ମନ୍ତ୍ରୀ ନବ ଦାସ ହ-ତ୍ୟା ମାମଲାର ଆଉ ଏକ ସୁରାଗ । ହ-ତ୍ୟା ପଛରେ ଅଛି କୋଇଲା ଠିକାଦାରର ହାତ …!

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଉପରେ ଆଉ ଏକ ରହସ୍ୟ ଜାଣିବାକୁ ମିଳିଛି । ଅଭିଯୁକ୍ତ ଏଏସଆଇ ଗୋପାଳକୁ ଗିରଫ କରାଯିବା ପରେ କ୍ରାଇମବ୍ରାଞ୍ଚ ଗୋପାଳର ସବୁ ଲିଙ୍କ ଉପରେ ଅଧିକ ଖଡ଼ତାଳ କରୁଛି । କାରଣ ଏହାଦ୍ବାରା ହିଁ ଜଣା ପଡ଼ି ପାରିବ ଯେ ଗୋପଳ ନବ ଦାସଙ୍କୁ ହ-ତ୍ୟା କରିବା ପଛରେ କାରଣ କଣ । ଏପଟେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ କୁହାଯାଉଛି ଯେ ନବ ଦାସଙ୍କ ମୃ-ତ୍ୟୁ ପଛରେ ଜଣେ କୋଇଲା ଠିକାଦାରଙ୍କ ହାତ ଥାଇପାରେ ବୋଲି । ଯାହାକୁ ନେଇ ସବୁଠି ବର୍ତ୍ତମାନ ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁଯାୟୀ ଗୋପାଳ ଦାସ ଚଢ଼ୁଥିବା ଗାଡ଼ି ଜଣେ କୋଇଲା ଠିକାଦାରର ବୋଲି ଜଣା ପଡ଼ିଛି । ପ୍ରଶ୍ନ ଉଠୁଛି ଯେ ଗୋପାଳଙ୍କୁ ଜଣେ କୋଇଲା ଠିକାଦାର କାର ଦେବା ପଛରେ ଉଦ୍ଦେଶ୍ୟ କଣ । ଏମିତି କେଉଁ ସ୍ୱାର୍ଥ ସମ୍ପାଦନ ହେବାରୁ ଜଣେ ଏପରି କାର ଦାନ କରି ପାରୁଛି , ତାହା ଭାବିବା ଉପରେ । କ୍ରାଇମବ୍ରାଞ୍ଚର ଜେରା ଏବଂ ତଦନ୍ତ ମଧ୍ୟରେ ଗୋପାଳର କାହା ସହିତ କଣ ସମ୍ପର୍କ ଥିଲା , ସେ ବିଷୟରେ ତନାଘନା ପରେ ବର୍ତ୍ତମାନ ଏଭଳି ଏକ ସୂଚନା ଆସୁଛି । ବସ୍ତାବରେ ଜଣେ ପୋଲିସ ଅଫିସର ହୋଇ ଜଣେ ବ୍ୟବସାୟୀ ସହିତ ଏଭଳି ଘନିଷ୍ଠ ସମ୍ପର୍କ ହେବା ପଛରେ କାରଣ କଣ ହୋଇପାରେ । ଯାହାକୁ ନେଇ ବର୍ତ୍ତମାନ ସନ୍ଦେହ ଉପୁଜିଛି ।

ତେବେ ଏହି କୋଇଲା କଣ୍ଟ୍ରାକ୍ଟର ଏବଂ ଗୋପାଳଙ୍କ ମଧ୍ୟରେ କେଉଁ ଭଳି ସମ୍ପର୍କ ଥିଲା ତାହା ଉପରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି । ତେବେ ଖାଲି ସେତିକି ନୁହେଁ । ଗୋପାଳଙ୍କୁ କାର ଦେବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ସହିତ ଠିକାଦାରର କୌଣସି ହାତ ରହିଛି କି ନାହିଁ , ତାହା ଉପରେ କ୍ରାଇମବ୍ରାଞ୍ଚର ଅଧିକାରୀ ମାନେ ଖୋଡ଼ତାଳ ଆରମ୍ଭ କରି ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ପରେ କ୍ରାଇମବ୍ରାଞ୍ଚର ଅଧିକାରୀ ମାନେ ଗତକାଲି ଗାନ୍ଧୀଛକର ଫାଣ୍ଡି ଭିତରେ କିଛି ସନ୍ଧାନ କରୁଥିଲେ । ଠିକ ସେହି ସମୟରେ ଗୋପାଳ ଯେଉଁ କାର ଚଢ଼ୁଥିଲା ସେହି କାର ନିକଟକୁ ଯାଇଥିଲେ ।

ଆଉ ତା ଭିତରୁ ଏକ ଡାୟେରି ଜବତ କରିବା ସହିତ ଅନେକ କିଛି ରୋଚକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ନିଜେ ହିଁ କାରର ଆଗରେ ଥିବା ଡାୟେରି ଏବଂ ପଛରେ ଥିବା କିଛି କାଗଜପତ୍ର ନିଜେ ବାହାର କରି ଦେଇଥିଲା । ଯାହାକି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅଧିକ ଆଚମ୍ବିତ କରୁଛି । ସବୁଠାରୁ ବଡ଼ ସନ୍ଦେହ ଜନକ କଥା ହେଉଛି ଯେ ଧଳା ରଙ୍ଗର କାର ଗୋପାଳକୁ ଦେଲା କିଏ । ଯାହାର ମାଲିକ ବିଷୟରେ ଜାଣିବା ପରେ ସମସ୍ତେ ଅଧିକ ଆଶ୍ଚର୍ଯ୍ୟ ହୋଇଛନ୍ତି । ବାସ୍ତବରେ ତାହା ଜଣେ କୋଇଲା ଠିକାଦାରର । ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ତଦନ୍ତ କେଉଁ ଦିଗକୁ ଯାଉଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *