ରାଜସ୍ଥାନ ନିବାସୀ ବୃଜମୋହନ ମୀଣା ବର୍ତ୍ତମାନ ନିଜ ପୁଅର ନିର୍ବନ୍ଧ ସମୟରେ ତାହା କରି ଦେଖାଇଛନ୍ତି, ଯାହାର କଳ୍ପନା ବୋଧହୁଏ କେହି କରି ପାରିନଥିବେ। ବୃଜମୋହନ ମୀଣା ନିଜ ପୁଅଙ୍କ ବାହାଘର ଟୋଙ୍କ ଜିଲ୍ଲାର ଉନିୟାରା ତହସିଲ ଅନ୍ତର୍ଗତ ମଣ୍ଡାବରା ଗ୍ରାମପଞ୍ଚାୟତର ସୋଲତପୁରା ଗାଁରେ ସ୍ଥିର କରିଥିଲେ। ବର୍ତମାନ ତାଙ୍କ ପୁଅଙ୍କର ନିର୍ବନ୍ଧର କାର୍ଯ୍ୟକ୍ରମ ହେଉଥିଲା। ସେହି ସମୟରେ ଝିଅଙ୍କ ବାପା ତାଙ୍କ ପୁଅଙ୍କୁ ୧୧ଲକ୍ଷ ୧୦୧ଟଙ୍କା ଏବଂ ଗୀତା ଦେଇଥିଲେ। ଏତେ ଟଙ୍କା ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେହି ବୃଜମୋହନ ମୀଣା ଅଧିକ ଚିନ୍ତା ନ କରି ଟଙ୍କା ସଙ୍ଗେସଙ୍ଗେ ଝିଅର ବାପାଙ୍କୁ ଫେରାଇ ଦେଇଥିଲେ। ବୃଜମୋହନ ମୀଣାଙ୍କ ଟଙ୍କା ଫେରାଇବାର ନିଷ୍ପତ୍ତିକୁ ଯେ କେହିବି ପ୍ରଶଂସା କରିଥିଲେ।
ବୁନ୍ଦୀ ଜିଲ୍ଲାର ପୀପରବାଲା ଗାଁ ନିବାସୀ ସେବା ନିବୃତ ପ୍ରାଧାନଚାର୍ଯ୍ୟ ବୃଜମୋହନ ମୀଣାଙ୍କ ପୁଅ ରାମଘନ ମୀଣାଙ୍କ ବାହାଘର ଆରତୀ ମୀଣାଙ୍କ ସହ ସ୍ଥିର କରାଯାଇଥିଲା। ସୋମବାର ଦିନ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ବୋହୂ ପକ୍ଷଙ୍କ ତରଫରୁ ରାମଘନ ମୀଣାଙ୍କୁ ପୋଷାକ ଏବଂ ଟଙ୍କା ଦିଆ ଯାଇଥିଲା। କନିଆଁଙ୍କ ବାପା ରାଧେଶ୍ୟାମ ଗୋଟିଏ ବଡ଼ ଥାଳିରେ ୧୧ଲକ୍ଷ ୧୦୧ଟଙ୍କା ରଖି ବର ରାମଘନ ମୀଣାଙ୍କୁ ଦେଇଥିଲେ। ଏତେ ଟଙ୍କା ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଠାରେ ରାମଘନ ମୀଣାଙ୍କ ବାପା ବୃଜମୋହନ ମୀଣା ସଙ୍ଗେସଙ୍ଗେ ଏହି ଟଙ୍କା ଫେରାଇ ଦେଇଥିଲେ।
ବୃଜମୋହନ ମୀଣା ୧୧ଲକ୍ଷ ଟଙ୍କା ଫେରାଇ ଯୌତୁକ ପ୍ରଥା ବିରୁଦ୍ଧରେ ଗୋଟିଏ ବଡ଼ ସୂଚନା ଦେଇଛନ୍ତି। ବୃଜମୋହନ ମୀଣା ଏତେ ଟଙ୍କାରୁ କେବଳ ୧୦୧ଟଙ୍କା ଏବଂ ଗୀତା ହିଁ ରଖିଥିଲେ। ସେହି ସମୟରେ ଉପସ୍ଥିତ ସମାଜର ପାଞ୍ଚଜଣ କନିଆଁଙ୍କ ବାପା ରାଧେଶ୍ୟାମ, ଦାଦା ପ୍ରଭୁଲାଲ ମୀଣା, ପୂର୍ବ ସରପଞ୍ଚ ମଣ୍ଡାବରା, ସେବା ନିର୍ମିତ ପ୍ରଧାନଚାର୍ଯ୍ୟ କହ୍ନେୟା ଲାଲ ମୀଣା ମାନୀ, ଶିବଜୀ ରାମ ମୀଣା ଖଜୁରୀ ଏମାନେ ଏହି ପଦକ୍ଷେପର ପ୍ରଶଂସା କରିଥିଲେ।ବୃଜମୋହନ ମୀଣାଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ସେଠାରେ ତାଙ୍କର ହେବାକୁ ଥିବା ବୋହୂ ଆରତୀ ନିଜ ଶଶୁରଙ୍କ ପ୍ରଶଂସା କରି କହିଥିଲେ କି ଶଶୁର ଯୌତୁକରେ ଦିଆଯାଇଥିବା ଟଙ୍କାକୁ ଫେରାଇ ସମାଜକୁ ନୂଆ ପ୍ରେରଣା ଦେଇଛନ୍ତି।
ଏହାଦ୍ଵାରା ସମାଜର ଅନ୍ୟଲୋକଙ୍କୁ ମଧ୍ୟ ଯୌତୁକ ପ୍ରଥାର ବିରୋଧ କରିବା ପାଇଁ ଆଗକୁ ଆସିବା ଉଚିତ। ଯାହାଦ୍ଵାରା ଗରିବ ଘରର ଝିଅ ନିଜ ଯୋଗ୍ୟତା ଅନୁସାରେ ବର ବାଛି ପାରିବେ। ଆପଣଙ୍କୁ ଜଣାଇ ଦେଉଛୁ କି ଆରତୀ ମୀଣା ବୀଏସସୀ ବୀଏଡ କରି ସାରିଛନ୍ତି ଏବଂ ବହୁତ ଶୀଘ୍ର ତାଙ୍କ ବାହାଘର ରାମଘନ ମୀଣାଙ୍କ ସହିତ ହେବାକୁ ଯାଉଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।