ସେହି ବାବା ଜଣକ ପୂର୍ବରୁ ଜିଲ୍ଲାକୋର୍ଟରେ ଜର୍ଜ ସାହେବ ଥିଲେ। ସେ କୋର୍ଟରେ ସମସ୍ତ କେସର ଶେଷ ନିଷ୍ପତି ନେଉଥିଲେ। ତାଙ୍କ ଜୀବନରେ ଏପରି ଘଟଣା ଘଟିଲା କି, ସେ ନିଜର ଇସ୍ତଫା ଦେଇ ବାବା ହୋଇଥିଲେ। ସେ ଏବେ ବୃନ୍ଦାବନରେ ବୁଲି ବୁଲି ଭଗବାନ ଶିବଙ୍କ ଆରାଧନା କରୁଛନ୍ତି।
ଜଣେ ଶିବ ଭକ୍ତର ପରିଚୟ:
ବୃନ୍ଦାବନର ଏକ ଗାଁ ରେ ରହୁଥିଲା ଜଣେ ରୁଦ୍ର ନାମକ ଶିବଭକ୍ତ। ସେ ସବୁଦିନ ସଖାଳରେ ଗାଧୋଇ ତାର ଗାଁରେ ଥିବା ଶିବ ମନ୍ଦିରରେ ବସି ପୂଜା, ଆରାଧନା କରେ। ସେ ଅତ୍ୟନ୍ତ ଭୋଲା ଅଟେ। ତା’ର ସମସ୍ତଙ୍କ ଉପରେ ବିଶ୍ୱାସ ଆସିଯାଉଥିଲା।
ରୁଦ୍ର ନେଲା ଟଙ୍କାର ଉଧାର:
ଥରେ ରୁଦ୍ରର ବାପା ତାକୁ ଡାକି କହିଲେ ଯେ, ” ତୋର ଭଉଣୀର ବିବାହ ପାଇଁ କିଛି ଟଙ୍କା ଦରକାର ଥିଲା। ତୁ ଯାଇ ଜମିଦାରଙ୍କ ଠାରୁ କିଛି ଟଙ୍କା ଧାରରେ ନେଇଆସେ “। ଏହି କଥା ଶୁଣି ରୁଦ୍ର ତୁରନ୍ତ ଜମିଦାର ଘରକୁ ଯାଇ ସେତିକି ଟଙ୍କା ଧାର କରି ଆଣିଲା।
ଜମିଦାର ବାବୁଙ୍କ ଚାଲାକି:
କିଛି ମାସ ପରେ ରୁଦ୍ର ଓ ତା’ର ବାପା ମିଶି ରୁଦ୍ରର ଭଉଣୀକୁ ବିବାହ କରିଦେଲେ। ପରେ ଜମିଦାର ବାବୁଙ୍କ ପଇସା ଫେରସ୍ତ ପାଇଁ ରୁଦ୍ର ବିଦେଶ ପଳେଇଲା। କିଛିଦିନ ଭିତରେ ଫେରିଆସି ବାପାଙ୍କ କହିବା ଅନୁସାରେ ଜମିଦାରଙ୍କୁ ଟଙ୍କା ଫେରାଇ ଦେଲା।
ଜମିଦାର ବାବୁ ଟଙ୍କା ସମସ୍ତ ଫେରସ୍ତ ପାଇବାର ଏକ ପେପରରେ ସାଇନ ମାଗିଥିଲେ ରୁଦ୍ରକୁ। ଏବଂ କହୁଥିଲେ ବାରମ୍ବାର ପେପରକୁ ଭଲରେ ପଢ଼ିବା ପାଇଁ। କିନ୍ତୁ ରୁଦ୍ର ତାଙ୍କ ଉପରେ ଭରଷା ଅଛି ବୋଲି କହି ସାଇନ କରିଦେଲା। ପରେ ଜମିଦାର ବାବୁ ରୁଦ୍ରର ଭୋଳାପଣ ଦେଖି ଅନ୍ୟ ଏକ ପେପରରେ ସାଇନ କରାଇଥିଲେ। ଯେଉଁଥିରେ ଲେଖା ହୋଇଥିଲା କି, ରୁଦ୍ର ଶୀଘ୍ର ଟଙ୍କା ଫେରସ୍ତ କରିବାକୁ।
ଜମିଦାର ବାବୁଙ୍କ କେସ:
ଜମିଦାର ବାବୁ କିଛି ଦିନ ଭିତରେ ନୋଟିସ ପଠେଇଲେକି, ତୁରନ୍ତ ପଇସା ଫେରାଇଦିଅ ନହେଲେ ମୁଁ ତୁମ ଉପରେ କେସ କରିବି। ଏହି ନୋଟିସକୁ ପଡ଼ି ରୁଦ୍ର ଓ ତାର ବାପା ଜାଣିପାରିଲେ ଯେ, ଜମିଦାରବାବୁ ତାଙ୍କୁ ଠକୁଛନ୍ତି। କିନ୍ତୁ ସେ ପଇସା ଫେରାଇ ଦେଇଥିବାର ଦାବି କଲେ। ପରେ ଜମିଦାର ବାବୁ ଜିଲ୍ଲାକୋର୍ଟ ରେ କେସ କରିଥିଲେ।
ଭଗବାନ ଶିବ ସାକ୍ଷୀ ଦେଲେ:
ଏହି କେସର ଶୁଣାଣି ପାଇଁ ଉଭୟ କୋର୍ଟ ଆସିଲେ। ଜର୍ଜ କହିଲେ ରୁଦ୍ରକୁ, ” ତୁମେ ପଇସା ଫେରେଇଛ ?” ଉତ୍ତରରେ ରୁଦ୍ର କହିଲା ଯେ,” ହଁ, ମୁଁ ସମସ୍ତ ପଇସା ଫେରାଇ ଦେଇଛି”। ପରେ ଜର୍ଜ ଏହି ଘ-ଟଣାର ପ୍ର-ମାଣ ମାଗିଥିଲେ। ରୁଦ୍ର ତାର ପ୍ରମାଣ ସ୍ୱରୂପ ଶଙ୍କର ଭଗବାନ ସେଠାରେ ଥିବାର ମତ ଦେଲା। ପରେ ଜର୍ଜ ପୋଲିସଙ୍କୁ ଶଙ୍କର କୁ ଆଣିବା ପାଇଁ ୱାରେଣ୍ଟି ପେପର ଦେଲେ। ପୋଲିସ ରୁଦ୍ର ସହ ଶଙ୍କର ପାଖକୁ ଅର୍ଥାତ ମନ୍ଦିରକୁ ଆସିଲେ। ସେଠାରେ ସେମାନେ ଜାଣିଲେ ଯେ, ଶଙ୍କର ହେଉଛନ୍ତି ଭଗବାନ।
ପୂଜାରୀ ଜଣକ ସେହି ପେପରକୁ ନେଇ ଶିବଙ୍କ ପାଖରେ ରଖି ଗୁହାରୀ କଲେ ଯେ, ତାଙ୍କୁ ତାଙ୍କ ଭକ୍ତର ରକ୍ଷା ପାଇଁ ସାକ୍ଷୀ ଦେବାକୁ ଯିବେ। ଶେଷ ଶୁଣାଣି ଦିନ ଜର୍ଜଙ୍କ ପାଖରେ ଥିବା ସାହେବର ଚତୁର୍ଥ ଡାକରେ ଜଣେ ବୃଦ୍ଧ ବ୍ୟକ୍ତି ପହଞ୍ଚିଥିଲେ। ଓ ନିଜକୁ ଶଙ୍କର କହି ସାକ୍ଷୀ ଦେଲେକି, ଜମିଦାର ଯେଉଁଠି ବସନ୍ତି ତା’ର ଡାହାଣ ପଟର ଆଲମାରୀରେ ଥିବା ଏକ ନାଲାରଙ୍ଗର ପୁସ୍ତକରେ ସମସ୍ତ ପ୍ରମାଣ ଅଛି।
ଜର୍ଜ ହେଲେ ବାବା:
ସେହି ବୃଦ୍ଧ ଜଣକ ଚିରା ଫଟା ଡ୍ରେସ ପିନ୍ଧି ଆସିଥିଲେ ଅଦାଲତକୁ। ତାଙ୍କର କହିବା ଅନୁସାରେ ପୋଲିସ ଜମିଦାରଙ୍କ ଘରକୁ ଯାଇ ସେହି ପେପର ଆଣିଥିଲା। ପେପରକୁ ଦେଖି ଜର୍ଜ ସମସ୍ତ କଥା ବୁଝିପାରିଲେ। ଏହାପରେ ସେ ରୁଦ୍ରଙ୍କୁ ମୁକ୍ତ କରିଦେଲେ।
ପରେ ସେ ଯେତେବେଳେ ବୃଦ୍ଧଙ୍କୁ ଚାହିଁଲେ ସେତେବେଳେ ସେଠାରେ ସେ ନଥିଲେ। ରୁଦ୍ର ସେଠାରେ କହିଲା କି, ଭଗବାନ ଆସିଥିଲେ ମୋର ସାକ୍ଷୀ ଦେବାକୁ। ଜର୍ଜ ଶଙ୍କରଙ୍କୁ ଦେଖା କରିବା ପାଇଁ ରୁଦ୍ରଙ୍କ ଗାଁର ମନ୍ଦିରକୁ ଆସିଥିଲେ, ଯେତେବେଳେ ଜାଣିଲେ ଶଙ୍କର ଭଗବାନ ଅଟନ୍ତି, ସେତେବେଳେ ସେ ନିଜକୁ ଧିକାର କରି ନିଜ ଚାକିରୀରୁ ଇସ୍ତଫା ଦେଲେ। ଏହାପରେ ସେ ବାବା ହୋଇଗଲେ ବୃନ୍ଦାବନର।
ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ “