ମାଟି ତଳୁ ବାହାରି ଭୋଗ ଖାଉଛି ଜୀବନ୍ତ ଶଙ୍ଖ, ଶଙ୍ଖର ଚମତ୍କାର ଗୁଡିକ କାରଣରୁ ଲାଗୁଛି ଲୋକଙ୍କର ଭିଡ

ଆପଣମାନେ କେବେ ଶଙ୍ଖକୁ ଭୋଗ ଖାଉଥିବାର ଦେଖିଛନ୍ତି କି ? ତେବେ ସମସ୍ତଙ୍କ ଘରେ ଶଙ୍ଖ, ଘଣ୍ଟା, ଘଣ୍ଟି ଆଦି ଜିନିଷ ରହିଥାଏ ଯାହାକି ଦେବାଦେବୀଙ୍କର ପୂଜାର୍ଚ୍ଚନାରେ ଲାଗିଥାଏ | କୌଣସି ପୂଜା କରାଯିବା ପୂର୍ବରୁ ମଧ୍ୟ ଶଙ୍ଖ ବଜାଇ ପୂଜାର ଶୁଭାରମ୍ଭ କରାଯାଏ | କିନ୍ତୁ ଘଣ୍ଟଘଣ୍ଟା ଏବଂ ମୄଦୁଙ୍ଗ ବାଜିଲେ ଯେ ସ୍ୱତଃ ଶଙ୍ଖ ଚାଲିବା ଆରମ୍ଭ କରିଦେଇଥାଏ ତାହା କେବେ କେହି ଦେଖି ନଥିବେ କିମ୍ବା ଭାବି ମଧ୍ୟ ନଥିବେ | କିନ୍ତୁ ମାଟି ତଳୁ ଜୀବନ୍ତ ଶଙ୍ଖ ବାହାରି ଭୋଗ ଖାଇବା ପରି ଘଟଣା ପାରାଦ୍ବୀପରୁ ସାମ୍ନାକୁ ଆସିଛି | ଏଠାରେ ଏକ ରହସ୍ୟମୟୀ ଗଛ ରହିଛି ଯେଉଁଠାରୁ ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଜୀବନ୍ତ ଶଙ୍ଖ ଅଛନ୍ତି | ଏହି ଶଙ୍ଖକୁ ଲୋକମାନେ ଅଦୃଶ୍ୟ ଭଗବାନ ଭାବରେ ପୂଜା କରୁଛନ୍ତି |

ପାରାଦୀପ ନେହେରୁ ବଙ୍ଗଳା ହେଲିପ୍ୟାଡ଼ ନିକଟରେ ଏକ ଜଙ୍ଗଲ ମଧ୍ୟରେ ରହିଛି ରତ୍ନବଟ | ତେବେ ଓଡ଼ିଶାରେ ୫ ଗୋଟି ବଟବୃକ୍ଷ ରହିଛି ଯେଉଁଥିରେ ପାରାଦୀପ ବଟବୃକ୍ଷ ଅନ୍ୟତମ ଅଟେ | ଯେଉଁଠାରେ ଜୀବନ୍ତ ଶଙ୍ଖ ସ୍ୱତଃ ଚାଲି ଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି | କିନ୍ତୁ ସବୁଠୁ ଅଧିକ କୌତୁହଳର କଥା ହେଉଛି ଘଣ୍ଟା ବାଜିଲେ ବଟବୃକ୍ଷ ମୂଳରୁ ଶଙ୍ଖ ଗୁଡିକ ବାହାରି ଲୋକମାନଙ୍କର ନଡ଼ିଆ କଦଳୀ ଏବଂ ଖଇ ଭୋଗ ଗ୍ରହଣ କରୁଛନ୍ତି |

ଜୀବନ୍ତ ଶଙ୍ଖ ଲୋକଙ୍କର ମାନସିକ ପୁରା କରୁଛି ବୋଲି ବିଶ୍ୱାସ ରହିଛି | ମାତ୍ର କିଛି ସମୟ ମଧ୍ୟରେ ଏହି ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକ ମାନଙ୍କର ଆଶା ଏବଂ ବିଶ୍ୱାସର ସ୍ରୋତ ପାଲଟି ଯାଇଛି | ସେଥିପାଇଁ ଅନେକ ଲୋକ ନିଜର କାର୍ଯ୍ୟ ପୂର୍ଣ୍ଣ କରିବା ପାଇଁ ଏଠାକୁ ଆସି ନିଜ ନିଜର ଦୁଃଖ ଜଣାଉଛନ୍ତି | ସେହି ଗଛ ମୂଳରେ ଦେବା ଦେବୀ ପୂଜା ପାଉଥିବା ବେଳେ କେବେ କେବେ ସେଠାରେ ଏକ ସଂଘରେ ସାପ, ନେଉଳ ଏବଂ ଶଙ୍ଖ ନଜର ଆସିଥିବାର ଲୋକମାନେ କୁହନ୍ତି |

ତେବେ ଚମତ୍କାର ପୂର୍ଣ୍ଣ ଏହି ରତ୍ନବଟ ପାଖକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତଙ୍କର ଶୁଅ ଛୁଟୁଛି | ଅନେକ ସାଧୁ ସନ୍ଥ ଏଠାକୁ ବୁଲିବାକୁ ଆସୁଥିଲେ ମଧ୍ୟ ଏହା ପ୍ରଶାସନିକ ଦୃଷ୍ଟିରୁ ଦୂରେଇ ରହିଛି | ତେବେ ସରକାରଙ୍କର ଦୃଷ୍ଟି ଯଦି ଏହି ସ୍ଥାନ ଉପରେ ପଡି ପାରନ୍ତା ତେବେ ଏହା ପ୍ରସିଦ୍ଧ ସ୍ଥଳୀ ଗୁଡିକ ମଧ୍ୟରେ ପରିଗଣିତ ହୋଇ ପାରନ୍ତା |

Leave a Reply

Your email address will not be published. Required fields are marked *