ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥାଏ। ଯାହା ଲୋକମାନଙ୍କୁ ସ୍ତବ୍ଧ କରି ଦେଇଥାଏ। ଏଥିମଧ୍ୟରୁ କିଛି ଘଟଣା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ନିକଟରେ ହିଁ ଚୀନରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଜଣେ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଅଙ୍ଗରୁ ଡ଼ାକ୍ତରମାନେ ଏକ ଚୁମ୍ବକ ଚେନ ବାହାର କରିଥିଲେ।
ଏଥିରେ ୨୯ଟି ମ୍ୟାଗ୍ନେଟିକ ବଲ ରହିଥିଲା। ଡାକ୍ତରମାନେ ଅନେକ ପରିଶ୍ରମ କରିବା ପରେ ବ୍ୟକ୍ତିଙ୍କ ଶରୀରରୁ ଚେନ ବାହାର କରିଥିଲେ। ଏହାର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତିଙ୍କ ଅନ୍ତରଙ୍ଗ ଅଙ୍ଗରେ ଏହି ଚେନ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ଘଟଣାଟି ଚୀନର ସାନଖ୍ସିରୁ ସାମ୍ନାକୁ ଆସିଥିଲା। ଏଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର CT ସ୍କାନ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା। ଡାକ୍ତର ମାନଙ୍କୁ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଅଙ୍ଗରେ କେତେକ ମ୍ୟାଗ୍ନେଟିକ ବଲ ମିଳିଥିଲା।
ସାନଖ୍ସିର ପିପୁଲ୍ସ ହସପିଟାଲରେ କାର୍ଯ୍ୟ କରୁଥିବା ୟୁରୋଲୋଜିଷ୍ଟ କ୍ୟୁ ଲି ମିଙ୍ଗ ଏକ ସାକ୍ଷାତକାରରେ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ, ଏହି ବ୍ୟକ୍ତିଙ୍କ ବ୍ଲାଡରରେ ଅନେକ ଚୁମ୍ବକୀୟ ବଲ ରହିଥିଲା।
ଏହି ବଲ ଗୁଡ଼ିକୁ ସର୍ଜରୀ କରି ବାହାର କରାଯାଇଥିଲା। ଡାକ୍ତର ମାନେ ଅଧିକ ପରିଶ୍ରମ କରି ବ୍ୟକ୍ତିଙ୍କ ବ୍ଲାଡରରୁ ଚୁମ୍ବକୀୟ ଚେନଟିକୁ ବାହାର କରିଥିଲେ।
ଯେତେବେଳେ ଡାକ୍ତର ମାନେ ବ୍ୟକ୍ତି ଜଣକୁ ଏବିଷୟରେ ପଚରା ଉଚରା କରିଥିଲେ ସେତେବେଳେ ଜଣାପଡିଥିଲା ଯେ, ବ୍ୟକ୍ତି ଜଣକ ଗୋଟିଏ ପରେ ଗୋଟିଏ କରି ଚୁମ୍ବକ ବଲ ଗୁଡ଼ିକୁ ନିଜର ଅନ୍ତରଙ୍ଗ ଅଙ୍ଗରେ ପୁରାଇ ଥିଲେ ଏହାପରେ ଏଗୁଡିକ ଭିତରକୁ ଯାଇ ପରସ୍ପର ସହିତ ଲାଖି ଯାଇଥିଲା।
ବ୍ୟକ୍ତି ଜଣକ କହିଲେ ଯେ, ଚୁମ୍ବକ ବଲ ଗୁଡିକ ତାଙ୍କ ଅନ୍ତରଙ୍ଗ ଅଙ୍ଗ ଭିତରକୁ ସ୍ଲିପ କରି ଯାଇଥିଲା। ତାଙ୍କୁ ଆକଳନ ମଧ୍ୟ ନଥିଲା ଯେ ଏହା ଏତେ ଅଧିକ କଷ୍ଟଦାୟକ ଅନୁଭୂତି ହୋଇଯିବ।
ଚୁମ୍ବକ ପଶାଇବାର ୧୦ ଦିନ ପରେ ବ୍ୟକ୍ତିଙ୍କୁ ପାଇଖାନାରେ ରକ୍ତ ପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ବ୍ୟକ୍ତି ଜଣକ ତୁରନ୍ତ ଯାଇ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ CT ସ୍କାନ କରାଇବାରୁ ଡାକ୍ତର ମାନେ ରିପୋର୍ଟ ଦେଖି କହିଥିଲେ ଯେ, ତାଙ୍କ ବ୍ଲାଡରରେ ଚୁମ୍ବକ ଚେନ ରହିଥିବାର ଦେଖା ଯାଉଛି।
ଡାକ୍ତର ମାନେ ସର୍ଜରୀ କରି ଚେନଟିକୁ ବ୍ୟକ୍ତିଙ୍କ ଶରୀରରୁ ବାହାରକୁ କାଢ଼ିଥିଲେ। ଏଥିସହିତ ଏହାର କିଛି ଫୋଟୋ ଚିତ୍ର ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡ଼ିଆରୁ ଏହା ଭାଇରାଲ ହୋଇଯାଇଥିଲା। ଡାକ୍ତର ମାନେ ଲୋକଙ୍କୁ ଏପରି ରିସ୍କ ନନେବାକୁ ଉପଦେଶ ଦେଇଥିଲେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |