ଖାଲି ହାତରେ ଭୟଙ୍କର କୋବ୍ରାକୁ ଧରୁଥିଲେ ଏହି ବ୍ୟକ୍ତି ଜଣଙ୍କ, ଆଉ ତାପରେ…. ଦେଖନ୍ତୁ ଭିଡିଓ

Man Catch King Cobra Video: ସାପ ଦେଖିବା ମାତ୍ରେ ହିଁ ଅନେକ ଲୋକଙ୍କ ଅବସ୍ଥା ଖରାପ ହୋଇ ଯାଇଥାଏ, କିନ୍ତୁ ସୋସିଆଲ ମିଡିଆରେ ଗୋଟିଏ ଏମିତି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ହିଁ ଛିଡା ହୋଇଯିବ।ଏହି ଭିଡିଓ ଥାଇଲାଣ୍ଡର ଅଟେ। ଭିଡ଼ିଓରେ ଦେଖା ଯାଉଛି କି ଜଣେ ଯୁବକ ନିଜର ଖାଲି ହାତରେ ଗୋଟିଏ ଭୟଙ୍କର କିଙ୍ଗ କୋବ୍ରାକୁ ଧରିଥିବାର ଦେଖାଯାଉଛି।

ଭିଡ଼ିଓରେ ଦେଖା ଯାଉଛି କି ଗୋଟିଏ ଭୟଙ୍କର କିଙ୍ଗ କୋବ୍ରା ଦକ୍ଷିଣ ଥାଇ ପ୍ରାନ୍ତ କ୍ରାବିରେ ଗୋଟିଏ ଖଜୁରୀ ବଗିଚାରେ ପଶିବା ପାଇଁ ଚେଷ୍ଟା କରୁଛି।ଏହା ବ୍ୟତୀତ ସେ ଗୋଟିଏ ନିରାପଦ ଟ୍ୟାଙ୍କରେ ମଧ୍ୟ ଲୁଚିବା ପାଇଁ ଚେଷ୍ଟା କରୁଛି।ଏହି କୋବ୍ରା ପାଖାପାଖି ୧୪ଫୁଟ ଲମ୍ବା ଅଟେ। ସେଠାରେ କୋବ୍ରାର ଓଜନ ୧୦କିଲୋଗ୍ରାମରୁ ଅଧିକ ଥିଲା। ଭିଡ଼ିଓରେ ଦେଖା ଯାଉଛି କି ଯୁବକ ଜଣଙ୍କ ପ୍ରଥମେ ସାପକୁ ଖୋଲା ରାସ୍ତାରେ ଏପଟସେପଟ ବୁଲେଇ ଥାନ୍ତି ଏବଂ ପୁଣି ତାକୁ ଧରିବା ପାଇଁ ଚେଷ୍ଟା କରିଥାନ୍ତି।

ଏହି ଘଟଣାର ଭିଡିଓ ଫେସବୁକରେ ସେୟାର କରାଯାଇଛି।ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ କିଙ୍ଗ କୋବ୍ରାକୁ ଧରିବା ପାଇଁ ଚେଷ୍ଟା କରୁଥିବାର ଦେଖାଯାଇଛି, ସେହି ସମୟରେ ଗୋଟିଏ ଥର ସାପ ନିଜ ଫଣା ଖୋଲି ବ୍ୟକ୍ତି ଜଣଙ୍କୁ କାମୁଡିବା ପାଇଁ ଚେଷ୍ଟା କରିଥାଏ। ଭିଡ଼ିଓରେ ଦେଖା ଯାଉଛି କି ସାପ ଆଗକୁ ଡେଇଁଥାଏ, ହେଲେ ବ୍ୟକ୍ତି ଜଣଙ୍କ ଭାଗ୍ୟ ଭଲ ଥିଲା କି ସାପ ତାଙ୍କୁ କାମୁଡି ପାରିନଥିଲା। ଦେଖନ୍ତୁ ଭିଡିଓ-

ହେଲେ ଅଳ୍ପ ସମୟ ପରେ ସାପକୁ ଧରି ନିଆ ଯାଇଥାଏ। ଏହାପରେ ତାକୁ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡ଼ି ଦିଆ ଯାଇଥାଏ।ଜଣା ଯାଉଛି କି ସାପ ନିଜ ସାଥିକୁ ଖୋଜିବାରେ ଏପଟସେପଟକୁ ଯାଉଥିଲା, କାରଣ ବର୍ତ୍ତମାନ ସମୟରେ ଗୋଟିଏ କୋବ୍ରାକୁ କୋବ୍ରାକୁ ସ୍ଥାନୀୟ ଲୋକମାନେ ମାରି ଦେଇଥିଲେ।ଜଣା ଯାଉଛି କି କୋବ୍ରା ଦୁନିଆର ବିଶାଳ ସାପ ମାନଙ୍କ ମଧ୍ୟରେ ସାମିଲ ଅଟେ।ଏହାର ପ୍ରଜାତି ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଅଧିକତର ଦେଖା ଯାଇଥାଏ।

Leave a Reply

Your email address will not be published. Required fields are marked *