ମୁମ୍ବାଇ.କୋରୋନା (Corona) ସମୟରେ ବି ଲୋକମାନେ ନିଜ-ନିଜ କାମକୁ ସଜାଡିବାରେ ଲାଗିପଡିଛନ୍ତି। ଆମମାନଙ୍କ ଭଳି ବି ବଲିଉଡ ସେଲିବ୍ରେଟୀମାନେ ନିଜ-ନିଜ କାମରେ ଫେରି ଆସିଲେଣି। କେତେ ସେଲିବ୍ରେଟୀଙ୍କ ସିନେମା ଏବଂ ୱେବ ସେରିଜ୍ ମଧ୍ୟ ଓଟୀଟୀ ପ୍ଳାଟଫର୍ମରେ ମୁକ୍ତିଲାଭ କରୁଛି। ନେଟପ୍ଳିକ୍ସରେ କରନ୍ ଜୈହରଙ୍କ ସୀରୀଜ୍ ଫୈବୁଲସ୍ ଲାଇବ୍ସ୍ ଅଫ୍ ବଲିଉଡ୍ ବାଇବ୍ସ୍ (fabulous lives of Bollywood wives) ଏହି ସମୟରେ ହିଁ ମୁକ୍ତିଲାଭ ହୋଇଛି। ଏହି ସୀରୀଜ୍ ରେ ସୋହେଲ୍ ଖାନ୍ (Sohaila Khan) ଙ୍କ ସ୍ତ୍ରୀ ସୀମା ଖାନ୍ (Seema Khan), ସଞ୍ଜୟ କପୂର୍ ଙ୍କ ସ୍ତ୍ରୀ ମହୀପ କପୂର୍,ଚଙ୍କି ପାଣ୍ଡେ ଙ୍କ ସ୍ତ୍ରୀ ଭାବନା ପାଣ୍ଡେ ଏବଂ ନୀଲମ କୋଠାରୀ ନଜର ଆସିଥିଲେ। ଏହି ସୀରୀଜ୍ କୁ ଦେଖିବା ପରେ ଫ୍ୟାନ୍ସ୍ ଙ୍କ ମନରେ ଏକ ଦ୍ଵନ୍ଦ ଜନ୍ମ ହୋଇଯାଇଛି। ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କି ସୋହେଲ୍ ଏବଂ ସୀମା ସାଥି ହୋଇ କାହିଁକି ରହୁନାହାନ୍ତି। ଏବଂ ସେମାନେ ତାଙ୍କ ଦ୍ଵନ୍ଦକୁ ଦୂର କରିବା ପାଇଁ ଭଳି-ଭଳି ପ୍ରଶ୍ନ କରୁଛନ୍ତି।
ବାସ୍ତବରେ, ସିଜନ୍ ର ପ୍ରଥମ ଏପିଶୋଡ୍ ରେ ସୋହେଲ୍,ସୀମାଙ୍କ ଘରକୁ ପ୍ରବେଶ କରୁଥିବାର ଦେଖାଯାଇଥିଲେ। ଏହା ଉପରେ ସେମାନେ କହିଛନ୍ତି କି-ସୋହେଲ୍ ଆସିଗଲେଣି। ଏଥିରୁ ଫ୍ୟାନ୍ସ୍ ଙ୍କୁ ଲାଗୁଛି କି ଦୁଇ ଜଣ ସାଥି ହୋଇ ରହୁନାହାନ୍ତି।
ସେହି, ଚତୁର୍ଥ ଏପିଶୋଡ୍ ରେ ଦୁଇଜଣଙ୍କ ବଡ଼ ପୁଅ ନିର୍ବାଣ ୟୁଏସ୍ ରୁ ଆସିଅଛି। ସେଠାରେ ସୀମା ନୂଆ ଡିଜାଇନରେ କରିଥିବା ଘର ଦେଖାଉଛନ୍ତି। ଏହି ସମୟରେ ସେ କହୁଛନ୍ତି କି ତାଙ୍କ ସହ ନିର୍ବାଣ ଆଉ ସମୟ ବିତାନ୍ତୁ।
ନିର୍ବାଣ କହିଥିଲେ କି ସେ ତାଙ୍କ ସହ ଦେଖା କରିବାକୁ ଏମିତି ଆସୁଥିବେ କିନ୍ତୁ ସୀମାଙ୍କୁ ଏହି କଥା ଖରାପ ଲାଗିଛି। ଏହାପରେ ନିର୍ବାଣ ଜବାବ୍ ଦେଇଛନ୍ତି କି ଆପଣ ତ ଏମିତି କହୁଛନ୍ତି ଯେମିତି ମୁଁ ବହୁତ ଦୂରରେ ରହୁଛି। ସେ ପୁଣି କହିଛନ୍ତି କି-ମୁଁ ତ ବାସ୍ ରାସ୍ତାର ଆର ପାଖରେ ରହୁଛି।
ସୀମା କୋଠରୀରେ ରହି କହୁଛନ୍ତି କି-ମୁଁ ନିର୍ବାଣକୁ ଅଧିକ ସମୟ ଦେଖିପାରୁ ନାହିଁ। ସେ ତାଙ୍କ ବାପାଙ୍କ ସହିତ ରହୁଛି ଏବଂ ଏଠାକୁ ଯିବା-ଆସିବା କରୁଛି। ସେ କହିଛନ୍ତି କି ଏହା ନିର୍ବାଣର ସବୁଠାରୁ ଖରାପ ଅଭ୍ୟାସ।
ଏବେ ଟୁଇଟରରେ ୟୁଜରସ୍ ମାନେ ବହୁତ ଟୁଇଟ୍ କରୁଛନ୍ତି। ଲୋକମାନେ ଏହି ପ୍ରଶ୍ନ ପଚାରୁଛନ୍ତି କି କଣ ସୋହେଲ୍ ଏବଂ ସୀମା ଅଲଗା ରହୁଛନ୍ତି।
ଏହାଛଡା, ଆପଣଙ୍କୁ ଜଣାଇ ଦେଉଛୁ କି ସୀମା ଏବଂ ସୋହେଲ୍ ଙ୍କ ପ୍ରେମ କାହାଣୀ କୈାଣସି ସିନେମାର କାହାଣୀ ପରି। ସୀମାଙ୍କ ଅସଲି ନାମ ସୀମା ସଚଦେବ ଅଟେ, ସେ ପଞ୍ଜାବୀ ହିନ୍ଦୁ ପରିବାରରୁ ଆସିଛନ୍ତି। ସୀମାଙ୍କର ସୋହେଲଙ୍କ ସହ ପ୍ରଥମ ଦେଖା ସେତେବେଳେ ହୋଇଥିଲା ଯେତେବେଳେ ସେ ମୁମ୍ବାଇରେ କ୍ୟାରିୟର ଗଡୁଥିଲେ।
ସୋହେଲ୍ ଏବଂ ସୀମା ପ୍ରଥମ ଦେଖା ରୁ ହିଁ ଜଣେ ଅନ୍ୟ ଜଣଙ୍କୁ ହୃଦୟ ଦେଇ ବସିଥିଲେ। ହେଲେ, ଦୁଇଜଣଙ୍କର ଏହି ସଂପର୍କରେ ସେମାନଙ୍କର ଘରଲୋକ ରାଜି ନଥିଲେ। ବିଶେଷକରି ସୀମାଙ୍କ ଘରଲୋକେ ଏହି ବାହାଘର ପାଇଁ ରାଜି ନଥିଲେ।
ସୋହେଲଙ୍କ ନିର୍ଦ୍ଦେଶନାରେ ୧୯୯୮ରେ ତିଆରି ହୋଇଥିବା ସିନେମା ଜବ୍ ପ୍ୟାର କିୟା ତୋ ଡରନା କ୍ୟା ମୁକ୍ତିଲାଭ ହୋଇଥିଲା। ସେହିଦିନ ସୋହେଲ୍ ସୀମାଙ୍କ ସହ ଘରୁ ଲୁଚି ପଳେଇଆସି ଆର୍ଯ୍ୟ ସମାଜ ମନ୍ଦିରରେ ସିନେମା ଷ୍ଟାଇଲରେ ବିବାହ କରିଥିଲେ। ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିବା ପୂର୍ବରୁ ଦୁଇଜଣ ବିବାହ ବି କରିଥିଲେ। ଏହା,ପରେ ଦୁଇଜଣଙ୍କ ଘରଲୋକ ଏହି ସଂପର୍କକୁ ସ୍ବୀକାର କରିନେଇଥିଲେ। ସୀମା ଏବଂ ସୋହେଲଙ୍କ ଦୁଇ ଛୁଆ ନିର୍ବାଣ ଏବଂ ଯୋହାନ ଅଟନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।