ମା ନିଜର ନିରୀହ ପୁଅ ଏବଂ ଝିଅକୁ ଫାଶୀ ଦେବାପରେ ପରେ ନିଜକୁ ଫାଶୀ ଫନ୍ଦା ରେ ଝୁଲି ପଡିଲେ…

ଯଦି କ୍ରୋଧକୁ ନିୟନ୍ତ୍ରଣ କରିହୁଏ ନାହିଁ ଏବଂ ଯଦି କେହି କ୍ରୋଧ ରେ ନିଜର ମାନସିକ ସନ୍ତୁଳନ ହରାଇ ବସେ ତେବେ ଏହାର ପରିଣାମ ବହୁତ୍ ମାରାତ୍ମକ ହୋଇଥାଏ। ରାଜସ୍ଥାନର ବାସାଁବଡ଼ା ଜିଲ୍ଲାର ଅମ୍ବାପୁରା ପୋଲିସ୍ ଷ୍ଟେସନରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ବାସାଁବଡ଼ା ଜିଲ୍ଲାର ଚପରିଆ ଗ୍ରାମ ପଞ୍ଚାୟତର ରୁପାରେଲ ଗାଁରେ ଜଣେ ମହିଳା ବିବାହ ଉତ୍ସବରେ ଯୁକ୍ତିତର୍କ ଏବଂ ଝଗଡ଼ା ପରେ ନିଜ ଦୁଇ ପିଲାଙ୍କୁ ଟାଙ୍ଗି ଦେଲେ ଏବଂ ଏହା ପରେ ନିଜେ ନିଜକୁ ଫାଶୀ ଦେଇଦେଲେ।

ଅମ୍ବାପୁରା ପୋଲିସ ଷ୍ଟେସନ ଅଧିକାରୀ ଗଜବୀର ସିଂ କହିଛନ୍ତି ଯେ ଶନିବାର ରାତି ୯ ଟା ବେଳେ ରୁପାରେଲ ଗାଁରେ ଏହି ଘଟଣା ଘଟିଛି। ରାତି ପ୍ରାୟ ୯.୩୦ ସମୟରେ ପୋଲିସ ଟେଲିଫୋନ୍ ଯୋଗେ ଏହି ବିଷୟରେ ସୂଚନା ପାଇଲା।

ତାପରେ ପୋଲିସ ରୁପେରେଲ ଗାଁରେ ପହଁଚିଲା। ଗୋଟିଏ ଘରେ ଜଣେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କ ଶବ ପଡ଼ିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କ ନାମ ସଜନା। ସେ ରୂପାଲର ବାସିନ୍ଦା ରମନଙ୍କ ପତ୍ନୀ। ତାଙ୍କର ୬ ବର୍ଷର ଝିଅ ଏବଂ ଦୁଇଟି ପୁଅ ଥିଲେ।

ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କ ପାଖ ଘରେ ଏକ ବାହାଘର ଉତ୍ସବ ଥିଲା। ଶନିବାର ଦିନ ଉତ୍ସବ ଥିଲା। ସେହି ବିବାହ ସମାରୋହରେ ରମନଙ୍କ ପୁରା ପରିବାର ଯାଇଥିଲେ। କିଛି କଥାକୁ ନେଇ ସେଠି ଝଗଡ଼ା ହେଲା। ଏହି ଝଗଡ଼ାକୁ ନେଇ ସଜନା ବହୁତ ରାଗି ଗଲେ। ରାଗରେ ସଜନା ତାଙ୍କର ଗୋଟେ ପୁଅ ଏବଂ ଝିଅଙ୍କୁ ନେଇ ଘରକୁ ଆସିଲେ। କିନ୍ତୁ ତାଙ୍କ ସ୍ବାମୀ ଏବଂ ବଡ଼ ପୁଅ ବାହାଘର ଉତ୍ସବରେ ଥିଲେ।

ଘରକୁ ଆସିବା ପରେ ସଜନା ପ୍ରଥମେ ପୁଅ ଓ ଝିଅକୁ ଫାଶୀ ଦେଇ ହତ୍ୟା କଲେ। ତା’ପରେ ସେ ନିଜେ ମଧ୍ୟ ନିଜକୁ ଫାଶୀ ଦେଇଦେଲେ। ଏହା ପରେ, ଯେତେବେଳେ ତାଙ୍କର ଦ୍ୱିତୀୟ ପୁଅ ଫେରି ଆସିଲା, ସେତେବେଳେ ସେ ତିନିଜଣଙ୍କୁ ଫାଶୀ ର ଫନ୍ଦାରେ ଝୁଲୁଥିବାର ଦେଖିଲା। ତା’ପରେ ସେ ଜଲଦି ଦୌଡ଼ିକି ଯାଇ ରମନ୍ କୁ ସବୁକଥା କହିଲା। ରମନ୍ କବାଟ ଭାଙ୍ଗି ପରିବାର ତିନିଜଣଙ୍କୁ ତଳକୁ ଆଣିଲେ।କିନ୍ତୁ ସେତେବେଳକୁ ସେମାନେ ମରି ସାରିଥିଲେ। ଏହା ପରେ ପୋଲିସକୁ ଡକାଗଲା।

ମୃତ ଦେହକୁ ଦେଖିବା ପରେ ରମନ୍ ଗ୍ରାମବାସୀଙ୍କ ଉପସ୍ଥିତିରେ ଏତେ ଭୟଭୀତ ହୋଇପଡିଲେ ଯେ ସେ ଘଟଣାସ୍ଥଳରୁ ପଳାଇ କୁଆଡେ ପଳେଇଲେ। ରାତିରେ ପୋଲିସ ସଜନାର ବାପା ମାଆ ଥାନାକୁ ଡାକିଲା। ସମ୍ପର୍କୀୟ ଏବଂ ଅନ୍ୟମାନଙ୍କୁ ଫୋନ କରି ପଚରାଉଚରା କରିବା ପରେ ଜଣାପଡ଼ିଲା ଯେ ରମନ୍ ଭୟଭୀତ ହୋଇ ଘଟଣାସ୍ଥଳରୁ ଦଉଡ଼ି ପଳାଇଛି।

ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କୌଣସି ଶେଷ ସିଦ୍ଧାନ୍ତରେ ପହଞ୍ଚିନି। ପୋଲିସ ଗ୍ରାମବାସୀ ତଥା ମୃତକଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିବାରେ ବ୍ୟସ୍ତ ଅଛି। ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହେତୁ ଗାଁରେ ସମ୍ବେଦନଶୀଳତା ବ୍ୟାପିଯାଇଚି।

ରାତିରେ ବାସାଁବଡ଼ା ମହାତ୍ମା ଗାନ୍ଧୀ ଡାକ୍ତରଖାନାକୁ ପୋଲିସ ଏହି ତିନିଟି ମୃତଦେହ ପଠାଇଛି। ସେଠାରେ ତାଙ୍କର ପୋଷ୍ଟମର୍ଟମ ହେଇଛି। ପୋଷ୍ଟମର୍ଟମ କରିବା ପରେ ପୋଲିସ ମୃତଦେହକୁ ନିଜ ସମ୍ପର୍କୀୟଙ୍କୁ ଦେଇଛି। ଏହି ଘଟଣାର ତଦନ୍ତ ଏବେ ମଧ୍ୟ ଚାଲିଛି।

Leave a Reply

Your email address will not be published. Required fields are marked *