ନୋବେଲ କାମ ପାଇଁ ଦୁନିଆ କେତେ କ’ଣ କରୁନାହିଁ। କିଛି ଲୋକ ଏଥିପାଇଁ ଅନଶନ କରୁଛନ୍ତି ଯାହାଦ୍ଵାରା ଗରିବ ଲୋକଙ୍କୁ ଖାଦ୍ୟ ମିଳିପାରିବ। ତାଙ୍କ ପାଇଁ କିଛି ଜିନିଷ ଯୋଡା ଯାଇ ପାରିବ। କିନ୍ତୁ ୟୁଏସର ଜଣେ ପୁରୁଷ କମାଲ ହିଁ କରିଦେଇଛନ୍ତି। ସେ ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ଗୋଟିଏ ଅଲଗା ଡାଏଟ ପ୍ଲାନକୁ ଗ୍ରହଣ କରି ନେଇଛନ୍ତି। ଏଥିରେ ସେ ୪୬ ଦିନ ପର୍ଯ୍ୟନ୍ତ ବିୟର ହିଁ ବିୟର ପିଇବାକୁ ଲାଗିଥିଲେ।
ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କରିବେ ଏହି କାମ
ଭାରତ ଟାଇମ୍ସ ଅନୁସାରେ, ଏହି ପୁରୁଷଙ୍କ ନାମ Del Hall ଅଟେ। ସେ ୟୁଏସର Cincinnati ଠାରେ ରହୁଛନ୍ତି। ସ୍ଥାନୀୟ ସର୍ଭିସ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ଡାଏଟ ପ୍ଲାନକୁ ଅନୁସରଣ କରିଛନ୍ତି। ଡେଲ ନିଜେ ଏକ ବ୍ରୁଅରୀ ମାଲିକ ଅଟନ୍ତି।
ସମସ୍ତ ଦାନ ଲୋକମାନଙ୍କୁ ଦିଆଯିବ
ସେ ଏହି ଡାଏଟକୁ କରିବା ସମୟରେ ଯେତିକି ବି ଦାନ ତାଙ୍କୁ ମିଳିବ, ତାକୁ ବାର ଏବଂ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରୋନା କାଳ ସମୟରେ ଏହି ଲୋକମାନେ ଖରାପ ଅବସ୍ଥାରେ ଥିଲେ। ଏହି କଥାକୁ ଧ୍ୟାନରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି।
୭ଲକ୍ଷ ଟଙ୍କା କରିଲେ ଖର୍ଚ୍ଚ
ଏମିତି ନୁହେଁ କି ସେ ଏହି ଡାଏଟ ପ୍ରଥମ ଥର କରୁଛନ୍ତି। ବର୍ଷ୨୦୨୦ ରେ ସେ ୧୦,୦୦୦ ଡଲାର କିମ୍ବା ୭ ଲକ୍ଷ ଟଙ୍କା ଆଖପାଖରେ ଖର୍ଚ୍ଚ କରିଥିଲେ। ଏହାକୁ ସେ ସ୍ଥାନୀୟ ଅଞ୍ଚଳରେ ଦାନ କରିଥିଲେ।
ବର୍ତମାନ ୩୬ଲକ୍ଷ ଟଙ୍କା କରିବେ ଖର୍ଚ୍ଚ
୧୭ଫେବୃୟାରୀରୁ ସେ ନିଜର ସର୍ବଶ୍ରେଷ୍ଠ ଡାଏଟ ଆରମ୍ଭ କରିଛନ୍ତି। ୪ଏପ୍ରିଲ ପର୍ଯ୍ୟନ୍ତ ସେ ଏହାକୁ ଅନୁସରଣ କରିବେ। ସେହି ସମୟ ପର୍ଯ୍ୟନ୍ତ ସେ କେବଳ ବିୟର ହିଁ ବିୟର ପିଇବେ। ବର୍ଷ୨୦୨୧ରେ ସେ ନିଜର ୧ କିଲୋ ଓଜନ କମ କରିବାପାଇଁ ଚାହୁଁଛନ୍ତି ଏବଂ ତା ସହିତ ୩୬ଲକ୍ଷ ଟଙ୍କା ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି।
କିଛି ଖାଉ ନାହାନ୍ତି
ସେ ଏହି ୪୬ଦିନ ପର୍ଯ୍ୟନ୍ତ କିଛିବି ଖାଇବେ ନାହିଁ। କେବଳ ବିୟର ହିଁ ପିଇବେ। ଜଣା ଯାଉଛି କି ସେ ବେବରିୟନ ଭିକ୍ଷୁକମାନଙ୍କ ଦ୍ଵାରା ବହୁତ ପ୍ରଭାବିତ ଅଟନ୍ତି। ଅଷ୍ଟାଦଶ ଶତାବ୍ଦୀରେ ସେ ଏମିତି ପ୍ରଥମେ କରିଥିଲେ। ସେ ଦିନକୁ ଦୁଇରୁ ପାଞ୍ଚଟି ବିୟର ପିଇ ଦେଉଛନ୍ତି।