ଅପୂର୍ବା କହିଛନ୍ତି କି କୋରୋନା କାରଣରୁ ହିଁ ପୂର୍ବ ବର୍ଷ ସେପ୍ଟେମ୍ବରରେ ତାଙ୍କ ବାପାଙ୍କର ମଧ୍ୟ ମୃ-ତ୍ୟୁ ହୋଇ ଯାଇଥିଲା। ତାଙ୍କୁ ଏହି ଅସହାୟତା ଏବଂ କଷ୍ଟର ଅନୁଭବ ହେଉଛି ଯାହାକୁ କୈାଣସି କୋଭିଡ ରୋଗୀ କିମ୍ବା ତାଙ୍କ ସମ୍ପର୍କିୟ ଅନୁଭବ କରୁଛନ୍ତି।
କୋରୋନାର ଏହି ମୁସ୍କିଲ ସମୟରେ ଅନେକ ଲୋକ କେବଳ ସେବାକୁ ହିଁ ଅସଲି ଧର୍ମ ମାନି ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି। ସେମାନେ ନିଜ ପରିବାର ଠାରୁ ପ୍ରଥମେ ପ୍ରଥମେ ସେହି ଆବଶ୍ୟକୀୟ ରୋଗୀମାନଙ୍କୁ ଆଗରେ ରଖୁଛନ୍ତି ଯେଉଁମାନଙ୍କର କୈାଣସି ସାହାଯ୍ୟର ଆବଶ୍ୟକତାର ରହିଛି କିମ୍ବା ପୁଣି ସେମାନେ ଦୁର୍ବଳ ଅଟନ୍ତି। ବର୍ତମାନ ନାଗପୁରରୁ ମଧ୍ୟ ଗୋଟିଏ ଏମିତି ହିଁ ଘଟଣା ସାମ୍ନାକୁ ଆସିଛି ଯେଉଁଠାର ଜଣେ ମହିଳା ଡାକ୍ତର କୋରୋନା କାଳରେ ନିଜ ବାହାଘର ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କୋଭିଡ ରୋଗୀଙ୍କ ସେବାକୁ ହିଁ ନିଜ ଅସଲି ଧର୍ମ ବୋଲି ମାନିଛନ୍ତି।
କୋଭିଡ ରୋଗୀମାନଙ୍କୁ କରିବାର ଥିଲା ସାହାଯ୍ୟ, ଭାଙ୍ଗିଦେଲେ ବାହାଘର
ନାଗପୁରର ଏହି ମହିଳା ଡାକ୍ତରଙ୍କ ନାମ ଅପୂର୍ବା ମଙ୍ଗଲଗିରୀ ଅଟେ ଯିଏ ସେଣ୍ଟ୍ରାଲ ଇଣ୍ଡିଆ କାର୍ଡିଓଲଜି ହସ୍ପିଟାଲରେ ଫିଜିଶିୟନ ଭାବରେ କାମ କରୁଛନ୍ତି। ତାଙ୍କର ୨୬ଅପ୍ରେଲକୁ ବାହାଘର ହେବାକୁ ଯାଉଥିଲା, କିନ୍ତୁ ପରେ ସେ ଏହାକୁ ଭାଙ୍ଗିବା ପାଇଁ ସ୍ଥିର କରିଥିଲେ। ଜଣା ଯାଉଛି କି ତାଙ୍କ ପରିବାର କୋରୋନା କାଳରେ ବାହାଘର କରିବା ପାଇଁ ଚାହୁଁ ନଥିଲେ, ଏଥିପାଇଁ ବାହାଘରର ତାରିଖକୁ ସ୍ଥଗିତ ରଖିବା ପାଇଁ ବିଚାର କରା ଯାଉଥିଲା। କିନ୍ତୁ ପୁଅ ଘର ପକ୍ଷ ଏହି ଦାବିକୁ ମାନିନଥିଲେ ଯାହାପରେ ଅପୂର୍ବା ସେହି ବାହାଘରକୁ ହିଁ ଭାଙ୍ଗି ଦେଇଥିଲେ ଏବଂ ନିଜେ ନିଜକୁ କେବଳ କୋଭିଡ ରୋଗୀଙ୍କ ସେବାରେ ସମର୍ପିତ କରି ଦେଇଥିଲେ।
ବାପାଙ୍କର ମଧ୍ୟ ହୋଇଥିଲା କୋରୋନାରେ ମୃ-ତ୍ୟୁ
ଅପୂର୍ବା କହିଛନ୍ତି କି କୋରୋନା କାରଣରୁ ହିଁ ପୂର୍ବ ବର୍ଷ ସେପ୍ଟେମ୍ବରରେ ତାଙ୍କ ବାପାଙ୍କର ମଧ୍ୟ ମୃ-ତ୍ୟୁ ହୋଇ ଯାଇଥିଲା। ତାଙ୍କୁ ଏହି ଅସହାୟତା ଏବଂ କଷ୍ଟର ଅନୁଭବ ହେଉଛି ଯାହାକୁ କୈାଣସି କୋଭିଡ ରୋଗୀ କିମ୍ବା ତାଙ୍କ ସମ୍ପର୍କିୟ ଅନୁଭବ କରୁଛନ୍ତି। କୋରୋନାର ଦ୍ଵିତୀୟ ଲହରୀ ସମୟରେ ଆପଣଙ୍କ ପାଖକୁ ମଧ୍ୟ କୈାଣସି ଆବଶ୍ୟକୀୟ ଫୋନ ଆସୁଛି, ସାହାଯ୍ୟ ମାଗୁଛନ୍ତି। ବିଗୁଡୁ ଥିବା ପରିସ୍ଥିତିକୁ ଦେଖି ହିଁ ଏହି ମହିଳା ଡାକ୍ତର ନିଜ ବାହାଘରକୁ ଛାଡ଼ି ହିଁ ସେହି କୋଭିଡ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ଏବଂ ବର୍ତ୍ତମାନ ଦେଖୁଦେଖୁ ହିଁ ସେ ଏହି ସେବାକୁ ହିଁ ନିଜ ଧର୍ମ ମାନି ନେଇଛନ୍ତି।
ପରିବାରର ନିଜ ଝିଅକୁ ନେଇ ଗର୍ବ
ଏହାଛଡା ଅପୂର୍ବା ଏହି କଥା ମଧ୍ୟ ଅନୁଭବ କରୁଛନ୍ତି କି କୋରୋନାର ଦ୍ଵିତୀୟ ଲହରୀରେ ଡାକ୍ତରଖାନାରେ ଡାକ୍ତର ଏବଂ ନର୍ସଙ୍କର ବହୁତ କମି ରହିଛି, ଏଥିପାଇଁ ସେ ନିଜର ପ୍ରତ୍ୟେକ ମିନିଟ କେବଳ କୋଭିଡ ରୋଗୀଙ୍କ ସାହାଯ୍ୟରେ ଦେବାପାଇଁ ଚାହୁଁଛନ୍ତି। ବାହାଘର ଭାଙ୍ଗିବାର ମଧ୍ୟ ସେ ଏହା ଗୋଟିଏ ମୁଖ୍ୟ କାରଣ ବୋଲି ଜଣାଇଛନ୍ତି। ତାଙ୍କ ନଜରରେ ଯେତେବେଳେ ଡ଼ାକ୍ତରଖାନାରେ ଡାକ୍ତରଙ୍କର ଅଭାବ ହୋଇଛି, କୈାଣସି କର୍ମଚାରୀ ଆସୁନାହାନ୍ତି, ଏଥିପାଇଁ ସେ ବାହା ହେବାପାଇଁ ଚାହୁଁନାହାଁନ୍ତି। ସେ କେବଳ ଏହି ବିଗିଡି ଯାଇଥିବା ଅବସ୍ଥାକୁ ପୁଣିଥରେ ନିୟନ୍ତ୍ରଣରେ ଆଣିବା ପାଇଁ ଚାହୁଁଛନ୍ତି। ବର୍ତମାନ କହିବାକୁ ଗଲେ ବାହାଘର ଭାଙ୍ଗିବାର ନିଷ୍ପତ୍ତି ବହୁତ ମୁସ୍କିଲ ଥିଲା, କିନ୍ତୁ ଏହି ମହିଳା ଡାକ୍ତର ଜଣଙ୍କ ପୂରା ସାହସ ଦେଖାଇଥିଲେ ଏବଂ ନିଜ ପରିବାରକୁ ମଧ୍ୟ ରାଜି କରି ନେଇଥିଲେ। ବର୍ତମାନ ଅପୂର୍ବାଙ୍କ ପରିବାର ମଧ୍ୟ ନିଜ ଝିଅଙ୍କୁ ନେଇ ଗର୍ବ କରୁଛନ୍ତି। ସେମାନେ ମଧ୍ୟ ଏହି କଥାକୁ ନେଇ ଖୁସି ଅଟନ୍ତି କି ତାଙ୍କ ଝିଅ ଏହି ମୁସ୍କିଲ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରି ପାରୁଛନ୍ତି।