ମହିଳାଙ୍କ ମୃତ୍ୟୁ ପରେ ଦୁଃଖରେ କାନ୍ଦୁଛି ଏକ ମାଙ୍କଡ଼ । ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ।

ସାଧାରଣ ଭାବରେ କୌଣସି ବ୍ୟକ୍ତିର ମୃତ୍ୟୁରେ ସେହି ବ୍ୟକ୍ତିର ନିଜ ଲୋକ, ପରିଜନ କିମ୍ବା ବନ୍ଧୁ ବର୍ଗ ଦୁଃଖିତ ହୁଅନ୍ତି । କିନ୍ତୁ କଣ ଆପଣ କେବେ ଏଭଳି ଦୃଶ୍ୟ ଦେଖିଛନ୍ତି କି , ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏକ ମାଙ୍କଡ଼ କାନ୍ଦୁ ଥିବାର । ଜଣେ ମହିଳାଙ୍କ ମୃତ୍ୟୁ ପରେ ଏକ ମାଙ୍କଡ଼ ଶବ ଉପରେ ମୁହଁ ଗୁଞ୍ଜି ନିଜର ଶବ ବ୍ୟକ୍ତ କରୁଥିବାର ଭିଡ଼ିଓ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ବର୍ତ୍ତମାନ ସମୟରେ ଏହି ଘଟଣା ଆଖପାଖ ଅଞ୍ଚଳ ବ୍ୟତୀତ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ମୃତ ବ୍ୟକ୍ତିଙ୍କ ପ୍ରତି ଏକ ମାଙ୍କଡ଼ର ଅଜବ ଆଚରଣରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ ଏହି ଘଟଣା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଗାଁର ଅଟେ । ସେହି ଗାଁର ମଞ୍ଜୁ ଦାସଙ୍କ ପରଲୋକ ହେବାପରେ ଏଭଳି କିଛି ଘଟଣା ଘଟିଛି । ତେବେ କହି ରଖିବୁ ଯେ ମହିଳାଙ୍କ ମୃତ୍ୟୁ ପରେ ସେଠାରେ ଗାଁ ଲୋକେ ଏବଂ ପରିଜନ ରୁଣ୍ଡ ହୋଇଥିଲେ ଏବଂ ମୃତ୍ୟୁ ପରେ ଅନ୍ୟ ସମସ୍ତ ବିଧିରେ ଲୋକେ ଲାଗି ପଡ଼ିଥିଲେ । ଏମିତିକି କୋକେଇ ବନ୍ଧା ମଧ୍ୟ ଚାଲିଥିଲା । କିନ୍ତୁ ଏହି ସମୟରେ ଏକ ମାଙ୍କଡ଼ ସେଠାରୁ ହଠାତ ଆସିଥିଲା । ଏବଂ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ସେ ସେଠାରେ ଥିବା କୌଣସି ଲୋକକୁ ଭୟ କରି ନଥିଲା ।

ଏମିତିକି ମାଙ୍କଡ଼ଟି ସିଧା ଯାଇ ମହିଳାଙ୍କ ଶବ ଉପରେ ମୁହଁ ଗୁଞ୍ଜି କାନ୍ଦିବାରେ ଲାଗିଥିଲା । ଦୁଃଖରେ ଅନେକ ସମୟ ପର୍ଯ୍ୟନ୍ତ ଶବ ପାଖରେ ବସି ରହିବା ସହିତ ଅନ୍ୟ ଲୋକଙ୍କ ଭଳି ଶବ ଉପରେ ହାତ ପକାଇ ଶୋକ କରୁଥିବାର ନଜର ଆସିଥିଲା । କିଛି ସମୟ ପରେ ଘରୁ ବାହାରକୁ ଆସି ବାରଣ୍ଡାରେ ବସିଥିଲା ମାଙ୍କଡ଼ଟି । ଏହି କାରଣରୁ ଅନେକ ସମୟ ପର୍ଯ୍ୟନ୍ତ ଲୋକେ ଶବ ସତ୍କାର କରି ପାରି ନଥିଲେ । ଅନେକ ସମୟ ପରେ ମାଙ୍କଡ଼ଟି ହଟିବା ପରେ ଲୋକେ ସ୍ମଶାନକୁ କୋକେଇ ନେଇଥିଲେ । ତେବେ ମାଙ୍କଡ଼ଟିର ଏଭଳି ଆଚରଣ ଲୋକଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି ।

ଯେଉଁଠି ଆଜିକାଲି ଲୋକଙ୍କ ମଧ୍ୟରେ ସାମାଜିକ ଏବଂ ନୈତିକ ମୂଲ୍ୟବୋଧ ଲୋକଙ୍କ ଭିତରେ ଆଉ ନଜର ଆସୁନି ସେଠାରେ ପଶୁ ମାନଙ୍କ ଠାରୁ ଅନେକ କିଛି ଶିକ୍ଷା କରିବାର ଅଛି । ଆଜିକାଲି ଏମିତିରେ ବି ଲୋକେ ଗୃହପାଳିତ ପଶୁ ମାନଙ୍କ ସହିତ ଅନେକ ଭିଡ଼ିଓ ପୋଷ୍ଟ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି ତାହା ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ସେହି ମାଙ୍କଡ଼ଟି ଗୃହପାଳିତ ନୁହେଁ ପୁଣି ହଠାତ କେଉଁଠୁ ଆସିଲା କେହିବି ଜାଣି ପାରି ନଥିଲେ । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହିତ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ଅନୁମାନ କରିଛନ୍ତି । କେହି କେହି ହନୁମାନ ବୋଲି ମଧ୍ୟ କହୁଛନ୍ତି ।

Leave a Reply

Your email address will not be published. Required fields are marked *