ବନ୍ଧୁଗଣ ମହାଶିବରାତ୍ରି ପର୍ବ ପବିତ୍ରତାର ପ୍ରତୀକ ଅଟେ। ଆମ ହିନ୍ଦୁ ଧର୍ମରେ ମହାଶିବରାତ୍ରି ପର୍ବର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ନିର୍ମଳ ଏବଂ ପବିତ୍ର ମନ ନେଇ ଭଗବାନ ଶିବଙ୍କର ଆରାଧନା କଲେ ଉଚିତ ଫଳ ତଥା ମହାଦେବଙ୍କର କୃପା ପ୍ରାପ୍ତି ହୋଇଥାଏ। ଏହି ଦିନ ଭଗବାନ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ଭକ୍ତ ନାନା ପ୍ରକାରର ଉପାୟ ଆପଣେଇ ଥାନ୍ତି।
କିନ୍ତୁ ଏଭଳି କିଛି କାର୍ଯ୍ୟ ଅଛି ଯାହାକୁ ମହାଶିବରାତ୍ରି ଦିନ କାରିବା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହେବା ସହିତ ଭଗବାନ ଦେବଙ୍କ ଦେବ ମହାଦେବଙ୍କ କୋପ ଦୃଷ୍ଟି ପଡ଼ିଥାଏ। ତ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ। ଯାହା ମହାଶିବରାତ୍ରି ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ବନ୍ଧୁଗଣ ପବିତ୍ର ମହାଶିବରାତ୍ରି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। କାହିଁକିନାଁ ପୌରାଣିକ କଥା ଅନୁଯାୟୀ କଳା ରଙ୍ଗ ଭଗବାନ ଶିବଙ୍କୁ ପସନ୍ଦ ନୁହେଁ। ସେଥି ପାଇଁ କଳା ରଙ୍ଗର ବସ୍ତ୍ର ପିନ୍ଧି ଶିବଙ୍କ ପୁଜା ଅର୍ଚ୍ଚନା କରିବା ଉଚିତ ନୁହେଁ ଭଗବାନ ଶିବଙ୍କ ଅଭିଷେକ କରିବା ସମୟରେ ଶଙ୍ଖର ବ୍ୟବହାର କରନ୍ତୁ ନାହିଁ। କାହିଁକିନା ଭଗବାନ ଶିବଙ୍କୁ ଶଙ୍ଖରେ ଅଭିଷେକ କରିବା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ସାରା ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ କଳାହଳ ବିଷକୁ ଶଙ୍ଖରେ ପାନ କରି ଶଙ୍ଖକୁ ଫିଙ୍ଗି ଦେଇଥିଲେ। ସେଥି ପାଇଁ ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଇ ନଥାଏ।
ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜାରେ ରାଶିର ମଧ୍ୟ ବ୍ୟବହାର କରନ୍ତୁ ନାହିଁ। କାହିଁକିନାଁ ଭଗବାନ ବିଷ୍ଣୁଙ୍କ ଶରୀରରୁ ମଳିରୁ ରାଶି ଉତ୍ପନ ହୋଇଥିଲା ବୋଲି ପୌରାଣିକ ଗାଥା ରହିଛି। ସେଥି ପାଇଁ ଭଗବାନ ଶିବଙ୍କ ପୂଜାରେ ରାଶିର ବ୍ୟବହାର ହୋଇନଥାଏ। ଏହା ସହିତ ଭଗବାନ ଶିବଙ୍କ ପୂଜାରେ ଭାଙ୍ଗି ଯାଇଥିବା ଚାଉଳର ବ୍ୟବହାର ମଧ୍ୟ କରନ୍ତୁ ନାହିଁ। କିନ୍ତୁ ପୂର୍ଣ ତଥା ଗୋଟା ଏବଂ ଧଳା ରଙ୍ଗର ଚାଉଳ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।
ସେହିପରି ହଳଦୀ ଏବଂ କୁମକୁମ ସୌନ୍ଦର୍ଯ୍ୟର ପ୍ରତୀକ ହୋଇଥିବାରୁ ସଂହାର କର୍ତା ଭଗବାନ ଶିବଙ୍କ ପୂଜାରେ ଏହାର ପ୍ରୟୋଗ କରିବା ଉଚିତ ହୋଇନଥାଏ। କିନ୍ତୁ ଆପଣ ଶିବଲିଙ୍ଗରେ ଚନ୍ଦନ ଅର୍ପଣ କରନ୍ତୁ। ଏହା ଅତ୍ୟନ୍ତ ଶୁଭଫଳ ଦାୟକ ହୋଇଥାଏ। ବନ୍ଧୁଗଣ ମହାଶିବରାତ୍ରିର ଗୋଟିଏ ଦିନ ପୁର୍ବରୁ ବେଲ ପତ୍ର ତୋଳି ରଖିଲେ ତାହା ଭଗବାନ ଶିବଙ୍କ ପୂଜାରେ ବ୍ୟବହାର ହୋଇପାରିବ। କାହିଁକିନା ବେଲପତ୍ର ବାସି ହୋଇନଥାଏ। କିନ୍ତୁ ବାସି ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ।
ଏହା ବ୍ୟତିତ ଆପଣ ପାଣି ଏବଂ ରାହା ଉପରେ ବେଲ ପତ୍ର, ଅରଖ ଫୁଲ ଅକ୍ଷତ ଆଦି ରଖି ଅଭିଷେକ କରନ୍ତୁ। ବନ୍ଧୁଗଣ ଯଦି ଆପଣଙ୍କ ଘର ପାଖରେ କୌଣସି ଶିବ ମନ୍ଦିର ନଥାଏ ତାହେଲେ ଉତ୍ତମ ମାଟି ଆଣି ଆପଣ ଶିବଲିଙ୍ଗ ଅର୍ପଣ କରି ବିଧି ପୂର୍ବକ ପୁଜା କରିପାରିବେ। କିନ୍ତୁ କୌଣସି ପ୍ରକାରର ଷ୍ଟିଲ ପାତ୍ରରେ ଅଭିଷେକ କରନ୍ତୁ ନାହିଁ। କାହିଁକିନା ଏଥିରେ ଜଳ କିମ୍ବା କ୍ଷୀର ବିଷ ପାଲଟି ଯାଇଥାଏ ବୋଲି ମାନ୍ୟତା ରହିଛି। ସେଥି ପାଇଁ ଭଗବାନ ଶିବଙ୍କ ଅଭିଷେକ ପାଇଁ ସର୍ବଦା ପିତଳ କଂସା କିମ୍ବା ଅଷ୍ଟ ଧାତୁରେ ନିର୍ମିତ ପାତ୍ର ବ୍ୟବହାର କରନ୍ତୁ। ଏହା ବ୍ୟତିତ ଯଥା ସମ୍ଭବଭଗବାନ ଶିବଙ୍କୁ ଧଳା ଏବଂ ହଳଦିଆ ଫୁଲରେ ପୁଜା କରନ୍ତୁ। କିନ୍ତୁ ଲାଲ ରଙ୍ଗର ଫୁଲ ବର୍ଜନିୟ ଅଟେ।
ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ “