ସୋସିଆଲ ମିଡ଼ିଆରେ ମାଆ ଏବଂ ଝିଅ ସାଥି ହୋଇ ଗୀତ ଗାଉଥିବାର(Mother-Daughter Performance) ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡ଼ିଓରେ ମାଆ ଏବଂ ଝିଅ ୨୦୧୫ରେ ଆସିଥିବା ସିନେମା ତମାଶାର ଗୀତ ‘ଅଗର ତୁମ ସାଥ ହୋ…’ ଗାଉଛନ୍ତି।
ସୋସିଆଲ ମିଡ଼ିଆରେ ମାଆ ଏବଂ ଝିଅ ସାଥି ହୋଇ ଗୀତ ଗାଉଥିବାର(Mother-Daughter Performance) ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିବା ପରେ ନିଶ୍ଚିତ ଆପଣ ମଧ୍ୟ କହିବେ କି ଏହା କେତେ କ୍ୟୁଟ ଭିଡିଓ ଅଟେ। ହୃଦୟକୁ ଜିତି ନେବା ଭଳି ଭିଡିଓରେ ମାଆ ଏବଂ ଝିଅ ୨୦୧୫ରେ ଆସିଥିବା ସିନେମା ତମାଶାର ଗୀତ ‘ଅଗର ତୁମ ସାଥ ହୋ…’ ଗାଉ (Toddler Joins Mom In Singing)ଛନ୍ତି। ଏହି ସୁପରହିଟ ଗୀତକୁ ଅଲକା ୟାଗ୍ନିକ ଏବଂ ଅରିଜୀତ ସିଂହ ଗାଇଥିଲେ ଏବଂ ରଣବୀର କପୂର ଏବଂ ଦୀପିକା ପାଦୁକୋଣଙ୍କ ଉପରେ ରଚନା କରା ଯାଇଥିଲା। ଏହି ଭିଡିଓକୁ ସବୁଠାରୁ ପ୍ରଥମେ ଫେସବୁକରେ ଅଞ୍ଜାନା ମଦାଥିଲଙ୍କ ଦ୍ଵାରା ସେୟାର କରା ଯାଇଥିଲା, ଯାହାକୁ ହଜାର ଭ୍ୟୁଜ,କମେଣ୍ଟ ଏବଂ ପ୍ରତିକ୍ରିୟା ମିଳିସାରିଛି।
୪୯-ସେକେଣ୍ଡର କ୍ଲିପରେ,ମଦାଥିଲ ଗୀଟାର ବଜାଉଥିବାର ଦେଖାଯାଇଛନ୍ତି ଏବଂ ଗୀତ ଗାଇଛନ୍ତି। ତାଙ୍କ ଝିଅ ପାଖରେ ହିଁ ବସିଛନ୍ତି ଏବଂ ସାଥିରେ ଗୀତ ଗାଉଛନ୍ତି।ଯେଉଁ ପରି ଛୁଆଟି ଗୀତ ଗାଇଛି, ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି।
ଅଞ୍ଜନା ମଦାଥିଲ ଭିଡିଓ ସେୟାର କରିବା ସମୟରେ ଲେଖିଛନ୍ତି, “ଗୀଟାର ସହିତ ମୋର ପ୍ରଥମ ପ୍ରୟାସ। ମୋତେ ଛଅ ମାସର ସମୟ ଲାଗିଥିଲା।”
ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ଲାଇକ ଏବଂ ୯୦୦ରୁ ଅଧିକ କମେଣ୍ଟ ମିଳିସାରିଛି। ଜଣେ ୟୁଜର ଲେଖିଛନ୍ତି, ଛୁଆଟି ବାସ୍ତବରେ ରକଷ୍ଟାର ଅଟେ। ସୁନ୍ଦର ଗୀତ ଗାଇଛନ୍ତି।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଦୟାକରି ଛୁଆର ଆହୁରି ଭିଡିଓ ସେୟାର କରନ୍ତୁ।’
ମାଆ-ଝିଅର ଭିଡିଓକୁ ଫେସବୁକରେ ସେୟାର କରାଯିବା ପରେ ଟୁଇଟରରେ ମଧ୍ୟ ସେୟାର କରାଯାଇଛି, ଯେଉଁଠାରେ ତାକୁ ୨ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି। ଦେଖନ୍ତୁ ଲୋକମାନେ କେମିତି ପ୍ରତିକ୍ରିୟା ଦେଇଛନ୍ତି…
https://twitter.com/AmrutaSubhash/status/1386746787227062272?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1386746787227062272%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Flittle-girl-singing-agar-tum-saath-ho-alongside-her-mother-beautiful-video-goes-viral-on-social-media-2423533
https://twitter.com/JumbuTweeple/status/1386648187381846018?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1386648187381846018%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Flittle-girl-singing-agar-tum-saath-ho-alongside-her-mother-beautiful-video-goes-viral-on-social-media-2423533
Her little hands….❤❤ oh lord..I did so need to see that.
— AD the lll (@medusaflower) April 26, 2021
In the current times, when one is swamped by a deluge of despair and negativity, this is what is exactly required! https://t.co/Zs0r8x7m1m
— 𝕻𝖚𝖓𝖊𝖊𝖙 𝕽𝖆𝖎𝖓𝖆 🇮🇳 (@drpuneetraina) April 28, 2021