳ୍ପ ବି ସାମିଲ ଅଛି। ରିପୋର୍ଟରଙ୍କ ଅନୁସାରେ ଏହି ପ୍ରକଳ୍ପ ମାନଙ୍କୁ ବନ୍ଦ ଉପରେ ଆଲୋଚନା ହେଉଛି।

ପ୍ରକଳ୍ପ କଣ ଅଟେ?:

ଗାଜିଆବାଦ ଦେଇ ଦିଲ୍ଲୀ ଏବଂ ମେରଠକୁ ସଂଯୋଗ କରୁଥିବା ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ସେମି ହାଇ ସ୍ପିଡ୍ ରେଳ କରିଡର ପ୍ରକଳ୍ପ ଅଟେ। ଏହି ପ୍ରକଳ୍ପ ୮୨.୧୫ କିଲୋମିଟର ଲମ୍ବା ଅଟେ। ଆରଆରଟିଏସରେ ୬୮.୦୩ କିଲୋମିଟର ଉଚ୍ଚ ଅଂଶ ଥିଲାବେଳେ ୧୪.୧୨ କିଲୋମିଟର ଭୂତଳ ଅଛି।

ଚୀନର କେଉଁ କମ୍ପାନୀ ପାଖରେ ଅଛି ଏହି ପ୍ରକଳ୍ପ:

ଭାରତୀୟ କମ୍ପାନୀ ଲାର୍ଶନ ଏଣ୍ଡ ଟୁବ୍ରୋ ୧୧୭୦ କୋଟି ଟଙ୍କା ଲଗାଇଥିଲେ। କିନ୍ତୁ ଦିଲ୍ଲୀ – ମେରଠ ଆରଆରଟିଏମ ପ୍ରକଳ୍ପ ଚୀନ କମ୍ପାନୀ ସଂଘାଇ ଟନଲ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ଼କୁ ମିଳିଥିଲା। ସେହି କମ୍ପାନୀ ୧୧୨୬ କୋଟି ଟଙ୍କା ଲଗାଇଥିଲା। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ଆନୁସାଙ୍ଗିକ ଅନୁଷ୍ଠାନ ସ୍ୱଦେଶୀ ଜାଗରଣ ମଞ୍ଚ ସହିତ ବିପକ୍ଷ ପାର୍ଟି ଚୀନକୁ ଏହି ପ୍ରକଳ୍ପ ଦିଆଯିବା ଉପରେ ବିରୋଧ କରିଛି।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ କରିବେ | ନିଜ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ ଓ ଏହାକୁ ନେଇ ନିଜ ମାତା ମତ ଆମକୁ କମେଣ୍ଟରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *