(ମଙ୍ଗଳସୂତ୍ର) – କଣ ଓ କିପରି ପିନ୍ଧିଲେ ସ୍ୱାମୀର ଆୟୁଷ ବଢ଼ିଥାଏ।

ବନ୍ଧୁମାନେ ଆମେ ଜୀବନରେ ଖୁସି ଏବଂ ଉନ୍ନତି ଆଣିବା ପାଇଁ ବହୁତ୍ କିଛି ଉପାୟମାନ କରିଥାଉ।ସେହିଭଳି ବୈବାହିକ ଜୀବନରେ ଖୁସି ଆଣିବା ପାଇଁ ମଧ୍ୟ ବହୁ ଉପାୟମାନ କରିଥାଉ।ଆଜି ଆମେ ଜାଣିବା ମଙ୍ଗଳସୁତ୍ର କଣ ଓ କିପରି ପିନ୍ଧିଲେ ସ୍ୱାମୀର ଆୟୁଷ ବଢ଼ିଥାଏ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ମଙ୍ଗଳସୂତ୍ର ପିନ୍ଧିବା ବିବାହିତ ନାରୀ ମାନଙ୍କ ପାଇଁ ଜରୁରୀ ହୋଇଥିବାରୁ ଏହାର ଅଧିକ ମାନ୍ୟତା ରହିଛି।ତେଣୁ ଏହି ମଙ୍ଗଳସୂତ୍ର କାହିଁ କେଉଁ କାଳରୁ ବ୍ୟବହୃତ ହୋଇ ଆସୁଛି।ଏହା ସଧବା ନାରୀର ପରିଚୟ ଦେଇଥାଏ।ବିନା ମଙ୍ଗଳସୂତ୍ରରେ ବିବାହ ଅନିର୍ବାର୍ଯ୍ୟ ହୋଇଥାଏ।ତେଣୁ ଏହାକୁ ବହୁତ୍ ଗୁରୁତ୍ବ ଦିଆଯିବା ସହିତ ଏହାର ବହୁତ୍ ମହତ୍ତ୍ଵ ମାନ ମଧ୍ୟ ରହିଛି।

୧.ଓଡ଼ିଶାରେ ଏପରି ଜିଲ୍ଲାମାନ ରହିଛି ଯେଉଁଠି ମଙ୍ଗଳସୂତ୍ର ପିନ୍ଧିବା ବାରଣ ରହିଛି।ହେଲେ ଏହିସବୁ ଜିଲ୍ଲା ମାନଙ୍କରେ ଏବେ ମଙ୍ଗଳସୁତ୍ର ପିନ୍ଧିବା ମଧ୍ୟ ଦେଖାଯାଉଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ଉପରେ।ମଙ୍ଗଳସୂତ୍ର କାହାଠାରୁ ଆଣି ପିନ୍ଧିବା ଉଚିତ୍ ନୁହେଁ ଅବା ଗଳାରୁ qଖୋଲି କାହାକୁ ପିନ୍ଧାଇବା ଅବା ଦେବା ଅନୁଚିତ୍।ଏହା କରିବା ଦ୍ୱାରା ସ୍ୱାମୀର ଅନିଷ୍ଟ ହୋଇଥାଏ ଅବା ଭଲ ପାଇବାରେ କମି ରହିଥାଏ।ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ।

୨.ଗୋଟିଏ ବିବାହିତ ନାରୀ ପାଇଁ ଶଙ୍ଖା,ସିନ୍ଦୂର,ଝୁଣ୍ଟିଆ,ପାଉଁଜି ଯେତିକି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ ଏହାଠାରୁ ଶହେ ଗୁଣ ଅଧିକ ରହିଥାଏ ମଙ୍ଗଳଶୁତ୍ର।ଏହା ସ୍ୱାମୀର ଅସ୍ଥିତ୍ଵ ଉପରେ ନିର୍ଭର କରିଥାଏ ତେଣୁ ଏହାକୁ ସଧବା ନାରୀ ମାନେ ଗଳାରେ ଧାରଣ କରିବା ଆବଶ୍ୟକ ଅଟେ।ଏହି ମଙ୍ଗଳସୂତ୍ର ବିବାହିତ ନାରୀ ଏବଂ ପୁରୁଷ ସମ୍ପର୍କରୁ ନଜର ଦୋଷ କଟାଇ ଥାଏ । କାହାର ମଧ୍ୟ ଖରାପ ନଜର ଲାଗିବାକୁ ଦେଇନଥାଏ।

୩.ସମସ୍ତ ମଙ୍ଗଳସୂତ୍ର କଳା ମାଳି ସହିତ ସୁନାର ମିଶ୍ରଣ ଦ୍ଵାରା ହୋଇଥାଏ।କାରଣ କଳରଙ୍ଗ କାହାର ବି ଖରାପ ନଜର ଦୋଷରୁ ରକ୍ଷା କରିଥାଏ।ତେଣୁ ଦାମ୍ପତ୍ୟ ଜୀବନରେ ନଜର ଦୋଷରୁ ରକ୍ଷା ପାଇବାପାଇଁ ଏହି କଳମାଳିର ବ୍ୟବହାର ହୁଏ।

୪.ବିବାହରେ ପିନ୍ଧା ଯାଇଥିବା ମଙ୍ଗଳସୁତ୍ରକୁ କୌଣସି ବି ପରିସ୍ଥିତିରେ ବାହାର କରିବା ଅନୀର୍ବାଜ୍ୟ ଅଟେ।ଏହାକୁ କେବଳ ସେତେବେଳେ ଉତାରିବା ଆବଶ୍ୟକ ଯେବେ କିଛି ଅଶୁଭ ଘଟଣା ଘଟିଥାଏ।ଯଦି କୌଣସି କାରଣରୁ ଏହା ଖୋଲିବାକୁ ପଡେ ତେବେ ଯେ କୌଣସି କଳାସୂତା ପିନ୍ଧିଦେବା ଉଚିତ୍।

୫.ଯେ କୌଣସି ସ୍ତ୍ରୀ ଯଦି ତା ସ୍ବାମୀ ନାମରେ ମଙ୍ଗଳସୂତ୍ର ପିନ୍ଧି ଥାଏ ତେବେ ତାହାର ସ୍ବାମୀର ଆୟୁଷ ବୃଦ୍ଧି ହୋଇଥାଏ।ସମ୍ପର୍କରେ ମଧୁରତା ମଧ୍ୟ ଭରି ରହିଥାଏ।

୬.ମଙ୍ଗଳସୂତ୍ରରେ ସୁନାର ବ୍ୟବହୃତ କେବଳ ବୃହସ୍ପତିଙ୍କ ଆଶୀର୍ବାଦ ଲାଗି ରହିଥାଏ।ବିବାହିତ ଜୀବନରେ ଖୁସି,ସମୃଦ୍ଧି,ବୁଦ୍ଧି ଆଦିର ବୃଦ୍ଧି ମଧ୍ୟ ହୋଇଥାଏ।ଏହାଦ୍ବାରା ସକାରାତ୍ମକ ଊର୍ଜାର ବୃଦ୍ଧି ହୋଇଥାଏ।

୭.ମଙ୍ଗଳସୂତ୍ର ଛିଣ୍ଡିବା ମଧ୍ୟ ଅଶୁଭ ସଂକେତ ହୋଇଥାଏ।ଏହା ସମ୍ପର୍କରେ ଫାଟ ଅବା ସମ୍ପର୍କ ବିଚ୍ଛେଦର ସୂଚନା ହୋଇଥାଏ।

୮.ଏହି ମଙ୍ଗଳଶୁତ୍ର ରୋଗ ପ୍ରତିରୋଧକ ଶକ୍ତି ରୂପରେ କାମ କରିଥାଏ।ଏହି ମଙ୍ଗଳସୂତ୍ରର ଗଳାରେ ବ୍ୟବହାର ମଧ୍ୟ ହୃଦୟକୁ ସୁସ୍ଥ ରଖିଥାଏ ।ହୃଦ୍ ରୋଗରୁ ରକ୍ଷା କରିଥାଏ।

୯. ଯେଉଁ ସ୍ତ୍ରୀ ପ୍ରତିଦିନ ସକାଳୁ ଉଠି ମଙ୍ଗଳସୂତ୍ରକୁ ଚୁମ୍ବନ କରିଥାଏ ତେବେ ତାହାର ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ।ଏହା ସହିତ ରୋଜଗାର ଅବା ଚାକିରି କ୍ଷେତ୍ରରେ ଉନ୍ନତି ଦେଖାଦିଏ।ଏହାର ବିପରୀତ ସ୍ୱାମୀର ଆୟୁଷ କମିଯାଏ ଅବା ରୋଜଗାର,ଚାକିରି କ୍ଷେତ୍ରରେ କ୍ଷତି ଘଟିଥାଏ।

ତେଣୁ ନିଜର ମଙ୍ଗଳସୂତ୍ରକୁ କାହାରିକୁ ଦାନ କରନ୍ତୁ ନାହିଁ ଅବା କାହାରିକୁ ଦିଅନ୍ତୁ ନାହିଁ କିମ୍ବା ନିଜ ଗଳାରୁ କେବେ ହେଲେ ଖାଲି ରଖନ୍ତୁ ନାହିଁ।ଏହାର ବ୍ୟବହାର ଆପଣଙ୍କ ଜୀବନରେ ଖୁସିର ଲହର ଆଣିଦେବ।

Leave a Reply

Your email address will not be published. Required fields are marked *