ଲୋକ ଲଜ୍ଜା ନେଇଗଲା ନବମ ଶ୍ରେଣୀ ଝିଅର ଜୀବନ, ଗାଧେଇବା ବେଳର ଭିଡିଓ ହେଲା ଭାଇରଲ…

ଛୋଟ ପିଲାଟିଏ ଭଲ କରି ଦୁନିଆଁ ଦେଖି ବି ନଥିଲା । ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିଲା କିନ୍ତୁ ସବୁକିଛି ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା । ଅକାଳରେ ଚାଲିଗଲା ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ଝିଅର ଜୀବନ । ବର୍ତ୍ତମାନ ସମୟରେ ପୁରା ଗାଆଁ ପରିବେଶ ଆଉ ସାହି ପଡିଶା କାନ୍ଦରେ ଫାଟି ପଡୁଛି ।

ସମସ୍ତେ ନିଜ ମୁଣ୍ଡ ବାଡେଇ ଦେଉଛନ୍ତି ଆଉ କହୁଛନ୍ତି ଝିଅ ତୁ ଫେରି ଆସେ । କିନ୍ତୁ ଆଉ କଣ ଝିଅ ଉଠିବ , କାହିଁକି ନା ସେ ସବୁଦିନ ପାଇଁ ଏ ଦୁନିଆଁରୁ ବିଦାୟ ନେଇ ଯାଇଛି ଆଉ ଯେତେ ଛାତି ଫଟାଇ ଡାକିଲେ ଆଉ ପାଟି କଲେ ବି ଝିଅ ଉଠି ପାରିବ ନାହିଁ । ଏତେ ଛୋଟ ବେଳରୁ ଝିଅକୁ ହରାଇ ବାପା ମାଆ ଆଉ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ଥରେ ବେହୋସ୍ ହେଉଛନ୍ତି ତ ଆଉ ଥରେ ଉଠୁଛନ୍ତି ।

ତେବେ ଏପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ଜିଲ୍ଲାରେ ଘଟି ଯାଇଛି ଏପରି ଏକ ଘଟଣା ଯାହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା । ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଝିଅ ଲୋକ ଲଜ୍ଜାକୁ ସହି ପାରିଲେ ନାହିଁ ଆଉ ଦେଇ ଦେଲେ ନିଜ ଜୀବନ । ବାପା ମାଆ ଦେଖିଥିବା ଆଖିଏ ସ୍ବପ୍ନକୁ ଆଜି ସେ ଅଧା ବାଟରେ ଛାଡି ଦେଇ ଚାଲିଗଲେ । ଆଉ ବାପା ମାଆ ବାସ୍ ନିଜ ଝିଅକୁ ଝୁରିବା ଛଡ଼ା କିଛି ବି ଉପାୟ ନାହିଁ ।

ତେବେ ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ଏକ ଗାଁରେ ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିଲେ ଜଣେ ଝିଅ । ସବୁଦିନ ପରି ସେ କାଲି ମଧ୍ୟ ସ୍କୁଲ ଯିବା ପାଇଁ ବାହାରି ପଡ଼ିଥିଲେ। ଆଉ ସେଥିପାଇଁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଗାଁର ଜଣେ ଖରାପ ପିଲାର ନଜର ଝିଅ ଉପରେ ପଡିଥିଲା ।

ସେହି ପିଲାଟି ନିଜର ମନ୍ଦ ବୁଦ୍ଧି ବଳରେ ଝିଅ ଗାଧୋଉଥିବା ସମୟରେ ସମସ୍ତ ଭିଡିଓ କରି ପକାଇଥିଲା । ଆଉ ଏପରିକି ସେହି ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିବାକୁ ପଛାଇ ନଥିଲା । ତେବେ ରାତାରାତି ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା । ଏପରିକି ସେହି ଭିଡିଓ ନବମ ଶ୍ରେଣୀର ଝିଅ ମଧ୍ୟ ମୋବାଇଲରେ ଦେଖିବାକୁ ପାଇଥିଲେ ।

ଯାହା ପରେ ସେ ଏହି ଭିଡିଓ ନିଜ ମାଆଙ୍କୁ ମଧ୍ୟ ଦେଖାଇଥିଲେ । ତେବେ ଭାଇରାଲ ହେବାର କିଛି ସମୟ ପରେ ଭିଡ଼ିଓଟିକୁ ସୋସିଆଲ ମିଡିଆରୁ ଡିଲିଟ କରି ଦିଆ ଯାଇଥିଲା । ଆଉ ଯେତେ ଖୋଜାଖୋଜି ପରେ ମଧ୍ୟ ମିଳି ନଥିଲା । ଆଉ ଏହାରି ମଧ୍ୟରେ ସେହି ଭିଡିଓ ଦେଖି ନିଜର କଷ୍ଟ ସମ୍ଭାଳି ପାରି ନଥିଲେ ଝିଅ ଜଣକ । ନିଜର ଇଜ୍ଜତ ଚାଲି ଗଲା ବୋଲି ଭାବି ନେଇ ଥିଲେ ।

ଆଉ ସେଥିପାଇଁ ଲୋକ ଲଜ୍ଜା ତାଙ୍କୁ ଏତେ କଷ୍ଟ ଦେଇଥିଲା କି , ଘରେ କେହି ନଥିବା ସମୟରେ ସେ ନିଜ ଜୀବନ ଦେଇ ଦେଇଥିଲେ । ତେବେ ପରିବାର ଲୋକ ଦେଖିଲା ବେଳକୁ ଆଉ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ପାରି ନଥିଲା । ତେବେ ବର୍ତ୍ତମାନ ଝିଅର ମାଆ ଅଭିଯୋଗ କରିଛନ୍ତି କି, ଗାଆଁର ଜଣେ ପୁଅ ତାଙ୍କର ଭିଡିଓ କରିଛନ୍ତି ଆଉ ତାକୁ ଭାଇରାଲ ମଧ୍ୟ କରିଛନ୍ତି ।

ତେଣୁ ତାଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ । ଯାହା ଫଳରେ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ ।ଅପରପକ୍ଷରେ ଭିଡିଓ ବାନାଇଥିବ ଯୁବକଙ୍କ ମାଆ ଏହି କଥା ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି , ଝିଅର ମାଆଙ୍କ ପୁଅ ପ୍ରତି ରାଗ ଥିଲା ତେଣୁ ସେ ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରକୃତରେ ଝିଅ ଜଣକ ନିଜ ପରିବାର ପାଇଁ ଆତ୍ମହତ୍ୟା କରିଛି । ତେଣୁ ଏହାର କଠୋର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *