ଗରୀବୀ ବିଲୋପଙ୍କ ପାଇଁ କାମ କରୁଥିବା ସଂସ୍ଥା ଅକ୍ସଫୈମ କହିଛନ୍ତି କି କୋରୋନା ମହାମାରୀ ପାଇଁ ହୋଇଥିବା ଲକଡାଉନରେ ଭାରତୀୟ ବିଲିୟନେୟାରଙ୍କ ସମ୍ପତି ୨୫ ପ୍ରତିଶଦ ବଢି ଯାଇଛି , ଯେତେବେଳେ ଏହି ସମୟରେ କୋଟି କୋଟି ଲୋକମାନଙ୍କର ଜୀବିକାରେ ସଙ୍କଟ ଆସିଥିଲା।
100 ବିଲିୟନେୟାରଙ୍କ ସମ୍ପତିରେ ୧୨,୯୭,୮୨୨ କୋଟିର ବୃଦ୍ଧି
ଅକ୍ସଫୈମଙ୍କ ରିପୋର୍ଟ ‘ଇନକ୍ବାଲିଟି ଭାଇରସ’ ରେ କୁହାଯାଇଛି କି ୨୦୨୦ ମାର୍ଚ୍ଚ ପରେ ଭାରତରେ ୧୦୦ ବିଲିୟନେୟାରଙ୍କ ସମ୍ପତିରେ ୧୨ ଲକ୍ଷ କୋଟିରୁ ଅଧିକ ବା ୧୨,୯୭,୮୨୨ କୋଟିର ବୃଦ୍ଧି ହୋଇଛି। ଏହି ରାଶିର ବିତରଣ ଯଦି ଦେଶର ୧୩.୮ କୋଟି ସବୁଠାରୁ ଗରିବ ଲୋକମାନଙ୍କ ମଧ୍ୟରେ କରାଯାଉ ,ତେବେ ଏଥିରୁ ସମସ୍ତଙ୍କୁ ୯୪,୦୪୫ ଟଙ୍କା ଦିଆଯାଇ ପାରିବ।
୮୪ ପ୍ରତିଶଦ ପରିବାର ଲୋକମାନଙ୍କୁ ଆର୍ଥୀକ ସମସ୍ୟାରେ ଚଳିବାକୁ ପଡିଲା।
ଏହି ସମୟରେ ଦେଶର ୮୪ ପ୍ରତିଶଦ ଲୋକମାନେ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୨୦୨୦ ଏପ୍ରିଲ ମାସରେ ପ୍ରତ୍ୟକ ଘଣ୍ଟାରେ ୧.୭ ଲକ୍ଷ ଲୋକମାନଙ୍କର ଚାକିରୀ ଗଲା। ଅକ୍ସଫୈମ ଦ୍ବାରା କରା ଯାଇଥିବା ଏହି ସର୍ବେକ୍ଷଣରେ ୭୯ ପ୍ରତିଶଦ ଦେଶର ୨୯୫ ଅର୍ଥଶାସ୍ତ୍ରିମାନେ ନିଜର ରାୟ ଦେଇଛନ୍ତି , ଯେଉଁଥିରେ ଜେଫରୀ ଡିବେଡ , ଜୟତୀ ଘୋଷ ଏବଂ ଗୋବ୍ରିୟଲ ଜୁକ୍ମୈନ ସହିତ ୮୭ ପ୍ରତିଶଦ ଉତ୍ତରଦାତାମାନେ ମହାମାରୀ ଚାଲୁଥିବା ସମୟରେ ନିଜ ଦେଶରେ ଆସିଥିବା ଅସମନତାରେ ବହୁତ ବଡ ବୃଦ୍ଧି ହୋଇଛି ବୋଲି ଅନୁମାନ କରାଯାଇଛି।
ବହୁତ ତିବ୍ରରେ ବଢିଲା ଏହି ଭାରତର ବିଲିୟନେୟାରଙ୍କ ସମ୍ପତି।
ରିର୍ପୋଟ ଅନୁସାରେ ମୁକେଶ ଅମ୍ବାନୀ , ଗୌତମ ଅଡାଣୀ , ଶିବ ନାଦାର , ସାୟରସ ପୂନାବାଲା , ଉଦୟ କୋଟକ , ଅଜୀମ ପ୍ରେମଜୀ , ସୁନୀଲ ମାତ୍ତଲ , ରାଧାକୃଷ୍ଣ ଦମାନି ଏବଂ ଲକ୍ଷ୍ମୀ ମିତ୍ତଲ ପରି ବିଲିୟନେୟାରଙ୍କ ସମ୍ପତି ୨୦୨୦ ମାର୍ଚ୍ଚ ସମୟରେ ବହୁତ ତିବ୍ରରେ ବୃଦ୍ଧି ହୋଇଛି। ଅନ୍ୟ ପଟରେ ୨୦୨୦ ଏପ୍ରିଲ ରେ ପ୍ରତି ଘଣ୍ଟାରେ ୧.୭ ଲୋକ ବେରୋଜଗାର ହୋଇଥିଲେ।
୨୯୩୦ ମହା ଅବସାଦ ପରେ ସବୁଠାରୁ ବଡ ଆଥିିକ ସଙ୍କଟ।
ରିପୋର୍ଟ ଅନୁସାରେ ଅସମାନତା କହି କୁହାଯାଇଛି କି ମହାମାରୀ ସମୟରେ ମୁକେଶ ଅମ୍ବାନୀଙ୍କୁ ଗୋଟିଏ ଘଣ୍ଟାରେ ଯେତିକି ଆମଦାନୀ ହୋଇଛି , ସେତିକି ରୋଜଗାର କରିବା ପାଇଁ ଜଣେ ସାମାନ୍ୟ ଦିନ ମଜୁରିଆକୁ ଦଶ ହଜାର ବର୍ଷ ଲାଗି ଯିବ। ରିପୋର୍ଟ ଅନୁସାରେ କୋରୋନା ମହାମାରୀ ଗତ ୧୦୦ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ ସଙ୍କଟ ଅଟେ ଏବଂ ଏହି ସମୟରେ ୧୯୩୦ର ମହା ଅବସାଦ ପରେ ସବୁଠାରୁ ବଡ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି।
ପାଖାପାଖି ୫୪୦ ଆରବ ଡଲାର ବଢିଲା ଦଶ ଶୀର୍ଷ ବିଲିୟନେଆରଙ୍କ ସମ୍ପତି।
ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୮ ରୁ ୨୦୨୦ ଡିସେମ୍ବର ୩୧ରେ ଦୁନିଆର ଦଶ ଶୀର୍ଷ ବିଲିୟନେଆରଙ୍କ ସମ୍ପତିରେ ୫୪୦ ଆରବ ଡଲାରର ବୃଦ୍ଧି ହୋଇଛି। ଅନୁମାନ କରା ଯାଉଛି କି ଏହି ସମୟରେ ୨୦ ରୁ ୫୦ କୋଟିର ଲୋକମାନେ ଗରିବ ହୋଇ ଯାଇଛନ୍ତି। କୋରୋନା ଭାଇରସ ଦୁନିଆରେ ଅସମାନତା ବୃଦ୍ଧି କରିଛି। ଏହା ଶିକ୍ଷା ,ସ୍ବାସ୍ଥ୍ୟ ଏବଂ ଏକ ସୁସ୍ଥ ଜୀବନ ବିତେଇବାରେ ଆଉ ଅଧିକ ବାଧା ଦେଉଛି।
କୋରୋନା ଭାଇରସ ଦୁନିଆରେ ଅସମାନତା ବୃଦ୍ଧି କରିଛି। ଏହା ଶିକ୍ଷା ,ସ୍ବାସ୍ଥ୍ୟ ଏବଂ ଏକ ସୁସ୍ଥ ଜୀବନ ଅତିବାହିତ କରିବାରେ ଅଧିକାରୀ ମାନଙ୍କୁ ଆଉ ଅଧିକ ବାଧା ଦେଉଛି।
ଅକ୍ସଫୈମର ମୁଖ୍ୟ ଅଧିକାରୀ ଅମିତାଭ ବେହେରା କହିଛନ୍ତି କି , ଏହି ରିପୋର୍ଟରୁ ସଫା ଜଣା ପଡୁଛି ଯେ ଅନ୍ୟାୟପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥାରୁ କିପରି ସବୁଠାରୁ ବଡ ଆର୍ଥିକ ସଙ୍କଟ ସମୟରେ ସବୁଠାରୁ ଧନୀ ଲୋକ ବହୁତ ସମ୍ପତିର ଧନ ଅର୍ଜନ କଲେ , ଯେତେବେଳେ କୋଟି କୋଟି ଲୋକ ବହୁତ କଷ୍ଟରେ ନିଜର ଜୀବନ ବିତାଉଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।