ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ନୀତିଗ୍ରନ୍ଥ। ଯେଉଁଥିରେ ଜୀବନରେ ସୁଖ ମୟ ଏବଂ ସଫଳ ବନିବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥରେ ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ପ୍ରତ୍ୟକ ଅବସ୍ଥାରେ ବ୍ୟବହାରିକ ଶିକ୍ଷା ଦେଇଥାଏ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ନିଜର ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜାରେ ଗଦିରେ ବସାଇଦେଇଥିଲେ। ଚାଣକ୍ୟ ଚାଣକ୍ୟଙ୍କର ଏପରି କିଛି ମହତ୍ୱପୂର୍ଣ ନୀତି ଯାହା ଆପଣଙ୍କ ଜୀବନର କୌଣସି ନାଁ କୌଣସି ମୋଡ଼ରେ କାମରେ ଆସିଥାଏ।
ମନୁଷ୍ୟର ତାର ଜୀବନରେ ଏହି ୪ ଟି ଜିନିଷର ଭୋକ କେବେବି ମେଣ୍ଟି ନଥାଏ। ଧନ, ଜୀବନ, ବାସନ ଏବଂ ଭୋଗରେ। ଏହି ସବୁ ଭଲରେ କେତେ ମାତ୍ରାରେ ମିଳିଲେ ଏହାର ଲାଳସା କେବେବି ସମାପ୍ତ ହୋଇନଥାଏ। ଜୀବନର ଏହି ଲମ୍ବା ସମୟରେ ଭାବିକି ଚାଲନ୍ତୁକି କେବେବି ଆପଣଙ୍କର ଖରାପ ସମୟ ଆସିବ ସେଥିପାଇଁ ଏହି ସମୟ ପାଇଁ କିଛି ଧନ ଅବଶ୍ୟ ବଞ୍ଚେଇ ରଖିବା ଉଚିତ। ଜେବେବି ମନୁଷ୍ୟ ଉପରେ ଖରାପ ସମୟ ଆସିଥାଏ ସେ ଭାଙ୍ଗିଯାଏ। ଯଦି ଧନ ପାଖରେ ଥାଏ ତ ସେ ଏହାର ମୁକାବିଲା କରିଥାଏ। ବହୁତ ଭଲରେ ଜୀବନ ବ୍ୟତୀତ କରି ହୁଏ ନାହିଁ। କାରଣ ଭଲ ଏବଂ ସିଧା ମନୁଷ୍ୟକୁ ପ୍ରତ୍ୟକ ଦବାଇ ଦେଇଥାନ୍ତି। ଏହାର ସରଲତାକୁ ଲୋକେ ପାଗଳପଣ ବୋଲି ଭାବିଥାନ୍ତି। ଯେପରି ଜଙ୍ଗଲରେ ସିଧା ଗଛକୁ ନେଇ ପ୍ରଥମେ କଟାଯାଏ ଏବଂ ଅଙ୍କାବଙ୍କା ଗଛ ସେମିତି ହିଁ ଛିଡା ହୋଇ ରହିଥାଏ। ଏଥିପାଇଁ ଆପଣ ଏତେବି ସିଧାସାଧା ହୁଅନ୍ତୁ ନାହିଁ କି ଯେମିତି ଲୋକେ ଆପଣଙ୍କୁ ଲୋଟିକି ନେଇଯିବେ।
ପେଚା ଦିନରେ ଦେଖିପାରେ ନାହିଁ। ଏଥିରେ ସୂର୍ଯ୍ୟର କଣ ଭୁଲ। କ୍ୟାରିୟର ପଛପଟେ କଣ୍ଟା ଜାତୀୟ ଗଛ ଯେଉଁଥିରେ ପତ୍ର କିମ୍ବା ଫୁଲ ଆସେନାହିଁ। ଏଥିରେ ବସନ୍ତ ଋତୁର କଣ ଭୁଲ। ଚାତକ ପକ୍ଷୀ ବା ପୋପାୟ ପକ୍ଷୀ ମୁହଁରେ ବର୍ଷାର ଗୋଟିଏବି ବୁନ୍ଦା ପଡେ ନାହିଁ ଏଥିରେ ବାଦଲର କଣ ଭୁଲ। ଏହା ବୁଝିଯାଆନ୍ତୁକି ଏହା ସବୁ ବିଧାତଏ ନୀତି। ଇଶ୍ଵର ମହାନ ଅଟନ୍ତି। ସର୍ବଶକ୍ତିମାନ ଅଟନ୍ତି। ଏହି ସଂସାରର ସାରା ଡୋର ଇଶ୍ୱରଙ୍କ ହାତରେ। ଇଶ୍ଵରହିଁ ରାଜାଙ୍କୁ ଦାସ ଏବଂ ଦାସଙ୍କୁ ରାଜା ବନେଇ ଦେଇଥାଏ। ଇଶ୍ଵର ହିଁ ଗରିବଙ୍କୁ ଧନୀ ଏବଂ ଧ୍ୱନୀଙ୍କୁ ଗରିବ ବନାଇ ଦେଇଥାନ୍ତି।ଇଶ୍ୱରଙ୍କ ଉପରେ ଭରସା ରଖନ୍ତୁ। କାରଣ ସେ ହିଁ ସମସ୍ତଙ୍କର ଯତ୍ନ ନେଇଥାନ୍ତି।ପ୍ରତ୍ୟକ ପାହାଡ଼ ଭିତରେ ହୀରା ନଥାଏ।
ପ୍ରତ୍ୟକ ହାତୀର ମଥାରେ ମୁକ୍ତା ନଥାଏ। ସବୁ ଜାଗାରେ ଭଲ ମଣିଷ ମିଳନ୍ତି ନାହିଁ। ପ୍ରତ୍ୟକ ସ୍ଥାନରେ ଚନ୍ଦନ ନଥାଏ। ପ୍ରତ୍ୟକ ଚମକୁଥିବା ଜିନିଷ ସୁନା ନୁହେଁ। ଏହି ସାରା ଦୁନିଆ ବିବାଦରେ ବୁଡି ରହିଥାଏ। ଏଥିପାଇଁ ଜୀବନରେ କିଛିବି ନିର୍ଣ୍ଣୟ ନେବା ପୂର୍ବରୁ ଅବଶ୍ୟ ଚିନ୍ତା କରନ୍ତୁ ଯେ ଏପରି ହାତୀ ବୁଢା ହେଲେ ବି ଚଞ୍ଚଳ ରହିଥାଏ। ଏହିପ୍ରକାର ଭଲ ଚରିତ୍ର ଲୋକ କୁଆଡେ ବି ଚାଲିଗଲେ ନିଜର ଭଲ ଗୁଣକୁ ଛାଡ଼ନ୍ତି ନାହିଁ। କିଛି ପାଗଳ ଲୋକ ପଥରର ଖଣ୍ଡକୁ ହିଁ ରତ୍ନ ବୋଲି ମାନିଥାନ୍ତି। କିନ୍ତୁ ବନ୍ଧୁଗଣ ଅସଲି ରତ୍ନ ତ କେବଳ ରାସନ, ପାଣି, ଜ୍ଞାନ ହିଁ ଅଟେ। ଏବଂ ଏହି ୩ ରତ୍ନଠୁ ବଡ଼ ରତ୍ନ କେହି ହୋଇପାରିବ ନାହିଁ।
ପାପ ପୁଣ୍ୟ ଭିତରେ ଅନ୍ତର କଣ। ମୋର ଶତ୍ରୁ କିଏ ମିତ୍ର କିଏ। ମତେ କେଉଁ କାର୍ଯ୍ୟରେ ସଫଳତା ମିଳିବ ଏବଂ କେଉଁ କାର୍ଯ୍ୟରେ ହାନି ହେବ।ଏହା ଭାବି ମନୁଷ୍ୟକୁ ନିଜ ଜୀବନର ପ୍ରତ୍ୟକ ପାଦ ଉଠାଇବା ଉଚିତ। କଠିନ କାର୍ଯ୍ୟରେ ସେବକ, ସଂକଟ ସମୟରେ ଭାଇ ବନ୍ଧୁ, ବିପଦ ସମୟରେ ମିତ୍ର ଏବଂ ଧନନାଶ ହେଲେ ନିଜ ପତ୍ନୀର ପରୀକ୍ଷା ହୋଇଥାଏ। ସଂହ ଠାରୁ ୧, ବଗ ଠାରୁ ୪, କାଉ ଠାରୁ ୫, କୁକୁର ଠାରୁ ୬ ଏବଂ ବାଘ ଠାରୁ ୩ ଗୁଣା ମନୁଷ୍ୟକୁ ଶିଖିବା ଉଚିତ। କାମ ଭଲରେ କମ କର କିନ୍ତୁ ମନ ଲଗାଇ କରୁବା ଉଚିତ ମନୁଷ୍ୟକୁ ଏହା ସିଂହ ଠାରୁ ଶିଖିବା ଉଚିତ। ସମୟ ଅନୁସାରେ ନିଜର ଶକ୍ତିରେ କାମ କରିବା ଗୁଣ ବଗ ଠାରୁ ଶିଖିବା ଉଚିତ।
ଠିକ ସମୟରେ ଉଠିବା ଶୋଇବା ଲ-ଢ଼ି-ବା ଝପଟ କରି ଭୋଜନ କରିବା ଏହି ଗୁଣ କୁକୁଡ଼ା ଠାରୁ ଶିଖିବା ଉଚିତ। ସମୟ ସମୟରେ ସଂଗ୍ରହ କରିବା ଅନ୍ୟ ଉପରେ ବିଶେଷ ନକରିବା ଏହି ଗୁଣ କାଉ ଠାରୁ ଶିଖିବା ଉଚିତ।ବହୁତ ଭୋକରେ ମଧ୍ୟ ସନ୍ତୋଷ ରହିବା ଶୋଇଲେ ମଧ୍ୟ ଚେଇଁ ରହିବା ମାଳିକର କଥାକୁ ମାଁଇ ବା ଏହି ଗୁଣ ମନୁଷ୍ୟକୁ କୁକୁର ଠାରୁ ଶିଖିବା ଉଚିତ। ଯଦି ଧନର ନାଶ ହୋଇଯାଏ ମନର ଶାନ୍ତି ଭଙ୍ଗ ହୋଇଯାଏ ତ ଏହିସବୁ କଥାକୁ ବୁଦ୍ଧିମାନ ଲୋକ ଅନ୍ୟକୁ କୁହନ୍ତି ନାହିଁ। ଯେଉଁ ବ୍ୟକ୍ତି ଅନ୍ୟକୁ କହିବାର ଭୁଲ କରେ ଲୋକେ ତାହାର ମଜାକ ଉଡାନ୍ତି। ନିଜ ହାତରେ ହେଉଥିବା କାମ ଶ୍ରେଷ୍ଠ ହୋଇଥାଏ।
ଏଥିପାଇଁ ମନୁଷ୍ୟକୁ ନିଜର ପୃତ୍ୟକ କାମ ନିଜ ହାତରେ ହିଁ କରିବା ଉଚିତ। ଅଧିକ ଖର୍ଚ୍ଚ କରୁଥିବା ଲୋକ ଯିଏକି ନିଜର ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରେ ଏବଂ ଅନ୍ୟ ସହିତ ଝ-ଗ-ଡା କରେ ଏହିପରି ଲୋକ କେବେବି ଖୁସିରେ ରୁହନ୍ତି ନାହିଁ। ଯେପରି ମାଟିକୁ ଖୋଳିଲେ ପାଣି ବାହାରିଥାଏ ସେହିପରି ଗୁରୁଙ୍କର ସେବା କଲେ ବିଦ୍ୟା ପ୍ରାପ୍ତ ହୋଇଥାଏ। ଏହି କଥାକୁ ସବୁବେଳେ ମନେ ରଖିବେ କି ଗୁରୁଙ୍କର ସେବା ବିନା ମନୁଷ୍ୟ କେବେ ଭଲ ଶିକ୍ଷା ପ୍ରାପ୍ତ କରି ପାରେ ନାହିଁ।ଯେଉଁ ନାରୀ ନିଜର ପତି କଥା ମାନେ ନାହିଁ ଏବଂ ଅବହେଳା କରେ ଏହିପରି ନାରୀ ନିଜ ସ୍ୱାମୀର ଆୟୁଷ କମ କରିଥାଏ। ଏହିପରି ନାରୀକୁ ଚିନ୍ତା କରିବା ଉଚିତ ପତିର ଆଜ୍ଞା ବିନା ଚାଲିବା ତାହା ପାଇଁ କେବେବି ଲାଭଦାୟକ ହୋଇନଥାଏ । ତାହା ପାଇଁ ସ୍ୱର୍ଗ ପ୍ରାପ୍ତି କେବଳ ପତିର ସେବା ଦ୍ୱାରା ସମ୍ଭବ ହୋଇଥାଏ।
ଜୀବନର ଅଳ୍ପ ଏହା କି ସବୁବେଳେ ମନକୁ ଭଲ କାମରେ ଲଗେଇବା ଉଚିତ। ଭଲ ଜ୍ଞାନ ଦ୍ୱାରା ପୁରୁଷ ମହାନ ବନିଥାଏ। ଏହା କେବେବି ଭୁଲନ୍ତୁ ନାହିଁ କି ଜୀବନ ଅସ୍ଥାୟୀ ଅଟେ। ଏଥିପାଇଁ ଜୀବନର ପ୍ରତ୍ୟକ ସମୟ ଭଲ କାମରେ ଲଗାଇବା ଉଚିତ। ଯେପର୍ଯ୍ୟନ୍ତ ଜୀବନ ଥାଏ ସେପର୍ଯ୍ୟନ୍ତ ପ୍ରତ୍ୟକ ଜିନିଷର ଆନନ୍ଦ ଥାଏ। କିନ୍ତୁ ଯେବେ ମୃତ୍ୟ ଜୀବନର ଅନ୍ତ କରିଦିଏ ଏହା ସହ ପ୍ରତ୍ୟକ ଜିନିଷର ଅନ୍ତ ହୋଇଯାଏ। ପୁରୁଷ ଅଧିକାଂଶ ଚଞ୍ଚଳ ଅଟନ୍ତି। ଏହି ସଂସାରରେ ଭଗବାନଙ୍କୁ ଛାଡି ଦେଲେ ପ୍ରତ୍ୟକ ଜିନିଷ ଅସ୍ଥାୟୀ। ଏହି ଧନ, ସମ୍ପର୍କ, ଘର ଦ୍ୱାର ସବୁ ଅସ୍ଥାୟୀ। ଏହା ମଧ୍ୟରୁ କେହି କାହାର ସାଥ ଦିଅନ୍ତି ନାହିଁ। ଏବଂ ବନ୍ଧୁଗଣ କେବଳ ଧର୍ମହିଁ ଅଟଳ ଅଟେ। ଏହା ଜ୍ଞାନର ଭଣ୍ଡାର ଅଟେ। ଅନ୍ୟର ଭଲ ଚାହିଁବା ଦ୍ୱାରା ଆତ୍ମାକୁ ଶାନ୍ତୁ ମିଳିଥାଏ।
ଏବଂ ଜୀବ ଉପରେ ଦୟା କରିବା ଦ୍ୱାରା ଆତ୍ମାକୁ ମୁକ୍ତି ମିଳିଥାଏ। ପଦ୍ମ ଦ୍ୱାରା ହିଁ ମନୁଷ୍ୟ ଛୋଟ କିମ୍ବା ବଡ଼ ବନିଥାଏ।ଏଥିପାଇଁ ସବୁବେଳେ ଭଲ କାମ କରିବା ଉଚିତ। ଏବଂ ଖରାପ ଠାରୁ ଦୂରେଇ ରହିବା ଉଚିତ। ଭଲ କାମ କରିବା ଦ୍ୱାରା ଶାନ୍ତି ସୁଖ ଜୀବନରେ ପ୍ରାପ୍ତ ହୋଇଥାଏ। ଯେପରି କୂଳରୁ ବାସନା ରାଶିରୁ ତେଲ ଏବଂ କ୍ଷୀରରୁ ଘିଅ ଏହି ସବୁ ଜିନିଷକୁ ବାହାରୁ ଦେଖି ଆପଣ ଏହାର ଗୁଣକୁ ଜାଣିପାରନ୍ତି ନାହିଁ କାରଣ ଏହାର ଗୁଣ ବାହାରକୁ ଦେଖା ଦେଇନଥାଏ। ଏହି ଗୁଣକୁ ଜାଣିବା ପାଇଁ ବୁଦ୍ଧିର ଆବଶ୍ୟକ ପଡେ। ଠିକ ଏହିପ୍ରକାରରେ ମାନବ ଶରୀରରେ ଆତ୍ମାର ନିବାସ ହୋଇଥାଏ।କୌଣସି ଆ-ତ୍ମା-କୁ ଆପଣ ଶରୀରରୁ ବାହାର କରି ତାକୁ ଜାଣିପାରିବା ନାହିଁ।
ଦେବତା ମାଟିର ମୂର୍ତି ଅଥବା ମନ୍ଦିରରେ ଦିବ୍ୟମାନ ନୁହଁନ୍ତି। ଦେବତା ତ ଆମର ଆତ୍ମା ଏବଂ ଆମର ଭାବନାରେ ଥାନ୍ତି। ଯେପରି ନିଜର ଭାବନା ହୋଇଥାଏ ସେପରି ଦେବତା ହୋଇଥାନ୍ତି।ଭାବନା ମନୁଷ୍ୟ ଜୀବନର ପ୍ରତ୍ୟକ ଅବସ୍ଥାରେ ପ୍ରଭାବ ପକାଇ ଥାଏ। ଯେପରି ମନୁଷ୍ୟର ଭାବନା ହୋଇଥାଏ ସେପରି ହିଁ ତାକୁ ଫଳ ମିଳେ। ଏଥିପାଇଁ ଭଲ ଫଳ ପାଇବା ପାଇଁ ନିଜର ଭବନାକୁ ଶୁଦ୍ଧ ରଖନ୍ତୁ। ଯେଉଁ ବ୍ରାହ୍ମଣ ପ୍ରାକୃତିକ ରୂପରେ ଜନ୍ମ ହୋଇଥିବା ଫଳ ଏବଂ ଅନ୍ୟ ପଦାର୍ଥକୁ ଖାଇ ପିଇ ଏହି ସଂସାର ଠାରୁ ଦୂରରେ ଜଙ୍ଗଲରେ ରହି ଇଶ୍ଵରଙ୍କ ପୂଜା କରିଥାଏ ସେ ହିଁ ପ୍ରକୃତ ଭକ୍ତ, ମହାପୁରୁଷ ଏବଂ ପ୍ରକୃତ ବ୍ରାହ୍ମଣ ବୋଲି ମାନାଯାଏ।
ଖରାପ ଲୋକ ଏବଂ ସାପ ମଧ୍ୟରୁ କିଏ ଭଲ। ଏହି ପ୍ରଶ୍ନର ଉତ୍ତର ଏହା କି ସାପ ତ କେବଳ ସମୟ ଆସିଲେ ହିଁ କାମୁଡି ଥାଏ କିନ୍ତୁ ଖରାପ ଲୋକ ସବୁବେଳେ ଖରାପ କରୁଥାନ୍ତି। ଏଥିପାଇଁ ଖରାପ ଲୋକ ସବୁବେଳେ ଖରାପ କରି ସାପ ଠାରୁବି ଅଧିକ ଭୟଙ୍କର ହୋଇଥାନ୍ତି। ସାଗର ସବୁଠୁ ମହାନ। କିନ୍ତୁ ଏଥିରେ ମଧ୍ୟ ଝଡ଼ ତଫାନ ଆସେ।ନିଜର ସବୁ ସୀମା ଭାଙ୍ଗି ବିନାଶ କରିଦିଏ। କିନ୍ତୁ ଭଲ ସାଧୁ ଏବଂ ଜ୍ଞାନୀ ଲୋକ କେବେବି ନିଜର ସୀମା ଭାଙ୍ଗନ୍ତି ନାହିଁ। କୌଣସି ବି ମନୁଷ୍ୟ କେତେବି ସୁନ୍ଦର ହୋଇଥାଉ ତାର ଜନ୍ମ କେତେ ବଡ଼ ଘରେ ହୋଇଥାଉ ପରନ୍ତୁ ସେ ଯଦି ପଢ଼ା ଲେଖା ଜାଣିନାହିଁ ତାର ଅବସ୍ଥା ଫୁଲ ପରି ଯାହା ଦେଖିବାକୁ ତ ସୁନ୍ଦର କିନ୍ତୁ ସୁଗଦ୍ଧ ଠାରୁ ବଞ୍ଚିତ ଅଟେ।
ଶାସ୍ତ୍ର ଧାରୀ କେବେବି ଆକ୍ରମଣ କରିଥାଏ ସିଙ୍ଗ ଧାରୀ ପଶୁ କେବେବି ସିଙ୍ଗ ମାରିପାରେ ସ୍ତ୍ରୀ ମାନେ କେବେବି ମିଛର ଆରୋପ ଲଗାଇ ପାରନ୍ତି ଏବଂ ରାଜ ପରିବାର ଲୋକ କଥା କଥାରେ ବିଗିଡି ପାରନ୍ତି ଏଥିପାଇଁ ସେମାନଙ୍କ ଠାରୁ କେତେବେଳେ ବି ସମସ୍ୟା ଜନ୍ମ ନେଇପାରେ।ଏହି ଲୋକଙ୍କ ସହିତ ମିତ୍ରତା ଏବଂ ଶତ୍ରୁତା ଦୁଇଟି ଯାକ ବହୁତ ଖତରନାକ ହୋଇଥାଏ।