କରୋନାକୁ ନେଇ ସାରା ବିଶ୍ଵ ଏକ ଘଢ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଥିବା ବେଳେ ବର୍ତ୍ତମାନ ଭିୟେତନାମା ରୁ ଏକ ଆସ୍ଟର୍ଯ୍ୟ ଜନକ ଘଟଣା ସମ୍ନାକୁ ଆସିଛି ଯାହା ଲୋକଙ୍କୁ ହସିବାକୁ ବାଧ୍ୟ କରିଛି ।
ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା ଭିୟେତନାମା ରେ
ଏହି ଶିଶୁର ଚିତ୍ରରୁ ଆପଣ ସ୍ପଷ୍ଟ ଭାବେ ଜାଣି ପାରୁଥିବେ ଯେ ଯେତେବେଳେ ଦୁନିଆ କୁ ଏକ ନୂତନ ଜୀବନ ଆସିବାକୁ ଥାଏ ସେତେବେଳେ କୌଣସି ବାଧା ବନ୍ଧନ ତାହାକୁ ରୋକି ପାରିନଥାଏ । ଯେତେବେଳେ ଶିଶୁଟି ଜନ୍ମାନେଲା, ଡାକ୍ତରମାନେ ଦେଖିଲେ ଯେ ସେ ଗୋଟିଏ ଜିନିଷ ନେଇ ମାତୃ ଗର୍ଭରୁ ବାହାରକୁ ଆସିଛି । ଡକ୍ଟର ମାନେ ଏହି ଫୋଟକୁ ସୋସିଆଲ ମିଡିଆରେ ସେୟାର କରିଥଲେ ଯାହା ଦେଖୁ ଦେଖୁ ଆଖିପିଛୁଳାକେ ଭାଇରାଲ ହୋଇଗଲା । ଆସନ୍ତୁ ନଜର ପକାଇବା ଶିଶୁଟି ମା ଗର୍ଭରୁ କେଉଁ ଜିନିଷ ନେଇ ବାହାରକୁ ଆସିଥିଲା ।
ଏହି ଫୋଟ ଗୁଡିକ ଭିୟେତନାମା ର ଅନ୍ତର୍ଜାତୀୟ ଡାକ୍ଟରଖାନାରୁ ଆସିଛି । ଏହି ଡାକ୍ତର ଖାନାର ଡାକ୍ତର ମାନେ ନବଜାତ ଶିଶୁର ଫୋଟ ଶେୟାର କରିଛନ୍ତି ।
ଯେତେବେଳେ ଶିଶୁପୁତ୍ର ଜନ୍ମହେଲା ଡାକ୍ତର ମାନେ ଦେଖିଲେ ଯେ ଶିଶୁଟିର ହାତରେ ଏକ ହଳଦିଆ ଏବଂ କଳା ରଙ୍ଗର ଜିନିଷ ଟିଏ ଥିଲା ତାହା ପ୍ରକୃତରେ ମା ଦ୍ୱାରା ବ୍ୟବହୃତ ଗର୍ଭନିରୋଧକ କୋଇଳି ଥିଲା ।
ଶିଶୁଟିକୁ ପ୍ରସବ କରିଥିବା ଡକ୍ଟର ତ୍ରାନ ଭିଏତ ଫୁଙ୍ଗ କହିଛନ୍ତି ଯେ ଶିଶୁଟି ପ୍ରସବ ହେବା ସମୟରେ ସେ ଏହାକୁ ନିଜ ହାତରେ ଜୋରରେ ଜାବୁଡ଼ି ଧରିଥିଲା ।
ଡାକ୍ତର ଏହାକୁ ଅତ୍ୟନ୍ତ କୌତୁହଳ ପୂର୍ଣ୍ଣ ମନେ କରି ଏହାର ଏକ ଫୋଟ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ । କିନ୍ତୁ ଡାକ୍ତର ମଧ୍ୟ ଜାଣିନଥିଲେ ଯେ ଏ ଫୋଟ ଗୁଡିକ ଏତେ ମାତ୍ରାରେ ଭାଇରାଲ ହେବ ଏବଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ ।
ଶିଶୁକୁ ଜନ୍ମ ଦେଇଥିବା 34 ବର୍ଷ ବୟସ୍କା ମା କହିଥିଲେ ଯେ ଏହି କୋଇଲି କୁ ସେ ଦୁଇ ବର୍ଷ ପୂର୍ବେ ଶରୀରରେ ଧାରଣ କରିଥିଲେ ଯାହା ଦ୍ୱାରା ସେ ଗର୍ଭବତୀ ହୋଇପାରିବେ ନାହିଁ କିନ୍ତୁ ତାହା ବିଫଳ ହୋଇଥିଲା । କାରଣ କିଛି ସମୟ ପରେ ଜଣା ପଡିଥିଲା କି ସେ ମା ହେବାକୁ ଯାଉଛନ୍ତି।
ମହିଳା ପୂର୍ବରୁ ମଧ୍ୟ ଦୁଇଟି ସନ୍ତାନର ମା ଥିଲେ ଏଭଳି ପରିସ୍ଥିତିରେ ସେ ଆଉ ପିଲା ଚାହୁଁନଥିଲେ ଏହି କାରଣରୁ ସେ ଗର୍ଭ ନିରୋଧକ ପଦ୍ଧତି ଗ୍ରହଣ କରିଥିଲେ । କିନ୍ତୁ ଏହା ସଫଳ ହୋଇନଥିଲା, ମହିଳା ଗର୍ଭବତୀ ହୋଇଥିଲେ ।
ଡାକ୍ତର କହିଛନ୍ତି ଯେ କୌଣସି କାରଣରୁ ଉପକରଣ ଟି ନିଜ ସ୍ଥାନରୁ ଚାଲିଯାଇଥାଇପାରେ, ଯେଉଁ କାରଣରୁ ମହିଳା ଗର୍ଭବତୀ ହୋଇଥାଇ ପାରନ୍ତି । କିନ୍ତୁ ଏହା ପ୍ରଥମ ଘଟଣା ଯେଉଁଥିରେ ଶିଶୁଟି ସେହି ଜିନିଷଟିକୁ ହାତରେ ଧରି ବାହାରକୁ ଆସିଛି ।
ଲୋକମାନେ ସେହି ଭାଇରାଲ ଫୋଟ ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହାକୁ ଜୀବନର ବିଜୟ ବୋଲି କହୁଥିବା ବେଳେ କେହି କେହି ଶିଶୁକୁ ଜନ୍ମ ନଦେବା ମା ଉପରେ ଏକ ପ୍ରତିଶୋଧ ବୋଲି କହିଛନ୍ତି । କିନ୍ତୁ ସେ ଯାହାବି ହେଉ ବର୍ତ୍ତମାନ ଏହି ଫୋର ଟି ବେଶ ଭାଇରାଲ ହେବାରେ ଲାଗିଛି ।